STORYMIRROR

Priyabrata Mohanty

Children

3  

Priyabrata Mohanty

Children

ଅଚିହ୍ନା ମଣିଷ

ଅଚିହ୍ନା ମଣିଷ

1 min
349

"ଜଣା-ଅଜଣା   ଚିହ୍ନା-ଅଚିହ୍ନା

ଦୁନିଆରେ ଦୁଇ ଭାଇ"


ମାଆ କୂଳରୁ   ନେଉ ଜନମ

ଅଜଣା-ମଣିଷ ହୋଇ,

ବନ୍ଧୁ ବାନ୍ଧବ   ରଖନ୍ତି ନାମ

ପରିଚିତ ହେବା ପାଇଁ ।।


ଜାଣି ନଥିଲେ   ଅଚିହ୍ନା କରୁ

ଜାଣିଲେ ସାଥି ହୁଅଇ,

ଜଣା ଅଜଣା   ଚିହ୍ନା ଅଚିହ୍ନା

ଦୁନିଆରେ ଦୁଇ ଭାଇ ।।


କେଡେ ସୁନ୍ଦର   ସୃଷ୍ଟି ମୋର

ଅଜଣା ହୁଏ ନିଜର,

ଯାହାକୁ ଆମେ   କେବେ ଦେଖିନୁ

ସେ ବି ତ ଆମ ଈଶ୍ୱର,

ପ୍ରେମ ନୟନେ  ଦେଖିଲେ ଥରେ

ଅଚିହ୍ନା ମଣିଷ କାହିଁ,

ଜଣା-ଅଜଣା   ଚିହ୍ନା-ଅଚିହ୍ନା

ଦୁନିଆରେ ଦୁଇ ଭାଇ ।।


ବିଶାଳ ମନେ   ଦେଖ ଦୁନିଆଁ

ବିଶ୍ଵ ଏକ ପରିବାର,

ଚିହ୍ନା-ଅଚିହ୍ନା   ଆଖିର ଖେଳ

କେହି ନୁହଁ ଏଠି ପର,

ଜିଜ୍ଞାସା ନିଆଁ   ଜଳିଲେ ସଦା

ଅଚିହ୍ନା ବି କେହି ନାହିଁ,

ଜଣା-ଅଜଣା   ଚିହ୍ନା-ଅଚିହ୍ନା

ଦୁନିଆରେ ଦୁଇ ଭାଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children