Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Nayak

Action Inspirational Others

3  

Chinmaya Nayak

Action Inspirational Others

ଆମ "ମାତୃଭାଷା" ଆମ ଭରଷା

ଆମ "ମାତୃଭାଷା" ଆମ ଭରଷା

1 min
196


       ଆସ ଆସ ମୋର ଜନ ଗଣ 

    ଏକ୍କାକାର ହୋଇ ମନେ ସଂକଳ୍ପ ଧରିବା,

    ହେ ସୁଧି ଜ୍ଞାନୀ ସଭିଏଁ ଦେଇ ମନପ୍ରାଣ

      ମାତୃଭାଷାଟିକୁ ସମୃଦ୍ଧ କରିବା  l


    କହିବା ଗରବେ ଆସ ମୋର ଭାତୃଭଗ୍ନୀ

      ଓଡିଆ ରାଇଜେ ଓଡ଼ିଆ ଭାଷା, 

      ଭାଷାନୀତି ପ୍ରସ୍ତୁତି ଦାୟିତ୍ବ ଘେନି

       ଆମ ପରିଚୟ ଆମ ଭରଷା  l


    କଳାସଂସ୍କୃତିର ଉତ୍କର୍ଷ ଆମ ଉତ୍କଳ ଏଇ

      ଗୌରବ ମର୍ଯ୍ୟାଦା ପ୍ରଦାନ କରେ,

   ଶୋକସନ୍ତପ୍ତରେ ଐତିହ୍ୟ ସୁମରେ ଭଞ୍ଜ ଭୂଇଁ

     ଏକମାତ୍ର ରାଜ୍ୟ ଆମ ଭାଷା ଭିତ୍ତିରେ l


     ମାତାର ମମତା ରସଧାରା ମଧୁଭାଷା 

      ଲଭି ଅଛି ଶାସ୍ତ୍ରୀୟ ଭାଷା ମାନ୍ୟତା, 

   ଯାହାର ନିଃଶ୍ଵାସେ ପାଣି ଯା ଶୋଣିତେ ମିଶା 

     ହେଲେ ବି ଆମର ନ ପଶେ ଚେତା  l


      ଦୁନିଆ ଯାକର ଓଡ଼ିଆ ଯେତେ 

     ଆନ କେତେ ଭାଷା ଶିଖୁଛ ଶିଖିବା, 

      ବୈଚିତ୍ର ମଣ୍ଡିତ ସୁରଭି ସାହିତ୍ୟେ

      ନିଜ ମାତୃଭାଷାର ମହତ ରଖିବା  l


        ହେ ଜନଗଣ ହୁଅ ସାବଧାନ 

    ଐତିହ୍ୟ କୀରତି ସ୍ମରିବା ଆମେ ବାରବାର, 

        ଏ ତ' ଓଡ଼ିଆର ସ୍ବାଭିମାନ 

     ପରଭାଷା ମୋହେ ମାତୃଭାଷା ଆମ 

         କରିବା ନାହିଁ ହତାଦର  l


   



Rate this content
Log in

Similar oriya poem from Action