STORYMIRROR

Rabindra Kumar Shasamalla

Others

4  

Rabindra Kumar Shasamalla

Others

ତୁମ ପ୍ରେମ ଧୂପ

ତୁମ ପ୍ରେମ ଧୂପ

1 min
287


ତୁମ ପ୍ରେମ ଧୂପ ମୋ ମନ ଅଗଣା

ମହକାଏ ସୁବାସରେ

ତୁମେ ଅଛ ବୋଲି ମୁଁ ପରା ବଞ୍ଚିଛି

ଦୁଃଖ ସହି ସାହାସରେ ।।


ଆଖି ଖୋଜେ ସଦା ତୁମରି ଚାହାଣୀ

ଓଠ ଖୋଜେ ମିଠା ହସ

ଖୋଜିଲା ବେଳକୁ ତୁମ ଆବିର୍ଭାବ 

କରିଦିଏ ମୋତେ ତୋଷ ।।


ସତରେ ଯେମିତି ଲାଗୁଛି ଏମିତି 

ମୋ ଆତ୍ମା ମୋ ପାଖେ ନାହିଁ

ତୁମ ପ୍ରେମ ପାଇ ଖୁସିରେ ବିଭୋର

ଯାଇଛି ତୁମଠି ରହି ।।


ସବୁ ଜହ୍ନ ରାତି ଲାଗୁଛି ପୂର୍ଣ୍ଣିମା

ତୁମ ପ୍ରେମ ପ୍ରୀତି ଧାରେ

ଜୋଚ୍ଛନା ଚମକେ ହୃଦୟରେ ଆସି

ଆକର୍ଷିତ ହେଲାପରେ ।।


ତୁମରି ପ୍ରେମରେ ଶାନ୍ତି ମୁଁ ପାଇଛି

ନିଖୁଣ ନିଆରା ତୁମେ

ଜୀବନେ ମୋହର ସୁଖ ଦେଲ ଭରି

ଯେବେଠୁ ତୁମରି ପ୍ରେମେ


ତୁମମୟ ରଙ୍ଗ ମାଖିଛି ମୋ ଦେହେ

ମାଖି ହୋଇ ସେ ଯେ ଥାଉ

ପ୍ରେମର ପୂର୍ଣ୍ଣତା ପୁଣ୍ୟର ବେଳାରେ

ଦ୍ଵିଗୁଣିତ ବଢ଼ିଯାଉ ।।


ହସୁଥାଅ ତୁମେ ହରଷ ଚିତ୍ତରେ

ଚିର ଚମକ ଦେଖାଇ

ବିବଶ ଭାବନା ନ‌ଆସୁ କେବେହେଁ

ତୁମରି ନିକଟ ଦେଇ ।।


     


Rate this content
Log in