STORYMIRROR

puja pradhan

Romance Tragedy

3  

puja pradhan

Romance Tragedy

ଅବୁଝା ପ୍ରେମିକା

ଅବୁଝା ପ୍ରେମିକା

1 min
230

କବିର, କବିତା, ଓ ପ୍ରିୟା ର, ରୁଷିବା

  ଦୁହେଁ ସମାନ ଦୁହିଁ ଙ୍କ ପାଇଁ

କବି, କବିତା, ଲେଖେ ନିଜ ଭାବନାରୁ

   ପ୍ରିୟା ରୁଷି ଯାଏ ଛୋଟିଆ କଥାରୁ

ପୃଷ୍ଠା, ପରେ ପୃଷ୍ଠା କବି

    ଲେଖିଚାଲେ କବିତା

ଦିନପରେ ଦିନ ବିତିଯାଏ

    ହେଲେ ପ୍ରିୟା କହେନି କଥା

ପ୍ରିୟା ହସୁଥିଲେ ସବୁ ସୁନ୍ଦର

   ଋଷିଗଲେ ଲାଗେ ସବୁ ଅନ୍ଧାର

କବିତା ପଢିଲେ ଲାଗେ ବଢ଼ିଆ

  ପ୍ରିୟା ରୁଷି ଗଲେ ସବୁ ଅଡୁଆ

ହାଏ ମୋ ପ୍ରେମିକା ଅବୁଝା ରାଣୀ

   କାହିଁକି ମୋ କଥା ଥରେ ଶୁଣନି

ତୁମକୁ କେତେ ମୁଁ ଭଲ ପାଉଛି

  କହିଲେ କହିବ ମିଛ କହୁଛି

ବିଶ୍ୱାସ କରୁନ କାହିଁକି ମୋତେ

   ମୋ ଉପରେ କେତେ ରାଗୁଛ ସତେ

ତୁମଠାରୁ ତୁମ ରାଗଜେ ମିଠା

  କହିଲେ କହିବ କରୁଛି ଥଟା

ତୁମେ ମୋ ପ୍ରେମ ର ଅବୁଝା ରାଣୀ

  ତୁମ ରାଗ, ରୁଷା, ଭରା

ମୋ ପ୍ରେମର ଏ ଛୋଟ କାହାଣୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance