ଅଚିହ୍ନା ମଣିଷ
ଅଚିହ୍ନା ମଣିଷ
କେମିତି ରହିବି
କେମିତି କହିବି
କଣ କରିବି
କଣ ନାଇଁ
ଏମିତି ଅନେକ ପ୍ରଶ୍ନ ସହ
ସ୍ବରଭଙ୍ଗ ବେପଥୁ
କମ୍ପନ ସୃଷ୍ଟି
ହୋଇ ଯାଉଥାଏ
ସେ ଅଚିହ୍ନା ମଣିଷ ପାଇଁ ।
ସେଇ ଅଚି଼ହ୍ନା
ଲାଗେ ଚିହ୍ନା ଚିହ୍ନା
ହୋଇ ଯାଏ କେତେ ନିଜର
ଥରୁଟିଏ ନ ଦେଖିଲେ
ମନ ହୋଇଯାଏ ଅଥିର
ବିଗଳିତ ହେଉଥାଏ
ସେଇ ମଣିଷ ପାଇଁ
ପାଖେ ନ ଥିଲେ
ଖୋଜୁଥାଏଁ ଧାଇଁ ଧାଇଁ ।