ଅଭିମାନୀ ଭକ୍ତ
ଅଭିମାନୀ ଭକ୍ତ
ଜନମ ତ ଦେଲେ କରମ ଦେଲେନି
ଜନ୍ମକଲା ମାତାପିତା
ତୁମେ ଥାଉ ନାଥ ହୋଇଲେ ଅନାଥ
ବଡ଼ ପଣ ସିନା ବୃଥା
ଗୁହାରୀ ଶୁଣ ମଣିମା
ପ୍ରଭୁ ଜଗନ୍ନାଥ ହୁଅନି ନିଷ୍ଠୁର
ହର ଦୁଖୀ ଜନ ବ୍ୟଥା ।
ଯାଇ ପାରୁ ନାହିଁ ବଡ଼ ଦେଉଳକୁ
ଦୁଆରେ ଝୁଲୁଛି ତାଲା
ନାହିଁ କାମ ଧନ୍ଦା ବୁଲୁଛି ବେକାର
କିଏ ହେବ ମୋତେ ସାହା
ଅଭାବ ମୋ ଦାନାକନା
କୁହ ଦୀନବନ୍ଧୁ ପତିତପାବନ
କାହିଁକି ଏ ଦୁରାବସ୍ଥା ।
ପ୍ରଭୁ ଜଗନ୍ନାଥ
ତୁମରି ଭିଆଣ ଏ ସାରା ଜଗତ
କୀଟ ପଶୁ ପକ୍ଷୀ ନର
ହାତ ଗୋଡ଼ ଆଖି ଦେଇଅଛ ପୁଣି
ବିଶ୍ୱକର୍ମା ସକୁଶଳ
ଦିଅ ପ୍ରଭୁ ସଦଗତି
ପୂର୍ଣ୍ଣ ହେଉ ଦୁଖୀ ଦୂରିତ କଷଣ
ଦୂର ହେଉ ବିଘ୍ନ ବାଧା ।
ପ୍ରଭୁ ଜଗନ୍ନାଥ
ଦୂର ହେଉ ହେଳେ ରୋଗ ମହାମାରୀ
ଶ୍ରମଜୀବୀ ଲଭୁ କର୍ମ
ଉପୁଜୁ କ୍ଷେତରେ ସୁନାର ଫସଲ
ଘୁଞ୍ଚୁ ଅଭାବ କଷଣ
ଦିଅ ବାରେ ସଦବୁଦ୍ଧି
ବିକଶୁ ପ୍ରତିଭା ଧନ ମାନ ଜ୍ଞାନ
ପାଳନ୍ତୁ ଶାସକ ପ୍ରଜା ।