Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Soumya Shubhadarshinee

Romance Tragedy

2  

Soumya Shubhadarshinee

Romance Tragedy

ଅଧୁରା

ଅଧୁରା

4 mins
3.3K


*

ଉପଯାଚିକାର ପରିଚୟ ଠାରୁ ପ୍ରେମିକାର ପରିଚୟ ଢେର ସୁଖଦ। ସେଠି ସମାଜିକତା କେବେ ପ୍ରତିବନ୍ଧକ ହେବା ଅନୁଚିତ।

********

ଇଲା ବଲ୍କୋନି କୁ ଚାଲି ଆସିଲା ଅପ୍ରତ୍ୟାଶିତ ଭାବେ। ବର୍ଷଣ ମୁଖର ରାତ୍ରିର ସମ୍ମୋହନ ଆଉ କିଛି ଅପଦେଵତା ମାନଙ୍କର ନିର୍ଦେଶ ମିଶି ଯେଉଁ ଅବୋଧ୍ୟ ମୁହୂର୍ତ୍ତ ଗଢ଼ିଥିଲେ , ସେଇ ମୁହୂର୍ତ୍ତର ଆକର୍ଷଣକୁ ପ୍ରତିରୋଧ କରି। ନିଜ ଭିତରେ ନାହିଁ ସେ । ସମ୍ପୂର୍ଣ୍ଣ ଭାବେ ନିଶାଗ୍ରସ୍ତ ସ୍ଥିତି ରେ ବି ନିଜକୁ ସମ୍ଭାଳି ନେଇ ବାହାରି ଆସିଛି ସେ। ଏମିତି ପଦକ୍ଷେପ ସୁସ୍ଥ ମଣିଷ ବି ନେବା ଖୁବ୍ କଷ୍ଟକର। କିନ୍ତୁ ଇଲା , ସେତ ଗୋଟେ ବ୍ୟତିକ୍ରମ। ତା' ନୁହେଁ ତ ଆଉ କ'ଣ। ଯେଉଁ ଅବିନାଶ ଙ୍କୁ ନେଇ ଏତେ ସ୍ୱପ୍ନ, ଏତେ ଆବେଗ, ଅଜସ୍ର ଶ୍ରଦ୍ଧା, ଯିଏ ଚିର ଇପ୍ସିତ। ସେଇ ଅବିନାଶ ଙ୍କୁ ଏମିତି ଅସହାୟ ସ୍ଥିତିରେ ଛାଡି ଆସିଯାଇଛି ସେ। ଏଇ ସୁଯୋଗ ଟିଏ ତ ଖୋଜୁଥିଲା ତା' ହୃଦୟ। ଗୋଟେ ଏକାନ୍ତ ମୁହୂର୍ତ୍ତ, ଆଉ ତା'ର ନିସର୍ତ୍ତ ଆତ୍ମ ସମର୍ପଣ। ଏଇ ଇଚ୍ଛାଟି ଅନାଦି କାଳରୁ ସାଇତି ରଖିଛି ସେ,ନୁହେଁ କି?

***********

ଅବିନାଶ ଓଃ! କେତେ ଯନ୍ତ୍ରଣା ପାଉଥିବେ ସେ। ଏମିତି ବ୍ୟବହାର କେବେ କଳ୍ପନା କରିନଥିବେ। ନା' ନା' କେବେ ନୁହେଁ। ଯେଉଁ ପ୍ରେୟସୀ ସାଥିରେ ଥରେ ନେଇଯିବାକୁ ଅନୁରୋଧ କରେ, ସେ ଯେ ଏପରି କାଣ୍ଡ କରିବ କେମିତି ଜାଣିବ ମଣିଷ! ହଁ , ଇଲା ନିଜେ ଫୋନ୍ କରିଥିଲା ," ଅବି ଆସିବ ଆଜି , ମୁଁ ଖୁବ୍ ଭୟଭୀତ , ଏକୁଟିଆ ବର୍ଷା ରାତି ହୁଏତ ଧୀରେ ଧୀରେ ତୋଫାନ ଆଡ଼କୁ ଗତି କରିବ।''

ଅବିନାଶ କ'ଣ ପ୍ରତ୍ୟାଖ୍ୟାନ କରିଥାନ୍ତେ। ପ୍ରେମ ପାଖରେ କ'ଣ ଯୁକ୍ତି କାମ କରେ , କେବେ ନୁହେଁ ସେଠି ସବୁବେଳେ ମଣିଷ ଦୁର୍ବଳ। ଆଉ ଯେବେ ପ୍ରେୟସୀର ଅନୁରୋଧ ମିଳେ ମଣିଷ କି ଧର୍ଯ୍ୟ ଧରେ।

ଅବିଶ୍ରାନ୍ତ ବର୍ଷୁ ଥିବା ବର୍ଷା ଆଉ ଜନଶୁନ୍ୟ ଭୟାର୍ତ୍ତ ରାତିର ପ୍ରତିରୋଧ କୁ ଅଚିରେ ପ୍ରତିହତ କରି ଅବିନାଶ ଆସିଲେ ଦୀର୍ଘ ଦୁଇ ଘଣ୍ଟା କାଳ ଡ୍ରାଇଭ କରି। ଥରେ ବି ଚିନ୍ତା କଲେନି , ଟିକିଏ ବି ସଂଶୟ ଦେଖେଇଲେ ନାହିଁ। ନିଜ ବୟସ , ଅସୁସ୍ଥତା, ସାମାଜିକ ପ୍ରତିବଦ୍ଧତା କିଛି ବି ନୁହେଁ। କାରଣ ଇଲା ଏକାକୀ, ଭୀତତ୍ରସ୍ତ, ଅସହାୟ। ପ୍ରେମର ସୁରକ୍ଷା ସବୁ ମୁହୂର୍ତ୍ତରେ ଏମିତି ଅଗ୍ରାଧିକାର ପାଇଛି , ପାଉଥିଲା ଆଉ ପିଉଥିବ।

**********

--" ହାଓ ଡେୟାର୍ ୟୁ, ମୋ ଅଫିସ କୁ ଆସି , ମୋତେ ପ୍ରଶ୍ନ କରିବ? ତୁମେ କ'ଣ ଚିହ୍ନି ନାହଁ ମୋତେ। ହଁ ମୁଁ ଅନୁପମା ସହ ସମ୍ପର୍କରେ । କ'ଣ କରିବ ତୁମେ??"....

--" କିଛି କରିବାର ନାହିଁ ମୋର ସଞ୍ଜୟ , ତୁମେ ନିଜେ ଇଚ୍ଛା ରେ । ମୁଁ କୌଣସି ଅଭିଯୋଗ କରିବାକୁ ଯାଇନଥିଲି। ବିଶ୍ୱାସ କର , ଯାହା ଦେଖିଲି ସେଇଟା ଅପ୍ରତ୍ୟାଶିତ।"

ଇଲା କାନ୍ଦୁ ଥିଲା । ସ୍ୱାମୀ ତା' ଉପରେ ଆକ୍ଷେପ କରିବା ଉଚିତ ନା' ସେ ସ୍ୱାମୀଙ୍କ ଉପରେ କ୍ରୋଧ କରିବା ଉଚିତ, ବୁଝିପାରୁ ନଥିଲା।ନିଜ ଅଫିସର ଷ୍ଟାଫ ସହ ଏମିତି ସମ୍ପର୍କରେ ରହି ଲଜ୍ଜାହୀନ ଭାବେ ସେଇଟି ନିଜର କୀର୍ତ୍ତି ଭାବେ ବିବେଚନା କରୁଥିବା ଲୋକ କୁ କ'ଣ କହିବ ସେ। ନିରବ ରହିବା ଭଲ । ସାମାଜିକ ପ୍ରତିଷ୍ଠା ଆଉ ପରିଚୟର ସୁରକ୍ଷା ପାଇଁ।

ଗୋଟେ ଚରିତ୍ରହୀନ ମଣିଷ ସହ ନାମହୀନ ସମ୍ପର୍କରେ ରହି ରହି ଇଲା ଶ୍ବାସରୁଦ୍ଧ ହେଇଯାଉଥିଲା ପ୍ରତି ମୁହୂର୍ତ୍ତରେ। ହଁ ସେମାନଙ୍କ ସମ୍ପର୍କ କ'ଣ ସ୍ୱାମୀ ସ୍ତ୍ରୀର ପବିତ୍ରତା ଭିତରେ ଆବଦ୍ଧ। କି ନାଁ ଅଛି ସେମାନଙ୍କ ସମ୍ପର୍କର?.......

ସଞ୍ଜୟ ଅହଂକାରୀ , ଉଦ୍ଧତ ଆଉ ଦୁଶ୍ଚରିତ୍ର , କିନ୍ତୁ ଏସବୁ ସତ୍ୱେ ସେ ସ୍ୱାମୀ । ଆଉ ଇଲା ପତିବ୍ରତା ସ୍ତ୍ରୀ ହେବା ବାଞ୍ଚନୀୟ। ସମାଜ ଆଉ ସମାଜର ରକ୍ଷକ ସବୁ ସ୍ତ୍ରୀ ପାଇଁ ନୀତିନିୟମ ତିଆରି ଛନ୍ତି । କିନ୍ତୁ ପୁରୁଷ ପାଇଁ ସଭିଏଁ ଖୁବ୍ ଉଦାର।

ଶାଶୁ ଏପରି ମଧ୍ୟ ଟିପ୍ପଣୀ ଦେଇଥିବାର ନଜିର ଅଛି ,

ଯେ ଇଲା ନିଜ ସ୍ୱାମୀକୁ ସମ୍ଭାଳିବା ଜାଣେ ନାହିଁ। ସ୍ତ୍ରୀ ଭାବେ ସ୍ୱାମୀକୁ ବଶ କରିବା ଗୋଟେ କଳା । ସେତକ ଶିଖିବା ଜରୁରୀ , ନହେଲେ କି ସଂସାର ଗଢାହେବ!.....

ସ୍ତ୍ରୀ ଟେ ଉପଯାଚିକା ହେବା ଏକାନ୍ତ ଜରୁରୀ , ନହେଲେ ସମ୍ପର୍କରେ ମାଧୁର୍ଯ୍ୟ ଆସିବ କିପରି। ବିବାହ ପରି ସାମାଜିକ ସମ୍ପର୍କକୁ ସାଇତିବା

କିଛି ଖେଳଘର ନୁହେଁ। ସ୍ୱାମୀ ତ ମୁକ୍ତ ଚେତନା ର ହେବ ହିଁ , ସ୍ତ୍ରୀ ର କର୍ତ୍ତବ୍ୟ ତାଙ୍କୁ ବାନ୍ଧି ରଖିବା। ସଂସାର ଭିତରେ ବୁଡ଼େଇ ରଖିବା। ଯଦି ଅବିନାଶ ଏପରି ଉନ୍ମୁକ୍ତ , ତେବେ ସମସ୍ୟା ରହିଛି କିଛି ଇଲା ଭିତରେ !.......

ବିଚିତ୍ର ବିଶ୍ଳେଷଣ, ଗୋଟେ ଦୁଶ୍ଚରିତ୍ର ମଣିଷର ଔଧତ୍ୟ କୁ ପ୍ରତିରୋଧ କରିବା ପରିବର୍ତ୍ତେ , ଏପରି ନିରବ ସମର୍ଥନ କରିପାରନ୍ତି ପିତା ମାତା ।

ଏଇ ପରିବେଶରେ ଇଲା କ'ଣ କେବେ ପ୍ରେମିକା ହେବାର ଇଚ୍ଛାଟିଏ କରିବା ଭୁଲ। ଅବିନାଶଙ୍କୁ ବହୁତ ପସନ୍ଦ କରୁଥିଲା ସେ । ତାଙ୍କ ସହ ସଂସାର କରିବାର କୋମଳ ସ୍ୱପ୍ନ ବି ଦେଖିଥିଲା। କିନ୍ତୁ ତା ରକ୍ଷଣଶୀଳ ପରିବାର ତା ନିରିହ ପ୍ରେମ କୁ ସ୍ୱୀକୃତି ଦେଇନଥିଲେ। ବାପା ନିଜେ କହିଥିଲେ , ଝିଅ ଭାବେ ସେ ତାଙ୍କ ସମ୍ମାନର ସୁରକ୍ଷା କରିବ ଏଇ ବିଶ୍ୱାସ କୁ ଭାଙ୍ଗିଦେବନି।

ଭଲ ଝିଅ , ଭଲ ବୋହୁ , ଭଲ ସ୍ତ୍ରୀ ହେବାର ଅଭିନୟ ଭିତରେ ସେ କିନ୍ତୁ ଭଲ ପ୍ରେମିକା ଟିଏ ହେଇପାରିଲା ନାହିଁ।

************

ସେଇ ଅବିନାଶ ପୁଣି ଆବିର୍ଭାବ ହେଲେ ସଞ୍ଜୟଙ୍କ ବିଜନେସ୍ ପାର୍ଟନର୍ ଭାବେ। ପ୍ରେୟସୀର ଅଧୁରା ସଂସାର ର ମୂକସାକ୍ଷୀ ସାଜିଲେ। ଇଲା ର ବିପର୍ଯ୍ୟସ୍ତ ଜୀବନର ନିରବ ଦ୍ରଷ୍ଟା ଭାବେ ଅଜସ୍ର ଯନ୍ତ୍ରଣା ଭୋଗିଲେ।

ସେଇ ଇଲା ଆଜି ଡାକିଥିଲା ବର୍ଷଣ ମୁଖର ରାତିରେ। ଏକାକୀ ଥିବା ଅବସ୍ଥାରେ । ଯଦି ଏଥିରେ ଅବିନାଶ ନିଜକୁ ନିୟନ୍ତ୍ରଣ କରିବାକୁ ଅସମର୍ଥ ହେଇଗଲେ । କ'ଣ ଗୋଟେ ବିରାଟ ଅନୈତିକ କାମଟିଏ କରିଦେଲେ ! ସତେ ଇଲା ଗୋଟେ ଅବୁଝା ଗଣିତ ତାଙ୍କ ପାଇଁ। ଯେମିତି ପ୍ରଚୁର ଭଲ ପାଇବା ଦେଇ ଅନ୍ୟ ଜଣଙ୍କ ସହ ବାହା ହେଇଯାଇଥିଲା ଠିକ ସେମିତି ଆଜ!......

ଇଲା ଅବିନାଶଙ୍କୁ ଡାକିବା ଗୋଟେ ଆବେଗିକତା। ଆଜି ଶାଶୁ ଶ୍ୱଶୁର ନାହାଁନ୍ତି। ସଞ୍ଜୟ ଦିଲ୍ଲୀରେ। ଏତେ ବଡ଼ ଘରେ ଭୟଙ୍କର ବର୍ଷଣମୁଖର ରାତିରେ ଇଲା ଏକା । ସେ ଅବିନାଶ ଙ୍କୁ ଡାକିବା ଗୋଟେ ସୁଯୋଗ । ହଁ ନିଶ୍ଚିତ , କିନ୍ତୁ ଇଲା ସେଇ ସୁଯୋଗ କୁ ଉପଯୁକ୍ତ ନ୍ୟାୟ ଦେବାରେ ଅସମର୍ଥ।

ଅବିନାଶ ଙ୍କୁ ଏକାକୀ ଛାଡି ସେ ବର୍ଷାରେ ଭିଜୁଛି ବାଲକୋନିରେ। ସତରେ ବିଚିତ୍ର , ସେ ରହିଯିବ ଏମିତି ଅଧୁରା। ପ୍ରେମ ପାଖରେ କେବେବି ସତ ସାହସୀ ହେଇପାରିବନି। କାରଣ ସେ ଏବେ ଅନ୍ୟଜଣଙ୍କ ସ୍ତ୍ରୀ , ଅବିନାଶ ଙ୍କ ପ୍ରେମିକା ନୁହେଁ। .......

*ସୌମ୍ୟା*


Rate this content
Log in

Similar oriya story from Romance