ଆସ ବାଣ୍ଟିବା ଜ୍ଞାନ ଆଲୋକ
ଆସ ବାଣ୍ଟିବା ଜ୍ଞାନ ଆଲୋକ
କୁନି କୁନି ତାରା
ଆକାଶ ବୁକୁରୁ ଆଲୋକ ଦିଅନ୍ତି ଝାରି
ଏକତ୍ରିତ ହୋଇ ଥାଆନ୍ତି ବୋଲି ସେ
ଅନ୍ଧାର ବି ଯାଏ ହାରି
ଦୂରରୁ ଦେଖିଲେ ଲାଗେ ସେ ଯେପରି
ଆଲୋକ ଦୋକାନ ପରି
ଆକାଶ ବୁକୁରେ ଚାହିଁ ରହିଛି ସେ
ଆଲୋକର ମାଳା ଧରି ।
କୁନି ଦେଖିବାକୁ ତାରାଟିଏ ସିନା
ଗୁଣ ତାଙ୍କର ମହାନ
ଏକତ୍ରିତ ହୋଇ ଆକାଶେ ହସନ୍ତି
ହସାନ୍ତି ବି ଆନ ଜନେ ।
କୁନି କୁନି ଆମେ
କଳିକାରେ ଯେତେ
ଆସ ହେବା ଏକତ୍ରିତ
ଗୋଟିଏ ସୂତ୍ରରେ ବାନ୍ଧିବା ସଭିଙ୍କୁ
ଜାଳି ଜ୍ଞାନର ଆଲୋକ
ବିତରିବା ଆମେ ମହକକୁ ଆମ
କଳୁଷ କରିବା ଦୂର
ଛୋଟ ଏ ଜୀବନ ଛୋଟ ଏ ସମୟ
ଏକତ୍ରିତ ହୋଇ କରିଲେ କାମକୁ
ଅସାଧ୍ୟକୁ ଆମେ କରିବା ପାର ।
ସୁଗନ୍ଧରେ ଆମ ଭିଦେବା ଆମେ
ଆମ ଏ ସାରା ଭୂଲୋକ
ଅଜ୍ଞାନ ତିମିର ଦୂରେ ଦେବା ଫିଙ୍ଗି
ବାଣ୍ଟି ଜ୍ଞାନର ଆଲୋକ
ଏ ଜଗତ ଆମ ନୂତନ ଆଲୋକେ
ସଜ୍ଜିତ ହେବ
କୁନି ଓଠରୁ ଆମ ହସ ଝୁରୁଥିଲେ
ଆଲୋକ ଦୋକାନ ପରି ଦିଶିବ ।