STORYMIRROR

Gouranga Charan Beura

Tragedy

3  

Gouranga Charan Beura

Tragedy

ଆର୍ତ୍ତନାଦ

ଆର୍ତ୍ତନାଦ

1 min
22


ଶାଗୁଣା ପାଲଟିଛି,

କଳି ଯୁଗର ନର ରାକ୍ଷସ!

କାନ୍ଦୁଛି ସତୀ,

ଧର୍ଷଣର ଜଟିଳ ଚାମରରେ!

ଖଳ ରାବଣର ପଂଝାରେ,

କ୍ଷତ ବିକ୍ଷତ ହୁଏ,

ଏ ଯୁଗର ସତୀ ସାବିତ୍ରୀ!

କାମାନ୍ଧ ମାନବର,

କାମ ଚକ୍ରବ୍ୟୁହରେ,

ସତୀର ଆର୍ତ୍ତ ଚିକ୍ତାର!

ମଣିଷ ପଣିଆଲୁଚି ଯାଇଛି,

ଅର୍ଥର ବେଢିରେ,

ସାନ୍ତ୍ୱନାର ଆଶାଫଳକରେ!

ଜୁଇ ପିଉଛି,

ପ୍ରତିଶୋଧର ବହ୍ନି!

ମଦ ମାଂସର ସଂଜୀବନୀରେ,

ମୁକୁଳିତ ବେଣୀ,

ସତୀକୁ କରେପ୍ରତିହିଂସା ପରାୟଣା!

ମୂମୂର୍ଷୁତାର ଅଭିଶାପରେ,

ନର ପିଶାଚ ଝୁଲେ ଫାଶୀ ଖୁଣ୍ଟରେ।

ଜୀବନ ମରୀଚିକାରେ ଶୁଭେ,

ପ୍ରତିଶୋଧର ଶଂଖଧ୍ୱନୀ!

ତଥାପି ବୁଝି ହୁଏନା,

ଧର୍ଷଣର ଇନ୍ଦ୍ରଜାଲ!

ଭଣ୍ତବାବ‍ାଂକର ତୀର୍ଥକ୍ଷେତ୍ର,

ଆଶୀଷ ନାଶିନୀ ମରୁଦ୍ୟାନ!

କର୍ମକ୍ଷେତ୍ରରେ,

ନିର୍ଯ୍ୟାତନାର କଳା ବାଦଲ!

କାମ ଲୋଲୁପ ଚକ୍ଷୁରେ,

ଜାତି ନନ୍ଦିଘୋଷ ଧାବମାନ!

ଆଜି ବି ନାରୀ ମରେ,

ଫ୍ରାଇଂ ପ୍ୟାନ୍ ଆଉ ତନ୍ଦୁରୀ ଭାଟିରେ!

କନ୍ୟା ବୃଣ ହତ୍ୟା,

ଆଜି ବି ସମାଜ ଉଜ୍ଜିବିତ!

ଶକୁନୀର କପଟ ପଶାରେ,

ଆଜି ବି ସତୀ ବସ୍ତ୍ରହୀନା!

ତେବେ କଣ ନାରୀ ସମାଜ,

ବିନାଶର ଅବଶ୍ୟମ୍ଭାବୀ?!

ରାଣୀ ଲକ୍ଷ୍ମୀ ବାଈଂକ,

ଧାରୁଆ ଖଡ୍ଗ ଏବେ ବି ରକ୍ତ ରଂଜିତ!

ତାଂକରି ପ୍ରେରଣାର ଉତ୍ସ,

ଆଜିର ନାରୀ ସମାଜ!

ଜ୍ଞାନର ପ୍ରଦୀପରେ,

ବିବେକର ଘୃତରେ,

ସେ ବାଢିଛି ପ୍ରତିଶୋଧର ଯଜ୍ଞଶାଳା!

ଖଳ ଦୁଃଶାସନ ଓ ଦୁର୍ଯୋଧନ ରକ୍ତରେ,

ନିର୍ବାପିତ କରିବ,

ଧର୍ଷଣ,ଶୋଷଣ ତଥା ପୀଡନର ଯଜ୍ଞାନଳ!

ଆଉ ପ୍ରଶାନ୍ତ ଚିତ୍ତରେ,

ବନ୍ଧନ କରିବ,

ମାତୃଭୂମୀର ମୁକୁଳିତ ବେଣୀ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy