Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra Kumar Shasamalla

Children

3  

Rabindra Kumar Shasamalla

Children

ଆସ

ଆସ

1 min
160



ଆସ ଆମ ସାଥେ ମିଶ 

ଦୁଃଖ ଭୁଲି ଟିକେ ହସ  

କପଟି ଲମ୍ପଟି ଦୋଷ 

କରିନି ଆମଠି ବାସ ।


ସ୍ଵାର୍ଥ ଅର୍ଥ ଜଣା ନାହିଁ

ଅବୋଧ ବୁଝିବୁ କାହିଁ

ଖେଳକୁଦ ହୁଏ ଯହିଁ

ମାତି ଥାଉ ଆମେ ତହିଁ ।


ଛୁଆଁ ଛୁତି ଭେଦ ଭାବ

କରିନାହୁଁ ଅନୁଭବ 

ଆମେ ସମସ୍ତେ ଶୈଶବ 

ଏଇ ଯେ ଆମ ସ୍ଵଭାବ ।


ଆମକୁ ଯେ ସ୍ନେହ ଦିଏ 

ଆମ ପାଇଁ ପ୍ରିୟ ସିଏ

ଆଦରେ ଯେ କୋଳେ ନିଏ 

ତାଙ୍କୁ ବା' ଭୁଲିବ କିଏ ।


ନିର୍ଭେଜାଲ ହସ ଖୁସି 

ଆମ ପାଖେ ଥାଏ ବେଶୀ

ଆମେ ଯେବେ ଦେଉ ହସି 

ସଭିଏଁ ଯାଆନ୍ତି ରସି ।


  


Rate this content
Log in

Similar oriya poem from Children