STORYMIRROR

Papu parida

Drama Others

4  

Papu parida

Drama Others

ଅବତାର

ଅବତାର

1 min
211

ଧରାଧାମେ ଅଧର୍ମର ବଢିଲେ ଆସର

ଅଧର୍ମର ନାଶ ଲାଗି ଆସେ ଅବତାର।


ରାଜା ମନୁ ସପ୍ତୠଷି ଔଷଧି ଜୀବନ

ମତ୍ସ୍ୟ ଅବତାରେ ଆସି କରିଲ ରକ୍ଷଣ।


କ୍ଷୀର ସାଗରରେ ହେଲା ସମୁଦ୍ର ମନ୍ଥନ

କଚ୍ଛପ ଅବତାରେ ତୁମ ହୋଇଲା ସମ୍ପୂର୍ଣ୍ଣ।


ହୀରଣାକ୍ଷ ପୃଥିବୀରେ କଲା ଅତ୍ୟାଚାର

ପୃଥିବୀର ରକ୍ଷା ଲାଗି ବରାହ ଅବତାର।


ନୃସିଂହ ସାଜିଲ ତୁମେ ପ୍ରହଲ୍ଲାଦ ଲାଗି

ହିରଣ୍ୟ କଶ୍ୟପୁ ଛାତି ଚିରିଦେଲ ରାଗି।


ଦୁଇ ପାଦେ ମାପିଦେଲ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ

ତୃତୀୟ ପାଦଟି ବାଳି ଦେଖେଇଲେ ମୁଣ୍ଡ।


ତ୍ରେତୟାରେ କ୍ଷତ୍ରିୟଙ୍କ ବଢେ ଅତ୍ୟାଚାର

କ୍ଷତ୍ରିୟ ନାଶିଲ ନେଇ ନୃସିଂହ ଅବତାର।


ଦ୍ୱାପରରେ ବ୍ୟାପି ଥିଲା ଅଧର୍ମର କାୟା

କୃଷ୍ଣ ଅବତାରେ ତୁମେ ଦେଖେଇଲ ମାୟା।


ସତ୍ୟର ସନ୍ଧାନ ଲାଗି ବୁଦ୍ଧ ଅବତାର

ଜ୍ଞାନର ଆଲୋକ ଘେନି ଶାନ୍ତିର ପ୍ରଚାର।


କଳିରେ ବ୍ୟାପିବ ଯେବେ ନର ଅତ୍ୟାଚାର

ବାର ହାତ ଖଣ୍ଡା ଧରି କଳ୍କୀ ଅବତାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama