Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Drama Others Children

3  

Bidyadhar Mantry

Drama Others Children

ଅଂଶୁଘାତ

ଅଂଶୁଘାତ

2 mins
10



ଅଂଶୁଘାତ ଆଢ଼ୁଆଳେ ଅଂଶୁମାନ

ଉତ୍ତପ୍ତ ଅଂଶୁ ପ୍ରଦାନେ 

ଘାତ ଆଘାତ ଓ ପ୍ରତିଘାତ ଚିତ୍ର

ଦୃଶ୍ୟମାନ ସାଧାରଣେ 

ଅପ୍ରମିତ ନିଦାଘ ଆଘାତେ ଧରା 

ବିଷମ ପୁଣି ବିପନ୍ନ

ଅନଳ ସ୍ବରୂପ ଉତ୍ତାପ ଦାଉ ରେ 

ପରିବେଶରେ ଜ୍ୱଳନ 

ଗ୍ରୀଷ୍ମ ଜନିତ ମାତ୍ରାଧିକ ଉତ୍ତାପ

ତାପ ପାଣି ପବନରେ

ନିଃଶ୍ୱାସ ପ୍ରଶ୍ୱାସ ଭରା ଉଷ୍ଣତାରେ

ଚିନ୍ତା ଜୀବ ଜଗତରେ

ତାପ ସହ୍ୟ କରି ନ ପାରି ଶରୀର

କ୍ରମଶଃ ହୁଏ ଅବଶ  

ମୁଣ୍ଡ ବ୍ୟଥା ମାନସିକ ଦ୍ଵନ୍ଦ କ୍ରମେ

ଶରୀରେ ପରିପ୍ରକାଶ

ମତିଭ୍ରମ ପୁଣି ଶରୀର ଜ୍ଵଳନ 

ଚର୍ମ ରଙ୍ଗ ହୁଏ ଲାଲ

ଆଖି କାନ ସହ ଅଙ୍ଗ ଅବୟବ

ଉତ୍ତାପ ରେ ଅସମ୍ଭାଳ ।


ଅଧିକ ସମୟ ଖରାରେ ରହିବା 

ପୁଣି ଉତ୍ତାପ ବୃଦ୍ଧିରେ

ଶରୀରର ଜଳୀୟ ଅଂଶରେ ହ୍ରାସ

ବ୍ୟତିକ୍ରମ ଶରୀରରେ

ଅଂଶୁଘାତ ଉପଶମ ର ଉପାୟ

ସହଜରେ ଉପଲବ୍ଧ

ପ୍ରତିଷେଧକ ବ୍ୟବସ୍ଥା ବି ରହିଛି

ତାହା ବି ସହଜସାଧ୍ୟ

ଅତ୍ୟଧିକ ଉତ୍ତାପ ଅବା ଖରା ଠୁ

ଦୂରେଇ ରହିବା ସହ 

ପାଣି ଜାତୀୟ ତରଳ ଖାଦ୍ୟ ପ୍ରାୟ

ଅଂଶୁଘାତର ଉପାୟ ।


ଅଂଶୁଘାତ ଆଜି ଚର୍ଚ୍ଚାର ବିଷୟ

ସଂପୂର୍ଣ୍ଣ ଦାୟୀ ଏ ମଣିଷ

ନିଜ ସ୍ବାର୍ଥ ପାଇଁ ନଷ୍ଟ କରି ଅଛି

ପ୍ରାକୃତିକ ପରିବେଶ      

ଆଧୁନିକ ସଭ୍ୟତାର ଆଢ଼ୁଆଳେ

ଚାଳ ଘର ହୋଇ ଲୋପ

କଂକ୍ରିଟ ଘେର ଭିତରେ ହିଁ ଜୀବନ

ଘର ଭିତରେ ଉତ୍ତାପ

ସମୟ ସ୍ରୋତରେ ହଜି ଯାଇଅଛି

ସେହି ପରିବେଶ,ଘର

ସ୍ମୃତି ମାତ୍ର ରହିଛି ମନ ହୃଦୟରେ

ଗାଁ' ଘର,ଚାଳ ଛପର 

ନଡ଼ା ବାଉଁଶ ହିଁ ତାପ ନିରୋଧକ

ଖରା ଦିନେ ଉପକାରୀ

ବାହାର ର ଉତ୍ତାପ ନିୟନ୍ତ୍ରଣରେ

ହେଉଥିଲା କାର୍ଯ୍ୟକାରୀ

ଖରା ବର୍ଷା ଶୀତ, ତାପ ନିୟନ୍ତ୍ରକ 

ଥିଲା ସେହି ଚାଳଘର

କାଠ ଜାଳି , ମାଟି ହାଣ୍ଡିରେ ରୋଷେଇ

ସ୍ବାସ୍ଥ୍ୟ ପାଇଁ ଉପକାର 

ପରିବେଶ କଳୁଷିତ ଆଧାରରେ

ଋତୁ ଚକ୍ରରେ ବ୍ୟାଘାତ

ବର୍ଷା ଓ ଶୀତ ର ଅନିୟମିତତା

କେବଳ ଗ୍ରୀଷ୍ମ ଉତ୍ପାତ  

ବଡ ଦାରୁଣ ଏ ପ୍ରଚଣ୍ଡ ନିଦାଘ

ଝାଞ୍ଜି ରେ ନିଆଁ ପବନ 

ଶୁଖି ଯାଏ ନଦୀ ଓ ପୋଖରୀ ପାଣି

ଗଛ ଲତା ତରୁ ତୃଣ !!

ଗୁଳୁଗୁଳି ହୋଇଲେ ବାହାରେ ଝାଳ

ଭଲ ଲାଗେ ଥଣ୍ଡା ଜଳ

ଜୀବ ଜନ୍ତୁ ଏହି ନିଦାଘ ସମୟେ 

ଜଳ ନିମନ୍ତେ ବ୍ୟାକୁଳ

ରଡ ନିଆଁ ସମାନ ଉଠଇ ତାତି

ବାଲି ମାଟି ପୁଣି ପାଣି

ତତଲା ପବନ ମଝିରେ ମଝିରେ

ଦେଖାଏ ତା ଟାଣ ଠାଣି ।


ଯେତେ ଯାହା ଖାଇ ପାଣି ପାଶେ ମନ

ଖରାଦିନେ ସବୁ ବେଳେ

ପାଣି ହିତକାରୀ,ପାଣି ହିଁ ଜୀବନ

ଏହି ଶିକ୍ଷା ମିଳେ ବଳେ

ଖରା ମାସ,ଯେତେ ପିଇଲେ ବି ଶୋଷ

ଫୁଟାଇ ପିଇବା ଛାଣି      

ସବୁଠୁ ସୁଆଦ ପଖାଳ ଖାଇଲେ

ପିଇଲେ ଖଟା ତୋରାଣି

ଉତ୍ତପ୍ତ ଧରଣୀ ପାଇଁ ଆମେ ଦାୟୀ

ଜଙ୍ଗଲ ସଫା ହୋଇଛି 

ପାହାଡ ଫଟାଇ କଂକ୍ରିଟ ଭିତରେ

ଆମ ଜୀବନ ବିତୁଛି

ପୁଣି ରାଜ ରାସ୍ତା ତିଆରି ହେଉଛି

କଂକ୍ରିଟ ର ରୂପ ଦେଇ

କଳକାରଖାନା ଦୂଷିତ ଧୁଆଁ ରେ

ବାୟୁ ଦୂଷିତ ହୁଅଇ

ମାଟି ପାଣି ବାୟୁ ନଦୀ ଓ ସମୁଦ୍ର

ପରିବେଶ ଆଜି ନଷ୍ଟ

ଉତ୍ତାପ ବହନ କରିବା କ୍ଷମତା

ଧରଣୀ ମାତାର ନଷ୍ଟ

ପ୍ରଚଣ୍ଡ ନିଦାଘ ଦାଉ ସାଧି ପରା 

ନିହାତି କରୁଛି ଖେଳ

ବେଳୁ ବେଳ କଷ୍ଟ ହୁଅଇ ପ୍ରବଳ

ଦେହ ମୁଣ୍ଡ ଖାଲି ଝାଳ ।


ସର୍ବୋପରି ପରିବେଶର ସୁରକ୍ଷା 

ଏକମାତ୍ର ହିଁ ଉପାୟ

ଅଂଶୁଘାତ ପ୍ରତି ସତର୍କତା ସହ

ଜୀବନ ଯାତ୍ରା ବିଧେୟ ।



Rate this content
Log in

Similar oriya poem from Drama