Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Others Children

3  

Chittaranjan Nanda

Others Children

ରାଧାନାଥ ରାୟଙ୍କ ସ୍ମୃତିରେ

ରାଧାନାଥ ରାୟଙ୍କ ସ୍ମୃତିରେ

1 min
151



ସମୃଦ୍ଧ ଦୁଇ ଜଣ କରିଛନ୍ତି ଓଡିଆ 

ସାହିତ୍ୟ ଭଣ୍ଡାରକୁ 

ଜାଣି ଅଛ କି ରାଧାନାଥ ରାୟ ଓ 

ମଧୁସୂଦନ ରାଓଙ୍କୁ ।୧।


ରାଧାନାଥ, ପୁରୀ ଜିଲ୍ଲା ସ୍କୁଲରେ

 ଦ୍ୱିତୀୟ ଶିକ୍ଷକ ଥିଲେ

ସେତେବେଳେ ମଧୁସୂଦନ ରାଓ 

ତାଙ୍କର ଛାତ୍ର ଥିଲେ ।୨।


ରାଧାନାଥ ରାୟ, ସ୍ରଷ୍ଟା ଆଧୁନିକ 

ଓଡ଼ିଆ ସାହିତ୍ୟର,

୧୮୪୮ ମସିହା ସେପ୍ଟେମ୍ବର ୨୮ 

ରେ ଜନମ ତାଙ୍କର ।୩।


ରାଧାନାଥ ଭାରତ ଭ୍ରମଣ କରି 

ପ୍ରତ୍ୟକ୍ଷ ଜ୍ଞାନ ଲଭିଥିଲେ

ଅନୁଭବକୁ ସାହିତ୍ୟ ସୃଷ୍ଟି କରିବା 

ସାଧନାରେ ଲିପ୍ତଥିଲେ ।୪।


ଆଦର୍ଶ ଶିକ୍ଷକ ଓ ପରିଦର୍ଶକ 

ଥିଲେ ରାଧାନାଥ ରାୟ

ନୂତନତା ସୃଷ୍ଟି କରିବାରେ ସଦା

ବେଳେ ଥିଲା ତାଙ୍କ ଲୟ ।୫।


ଓଡିଆ ଭାଷାକୁ ତାଙ୍କ ସାରସ୍ଵତ 

ସୃଷ୍ଟି ହୁଏ କେଦାରଗୌରୀ , 

ଚିଲିକା, ଚନ୍ଦ୍ରଭାଗା, ମହାଯାତ୍ରା , 

ମେଘଦୂତ ଓ ନନ୍ଦିକେଶ୍ବରୀ ।୬।


ତୁଳସୀ ସ୍ତବକ, ଉଷା, ଦରବାର,  

ସେହିପରି ସୃଷ୍ଟି ତାଙ୍କର

ଥିଲେ ଚିର ରୁଗ୍ଣ, କିନ୍ତୁ ଚିର ସବୁଜ 

ଓ ସରସ ଲେଖା ତାଙ୍କର ।୭।


ତାଙ୍କର ସାରସ୍ଵତ ସାଧନାର ଫଳ 

କେବେ ହଜିବାର ନୁହେଁ,

ସେ ଧରା ବକ୍ଷରେ ତାଙ୍କର କୃତି ସବୁ 

ଅମର ହୋଇ ରହେ ।୮।


ତାଙ୍କ ଧରାବତରଣ ଦିବସରେ ମୁଁ ଦିଏ 

ଶ୍ରଦ୍ଧାଞ୍ଜଳି ହୃଦୟରୁ 

ତାଙ୍କର ଦାନ ଅତୁଳନୀୟ, ଲିଭିବେନି 

ଓଡଆଙ୍କର ମନରୁ ।୯।



Rate this content
Log in