STORYMIRROR

Ajaya kumar Jena

Tragedy

3  

Ajaya kumar Jena

Tragedy

ଅଚିହ୍ନା ମଣିଷ

ଅଚିହ୍ନା ମଣିଷ

1 min
235

ଏଇ ଦେଖୁନ!

ମୋ ପାଦ ତଳେ ଲୋଟିଛନ୍ତି 

ତୁମ ପ୍ରେମର ଦୀର୍ଘଶ୍ଵାସମାନେ,

ଅଥଚ ଆଜିବି ମୁଁ ତୁମ ପାଇଁ ଅଚିହ୍ନା।


ସେଦିନ ଏକାଡେମୀକ୍ ସେକସନ୍ ରେ

ଅନତି ଦୂରରୁ ଦେଖିଥିବା ତୁମେ ସେଇ ବର୍ଷା,

ଯିଏ ମୋ ଅଲକ୍ଷରେ ବହିଯାଇଥିଲା

ହୃଦୟର ସ୍ରୋତସ୍ୱିନୀ ନଇଟିଏ ହୋଇ।


ପ୍ରତିଦିନ ତୁମ ଆଡ଼କୁ ହଳେ ପାଦମାନଙ୍କ ସହ

ମୁଁ ଯେମିତି ଟାଣି ହୋଇଯାଉଥାଏ,

ଆଉ ହଳେ ଆଖି ବି 

ମତେ ସଯାଉଥାଆନ୍ତି ପ୍ରତୀକ୍ଷଣ ନିର୍ଲଜ

ଥରୁଟିଏ ତୁମକୁ ଦେଖିବା ପାଇଁ ,

ସେଥିରେ ସେମାନେ କି ସୁଖ ପାଆନ୍ତି କେଜାଣି?


ସେଇ ଏକତରଫା ଦେଖାରେ

ଆଉରଙ୍ଗଜେବର ଅନ୍ଧ କୋଠରୀ ମଧ୍ୟରୁ

ଯେମିତି ପୁଣ୍ୟ ସାଉଁଟୁଥାନ୍ତି ମୋ ସ୍ବପ୍ନମାନେ,

ଏ ସ୍ୱପ୍ନ କାହାର?

ମୁଁ ବହୁବାର ପଚାରିଛି ମୋ ପ୍ରଶ୍ୱାସ ମାନଙ୍କୁ

ସେ ମତେ ଉତ୍ତର ଦିଅନ୍ତି-

ଏ ସ୍ୱପ୍ନ ବୋଧେ ପ୍ରେମର!


ସେ ପ୍ରେମରେ ମୁଁ ହସୁଥିଲି ନା କାନ୍ଦୁଥିଲି

ମୁଁ ନିଜେବି ଜାଣେନା!

ହଁ, ମୁଁ ବହୁବାର ଚେଷ୍ଟା କରିଥିଲି

କହିବାକୁ ମୋ ବାସି ବିଛଣାରେ ବିତିଥିବା ଯନ୍ତ୍ରଣା,

ଆଉ କରିବାକୁ ନିଃସ୍ୱାର୍ଥ ପ୍ରେମ ନିବେଦନ।


କିନ୍ତୁ ମୁଁ ବାରମ୍ବାର ହେଉଥିଲି ବିଫଳ 

ମୋ ଅଜବ ପଣରେ,

ଆଉ ତୁମେ ବି ପାଇସାରିଥିଲ

ତୁମ ସାଙ୍ଗ ମାନଙ୍କ ଠାରୁ-

ଏ ଅଚିହ୍ନା ମଣିଷର ପ୍ରେମର ଆଭାସ!


ଶୁଣିଥିଲି ତୁମେ ବହୁତ ଖୋଜିଥିଲ ମତେ,

କିନ୍ତୁ, ସେତେବେଳକୁ 

ସମୟ ହୋଇଥିଲା ସଙ୍କୁଚିତ,

ନିଃଶେଷ ହୋଇଥିଲେ ହସ

ଆଉ ଜୋର କରି ଅତ୍ୟାଚାର କରୁଥିଲେ ଲୁହମାନେ

ତୁମ ତାଳୁରୁ ମୋ ତଳିପା ଯାଏଁ।


ଏଇ କେଇକ୍ଷଣ ଆଗରୁ-

ତୁମେ ଥିଲ କଲେଜ ଗେଟ୍ ସାମ୍ନାରେ,

ବିଦାୟ ନେଇଥିଲ କଲେଜରୁ,

ପୁରୁଣା ଛାତ୍ରୀବାସର ନିଶବ୍ଦ ଆକର୍ଷଣରୁ

ଆଉ ବିଦାୟ ନେଇଥିଲ ଏ ଦୁନିଆ ମଞ୍ଚରୁ

ଗୋଟେ ଅଚିହ୍ନା ମଣିଷକୁ ଅପେକ୍ଷା କରି

ଆସ୍ତେ ଆସ୍ତେ ଅସ୍ଥାଚଳ ସାଥିରେ

ସେ ଭାରସାମ୍ୟ ହୀନ ଟ୍ୟାକ୍ସି ଚକା ତଳୁ!!!



Rate this content
Log in

Similar oriya poem from Tragedy