STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଆକାଶେ ଉଡ଼ୁଛି

ଆକାଶେ ଉଡ଼ୁଛି

1 min
8


ଆକାଶେ ଉଡ଼ୁଛି  ନେତ ଫର ଫର

     ନାମ ପତିତପାବନ

ସେ ନେତକୁ ଚାହିଁ ପାପିଏ ତରନ୍ତି

     ଅପସରି ଯାଏ ମାନ।

ଦୁରେ ଥାଇ ପରା ସୂଚାଇ ଦେଉଛି

     ଶୁଣ ହେ ମାନବ ଭାଇ

ମାନବରେ ଦେଲେ ଉଚିତ ବେଭାର

      ସ୍ଵର୍ଗ ସୁଖ ଆସେ ନଇଁ।

ମାନବ ସେବା ତ ମାଧବ ସେବା ଯେ

      ରଖିବା ସର୍ବଦା ମନେ

ଜୀବନ ଗଣିତ ସଜାଡି ହୋଇବ

      ନେତ କହେ କାନେ କାନେ।

ସାଧାରଣ କନା ଖଣ୍ଡିଏ ନୁହଇଁ

      ସେତ ଜୀବନ ଦର୍ଶନ

ଦେଖିବାକୁ ଦାଣ୍ଡେ ଭକତ ଭାବରେ

      ଛୁଟେ କୋଟି ଜନ ମନ।

ଭକତି ବିଶ୍ୱାସେ  ଲୋତକ ନୟନେ

      ଚାହିଁ ଦେଖ ତାକୁ ଥରେ

ଜଗନ୍ନାଥ ସ୍ଵାମୀ ଆଶିଷ ବର୍ଷିବେ

      ରଖ ଏହା ବିଶ୍ୱାସ ରେ।।


Rate this content
Log in

Similar oriya poem from Action