STORYMIRROR

Ramesh takri

Drama Fantasy

4  

Ramesh takri

Drama Fantasy

ପ୍ରିୟଜନ

ପ୍ରିୟଜନ

1 min
189

ପିତା ମାତା ବନ୍ଧୁ   ଭ୍ରାତା, ଭଗ୍ନୀ, ପତ୍ନୀ

    ପୁତ୍ର,କନ୍ଯା,ପ୍ରିୟଜନ

ପ୍ରିୟ ପରିବାର   କେତେ ଆପଣାର

    ସାଥେ ଆତ୍ମୀୟ ସ୍ବଜନ ।୦।


ତାଙ୍କରି ଦୟାରୁ   ବଞ୍ଚିବା ଶିଖିଛି

    ଛୋଟରୁ ବଡ଼ ହୋଇଛି

ଯେତେବେଳେ ଯାହା   ଲୋଡ଼ା ହୋଇଥାଏ

    ତାଙ୍କରି ଠାରୁ ପାଇଛି 


ସଭିଏଁ ନିଜର  କେ ନୁହନ୍ତି ପର

    ମୋର ପ୍ରିୟ ପରିଜନ ।୧।


ପର ଆପଣାର.  ପ୍ରିୟ ଅପ୍ରିୟର

    ଭେଦ ଭାବ ରଖିନାହିଁ

ଦୁଃଖ ସଙ୍କଟରେ   ଉଦ୍ଧାର ପାଇଛି

    ତାଙ୍କ ଗହଣରେ ରହି


ଅପ୍ରିୟ କାହାକୁ   କରିବିନି କେବେ

    ବଞ୍ଚିଥିବି ଯେତେଦିନ ।୨।


ଅଧିକ ପାଇଛି   ଉଣା ମୁଁ ଦେଇଛି 

    ପ୍ରିୟ୍ ପରିଜନ ପାଇଁ

କାହାଠାରୁ କେତେ  ପାଇଛି ଦେଇଛି

    ହିସାବ ମୁଁ ରଖି ନାହିଁ


ଜଣେହେଲେ କେହି   ଅପ୍ରିୟ ନୁହନ୍ତି

    ସଭିଏଁ ମୋ ପ୍ରିୟଜନ ।୩।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama