ଅକ୍ଷମ ହେଉ ସକ୍ଷମ
ଅକ୍ଷମ ହେଉ ସକ୍ଷମ
ଛୋଟା କଣା କୁଜା କେହି ଅକର୍ମଣ୍ୟ
ପଡୁନାହିଁ ଭାଙ୍ଗି ରୁଜି
ବିଜ୍ଞାନ ବଳରେ ସବୁ ଅସମ୍ଭବ
ସମ୍ଭବ ହେଉଛି ଆଜି ।
ପାଇ ପାରୁଅଛି ଅନ୍ଧ ଚକ୍ଷୁଦାନ
ଲେଙ୍ଗଡା କୃତ୍ରିମ ଅଙ୍ଗ
ମିଳୁଛି ସୁଲଭେ ତ୍ରିଚକିଆ ଯାନ
ହୁଏ ସେ ଚଳତକ୍ଷମ ।
ଥିଲେ ମନୋବଳ କରୁଛି ଅକ୍ଷମ
ଦୈନନ୍ଦିନ ବହୁ କର୍ମ
ନ କରି ନିର୍ଭର ନିଜ ଇଚ୍ଛାମତେ
କରୁଅଛି ଉପାର୍ଜନ ।
ନଡା ଘାସକୁଟା କଞ୍ଚା ଡାଳପତ୍ର
ଶୁଖିଲା କାଠ ଜାଳେଣି
ଗୋଟିଏ ଠାବରୁ କରି ସଂଗୃହୀତ
ଯାନେ ପାରେ ବହି ଆଣି ।
ଦେଖାଏ ଅକ୍ଷମ କ୍ରିଡା ଶିକ୍ଷାଦୀକ୍ଷା
ଅଭିନୟ ନିପୁଣତା
ସାଧାରଣ ଭାବେ ଜୀଇ ରହିବାକୁ
ରହିଛି ତାର ଦକ୍ଷତା ।
ଦେବା ସହଯୋଗ ଆଶା ଓ ଭରସା
ଅକ୍ଷମ ହେଉ ସକ୍ଷମ
ଖେଳିଲେ ତା ମୁହେଁ ହସ ଧାରଟିଏ
ଖୁସି ହେବେ ଭଗବାନ ।
