Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Romance Inspirational

4.5  

Satyanarayan Sahoo

Abstract Romance Inspirational

ଅଗଷ୍ଟ ପନ୍ଦର

ଅଗଷ୍ଟ ପନ୍ଦର

1 min
326


ବରଷ କୁ ଥରେ ଆସିଛି ଆଜରେ

ନବ ରୋମାଞ୍ଚ ଓ ଆନନ୍ଦ ଆଣିରେ ।


ଆଜି ଯେ ପବିତ୍ର ଅଗଷ୍ଟ ପନ୍ଦର

ଉଡୁଛି ତ୍ରିରଙ୍ଗା ଦେଖ ଫର ଫର ।


ଆଶା ଅସୁମାରୀ , ସ୍ବପ୍ନ ପୂରଣରେ

ସଭିଏଁ ମିଳିତ ଏ ପତାକା ତଳେ ।


ଜାତୀୟ ଚେତନା ସ୍ପନ୍ଦନ ଆହ୍ବାନ

ଗୁଣୀ , ଶୁଣି , କରି ପ୍ରେରଣା ପ୍ରଦାନ ।


ପରଷ୍ପର ପ୍ରତି ଅନୁରାଗ ପ୍ରୀତି 

ଧାରା ଝରେ ପ୍ରାଣ ପ୍ଲାବୀ ନିତି ନିତି ।


ଆସରେ ସଭିଏଁ କରିବା ପ୍ରଗତି

ପ୍ରିତୀ ମାଧୁରୀମା ଘେନି ହୋଇ ସାଥୀ ।


 ଆଶା ଅନୁରୂପ କରିବା ବ୍ୟବସ୍ଥା

ବିକଶିତ ହେବ ଶୁଭ , ସାକ୍ଷରତା ।


ପ୍ରାକୃତିକ ଶୋଭା ପରିପୂର୍ଣ୍ଣ ସ୍ଥଳୀ

ଜଙ୍ଗଲ ଅରଣ୍ୟ ଯିବା ସୃଷ୍ଟି କରି ।


ଖେତେ ଖେଳାଇବା ସୁଷମା ଲହରୀ

ନାନା ଜାତି ଶସ୍ୟ ହସ ଖିଲି ଖିଲି ।


ଭରି ସ୍ୱର୍ଣ୍ଣ ବର୍ଣ୍ଣ କମନୀୟ ତର

ଗଢ଼ିବୁ କ୍ଷେତ ଓ ଉଦ୍ୟାନ କେଦାର । 


ଶିକ୍ଷା ସ୍ୱାସ୍ଥ୍ୟ ଆଉ ସଂସ୍କୃତି ପ୍ରସାର

ସହିତ ଉନ୍ନତ ଜୀବନ ମାନର ।


ଆସ ରେ ଗଢ଼ିବା ଆମେ ହେ ସଭିଏଁ

ଏ ଭାରତ ଆମ ସ୍ୱାଧୀନ ଆଜି ରେ ।


Rate this content
Log in

Similar oriya poem from Abstract