STORYMIRROR

Ajaya kumar Jena

Tragedy

2  

Ajaya kumar Jena

Tragedy

ଆଞ୍ଜୁଳେ ଅନୁତାପ

ଆଞ୍ଜୁଳେ ଅନୁତାପ

1 min
116

ଦେଖ!

ମୋ ବତୁରା ଆଖିରେ

ଲୁହ ମାନଙ୍କର ବନ୍ୟା,

ଅଗଭୀର ହୃଦୟର ଉଛୁଳା ନଈରୁ

ବନ୍ଧ ଭାଙ୍ଗି ଜୁଡୁବୁଡୁ 

ମୋ ରଙ୍ଗୀନ ଇଲାକାର ପଟ୍ଟଭୂମୀ ।


ସେମାନେ କିନ୍ତୁ,

ବତୁରେଇ ପାରିନାହାନ୍ତି

ମୋ ଓଠର ନିଷ୍ପେସି ଇଲାକାକୁ,

ଦେଖିଛକି ପୋଷେ ହସ!

ମୋ ଓଠ ସନ୍ଧିରୁ

କାଇଁ, କେଉଁଠି 'ସେ'?

କେଉଁ ପ୍ରାଚୀନ ସଭ୍ୟତାର କ୍ରୋଡ଼ରେ

ଖୋଜିବି ତା'ର ଇତିବୃତ୍ତ।


ସେଦିନ, ସେ ନିଷ୍ଠୁର ମୁହୂର୍ତ୍ତରୁ

ତୁମ ଲୁହ ମାନଙ୍କର ଅଳି,

ତୁମ କୋହ ମାନଙ୍କର ନିଶ୍ୱାସ,

ସବୁ ଯେମିତି ପ୍ରତିମୁହୂର୍ତ୍ତରେ

ଅନୁତାପ ନିଆଁରେ ମତେ ଜାଳିବାରେ ବ୍ୟଗ୍ର।


ମୁଁ ତ' ଏବେ ଅନ୍ଧାରି ଇଲାକାରେ

ହୁତ୍ ହୁତ୍ ଜଳୁଥିବା ଅତୃପ୍ତ ମାଟି ପିଣ୍ଡୁଳାଟେ,

କୁହ ତ',

କେଉଁ ମିଯାଜ୍ ରେ ମୁଁ ହସିବି?

କେଉଁ ମେହେଫିଲ ରେ ମୁଁ ଭାସିବି?


ମୋ ଜୀବନ ମରୁଭୂମିରେ

ତୁମ ବିଛେଦର ବାଲିଝଡ଼ 

ଏବେ ଗଢ଼ି ଦେଇଛି ଦୁଃଖର ବାଲିସ୍ତୁପ,

ତା' ଭିତରେ ଶୁଷ୍କ ପ୍ରାୟ

ମୋର ଅନୁତପ୍ତ ମନ।


ତୁମେ ତ' ଏବେ ଦୂରରେ,

ବହୁତ ଦୂରରେ

ମୋ ଆଖି ଅପହଞ୍ଚ ଦୂରତାର ଦିଗ୍ ବଳୟରେ।

ତଥାପି,

ମୋ ମାଟିରୁ ଆକାଶ,

ମୋ ପାଣିରୁ ପବନ,

ମୋ ପ୍ରଶ୍ୱାସରୁ ନିଶ୍ବାସ

ସବୁ ଯେମିତି ତୁମ ମୟ ହେବାର ଅପେକ୍ଷାରେ

ଅହରହ ଜର୍ଜରିତ।



Rate this content
Log in

Similar oriya poem from Tragedy