STORYMIRROR

Satyabati Swain

Tragedy

3  

Satyabati Swain

Tragedy

ଅଛି ରାଜଧାନୀ ନାହଁ କିନ୍ତୁ ତୁମେ

ଅଛି ରାଜଧାନୀ ନାହଁ କିନ୍ତୁ ତୁମେ

1 min
396

ରାଜଧାନୀ ଛାତି ଓଦା ଓଦା ଉତ୍ତର ବୟସେ।।

ବରଷାର ରିମଝିମ ସୁର 

ଶ୍ରାବଣର ଟପଟାପ ଧାର

ଫଗୁଣର ଅବିର ହାଟ 

ବସନ୍ତର ମଳୟ ସମୀର

ଯେବେ ଛୁଇଁଛି ଧରାକୁ 

ସେବେ ବିଦୀର୍ଣ୍ଣ ହୋଇଛି

ଏ ମଲାଶରୀର ପ୍ରତି ମୁହୂର୍ତ୍ତେ 

ଆର୍ତ୍ତନାଦ କରୁଛି ଭାଙ୍ଗିବା ପୀଡ଼ାରେ।

ପୁଅ ଆମେରିକାରେ 

ସଫ୍ଟଓୟାର ଇଞ୍ଜିନିୟର

ଝିଅ କମ୍ପ୍ୟୁଟର ପଢୁଛି ରହି 

ବାଙ୍ଗାଲୋର ସହର

ସେମାନଙ୍କ ସଫଳତା 

ବିଫଳତା ମନମୁଖିରେ

ତମେ ମନପଡ଼ ଦୀର୍ଘଶ୍ଵାସ

ଆଉ ଅକୁହା ଯନ୍ତ୍ରଣା ଭିଡ଼ ଭିତରେ।

ସାଙ୍ଗ ହୋଇ ଜୀଇଁବା ମରିବା

ଚାଲିବା କଥା ଦେଇଥିଲ

ହଠାତ କିନ୍ତୁ ଅଧା ବାଟେ 

ବାଟ କାଟି କିଆଁ ଚାଲିଗଲ

ଜୀଅନ୍ତା ଶବ ଜଳି ଝୁରି 

କାନ୍ଦିବାକୁ କିବା ଛାଡି ଦେଲ

ଏପାରିର ମୋହେ ଏକା 

କଲବଲ କରିବାକୁ ଆଗ ଜୀଵ ବୋଲି ତତ୍ପର ହେଲା !

ତୁମ ଜୋତା ସାର୍ଟ ଡ଼ାଇରି 

ଏବେ ସାଥି ହୋଇଛନ୍ତି ମୋର

ତୁମ ଫଟୋ ପାଖେ ପୂଜେ 

ଦେଇଥିବା ସିନ୍ଦୂର ଚୁଡ ତୁମର

ରାଜଧାନୀ ଛାତି ପରେ ଠିଆ 

ତୁମ ଚାରି ମହଲା ଭିତରେ

ନିର୍ଜୀବ ବସ୍ତୁରେ ତୁମକୁ 

ପ୍ରତି ଜିନିଷରେ ପାଏ ତୁମକୁ ଏକା ପରା !

"ଅଛି ରାଜଧାନୀ ନାହଁ କିନ୍ତୁ ତୁମେ"

ଅଛି ତା ଛାତିର ତାତି

‎ଘୋ ଘା ପେଁ ପାଁ ଭିଡ 

ଆଲୁଅ ଝଲସେ ରାତି

‎ତମେ କିନ୍ତି ଛାଡି ଗଲ

 ଅବା ଦେଲ ଶାସ୍ତି

‎ଖାଁ ଖାଁ ମଶାଣି ପରି 

ମୋ ଜୀବନ ଦିନ ଓ ରାତି।।



Rate this content
Log in

Similar oriya poem from Tragedy