Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ରାତିର ଅକୁହା କାହାଣୀ
ରାତିର ଅକୁହା କାହାଣୀ
★★★★★

© Lipsa Acharya

Romance Horror

3 Minutes   291    46


Content Ranking

ସଦ୍ଯ ଚ୍ଥାଡି ଯାଇଥିବା ବର୍ଷା ରାତିରେ, ଟିକି ବ୍ରହ୍ମପୁର ଷ୍ଟେସନ୍ ରୁ ଓହ୍ଲାଇଲା । ସେତେବେଳେ କୁ ରାତି ୧୧:୦୦ ଉପରେ । ଷ୍ଟେସନ୍ ଠାରୁ ଘରକୁ ଚାଲି ଯାଇହବ । ତେଣୁ ଅଟୋଟେ କରି ଟଙ୍କା ସାରିବାର ଆବଶ୍ଯକ ନ ଥିଲା। ତା ପାଖରେ ସମ୍ବଳର ବି ଅଭାବ। ଅନ୍ଯ କେଉଁ ବାଟରେ ଟଙ୍କାକୁ ବିନିଯୋଗ କରିହବ। ଦୁଇ ଦିନ ପରେ ଚିକୁର କଲେଜ ଫିସ ଦେବାକୁ ପଡିବ । ଜୀବନଟା କାହିଁକି ଦେଲେ, ଯଦି ଦେଲେ ଏତେ ସଂଘର୍ଷ ପୁଣି...। ଆଜି ପ୍ରଥମ ଥର ପାଇଁ ସେ , ରାତିରେ ଘରକୁ ଫେରୁନି । ମାତ୍ର ଆଜି ବହୁତ ବିଳମ୍ବ ହେଇଗଲାଣି । ବର୍ଷାଟା ଚ୍ଥାଡିଗଲା ବିଜୁଳି ନାହିଁ । ରାସ୍ତା ପରିଚିତ ଆସିବାରେ ଅସୁବିଧା କଣ?? ମନରେ ସାହାସର ଘରଟେ ବାନ୍ଧି ଟିକି ପ୍ଲାଟଫର୍ମରୁ ବାହାରି ରାସ୍ତାରେ ଚାଲିବା ଆରମ୍ଭ କଲା । କିଚ୍ଥିଟା ଅଟୋ ବାଲା ମେମ୍ କୁଆଡେ ଯିବେ ପଚାରୁଥାନ୍ତି । ଟିକି କାହାକୁ ଉତ୍ତର ନ ଦେଇ ନିଜ ରାସ୍ତାରେ ଚାଲିବା ଆରମ୍ଭ କଲା । ବିଜୁଳି ନ ଥିଲେ ବି , ଗାଡି ଆଲୁଅରେ ରାସ୍ତାରେ ଯିବା ସହଜ ଲାଗୁଥିଲା ।


      କିଚ୍ଥି ସମୟ ପରେ , ଟିକି ତୋଟା ସାହି ଚ୍ଥକରେ ପହଞ୍ଚି ଗଲା । ଏଥର ତାକୁ ସାହି ଭିତକୁ ଯିବାକୁ ପଡିବ । ଚ୍ଥକରେ ଠିଆ ହୋଇ ଟିକି ଚାହିଁଲା । ମେଞ୍ଚା ମେଞ୍ଚା ଅନ୍ଧାର ରାସ୍ତା ମାନଚିତ୍ରର ଚିହ୍ନ ବର୍ଣ୍ଣ ଦେଖାଯାଉ ନ ଥିଲା । ସେ ଯିବ କେମିତି । ଏପଟେ ରାତି ୧୧ ଉପରେ, ମା ଘରେ ବହୁତ ବ୍ଯସ୍ତ ହୋଇ ପଡିଥିବ । ଝିଅଟା ଏତେ ରାତିରେ କେମିତି ଆସିବ ଚିନ୍ତା କରି ଦାଣ୍ଡରେ ଠିଆ ହେଇଥିବ । ଘରେ ବି କେହି ନାହାନ୍ତି ?? ଯିବାକୁ ପଡିବ ନିଶ୍ଚିତ ...। 


        ଅନ୍ଧାରର ଚାଦରକୁ ମୁହଁରେ ଡାଙ୍କି ଶୋଇବାକୁ ପ୍ରସ୍ତୁତ ହେଇଗଲାଣି ସହରଟା । ଟିକି ଗଳିରେ ଚାଲିବା ଆରମ୍ଭ କଲା । କିଚ୍ଥି ବାଟ ଯାଇଚ୍ଥି କି ନାହିଁ କୁକୁର ମାନଙ୍କ ବୁକୁଫଟା ଚିତ୍କାର ଶୁଣି ଭୟବୀତ ହେଇଗଲା । ତା ଦୃଦ୍ ସ୍ପନ୍ଦନ ବଡିବାରେ ଲାଗିଲା ।  ବର୍ତ୍ତମାନ ବିବେକାନନ୍ଦ ଟାୱାର ପଖରେ ସେ। ଅନ୍ଧାରଟା ଆଜି ତାକୁ ମାଡିବସିବ ପରି ଲାଗୁଥିଲା । ହଠାତ୍ ତା ହାତକୁ କେହି ଜଣେ ପଚ୍ଥ ଆଡକୁ ଟାଣିଲା .. । ଏଥର ଟିକି ଚମିକି ପଡିଲା । କଣ କରିବ ସେ ?? ଅନ୍ଧାର ବିଜୁଳି ନାହିଁ । ରାତିରେ ଝିଅଟି ରାସ୍ତାରେ ଯିବା କେତେ ବିପଦ କର ସେ ଭଲ ଭାବରେ ଜାଣେ । ଧିରେ ଧିରେ ଟିକି ନିଜ ମୁହଁଟିକୁ ପଚ୍ଥକୁ ବୁଲାଇଲା । ଠିକ୍ ସେତେବେଳେ ମେଘକୁ ଆଡେଇ ଜହ୍ନ ଟା ନିଜର ଉପସ୍ଥିତି ଜାହାରି କଲା । ସେ ଧିମା ଆଲୁଅ ରେ ଯାହାକୁ ଦେଖିଲା, ତା ପାଦ ଥରିବାକୁ ଲାଗିଲା । ତମେ .. ଟିକି ପାଟିରୁ ବାହାରି ପଡିଲା । ବାସ୍ ! କାଲି ସକାଳୁ ଟିକିକୁ ଆଉ କେହି ଦେଖିପାରିବେ ନାହିଁ । ବର୍ତ୍ତମାନ ଯାହା ହବ, ଏ ଅନ୍ଧାର ରାତି ମୁକସାକ୍ଷୀ ହେବ ।


       "ଆରେ, ଦେଖ ତମେ ଡରନି ; ମୁଁ ବି ଘରକୁ ଫେରୁଚ୍ଥି । ତମକୁ ପଚ୍ଥରୁ ଡାକିଲାରୁ ତୁମେ ଶୁଣିଲ ନାହିଁ । ଚାଲ ମିଶିକି ଯିବା । ଆମ ଦୁଇଜଣଙ୍କ ଗନ୍ତବ୍ଯସ୍ଥାନ ଗୋଟିଏ।" ଟିକି ପାଖରେ ଅନ୍ଯ କୌଣସି ବାଟ ନ ଥିଲା । ପିଲାଟା କିଚ୍ଥି ଦିନ ହେଲା, ରାସ୍ତାରେ ତମକୁ ଭଲପାଏ କହି କହି ବହୁତ ହଇରାଣ କରୁଚ୍ଥି । ଟିକି ଚୁପ୍ ଚୁପ୍ ଚାଲୁଥାଏ । ବିବେକ ତାକୁ ଅନେକ ଗୁଡାଏ କଥା କହି ଚାଲିଥାଏ । ସମୟ ଗଡିବା ସହିତ ଟିକି ନିଜକୁ ସୁରକ୍ଷିତ ମନେ କଲା । ମେଘୁଆ ଆକାଣଟା ସଫା ହେଇ ତୋଫା ଜହ୍ନ ଟି ଅତି ମନୋହର ଦେଖାଯାଉ ଥିଲା । ଟିକି ମନରେ କିଚ୍ଥି କିଚ୍ଥି ହେବାକୁ ଲାଗିଲା । ବିବେକର ପ୍ରତି ଟି କଥାକୁ ଧ୍ଯାନର ସହିତ ଶୁଣିଲା । ବିବେକ କହୁଥାଏ , ସେ ତାକୁ ପ୍ରଥମେ କେଉଁଠି ଦେଖିଲା । ଏମିତି ଅନେକ ଅକୁହା କଥା । ସେମାନେ କେତେବେଳେ ସନ୍ତଷୀ ମା' ମନ୍ଦିର ପାଖରେ ପହଞ୍ଚି ଯାଇଥିଲେ , ଜାଣି ପାରିଲେ ନାହିଁ । ମନ୍ଦିର ପଚ୍ଥ ପଟେ ଟିକିର ଘର । ଖୁସିରେ ଟିକି ଘରେ ପହଞ୍ଚି ଗଲା । ନା ନା ବିବେକ ତାକୁ ଘର ପାଖରେ ଚ୍ଥାଡିଦେଲା ।


         ମା' ଟିକିକୁ ଅନେକ ପ୍ରଶ୍ନ ପଚାରିଲେ । କେମିତି ବର୍ଷା ଚ୍ଥାଡି ଯାଇଥିବା ଅନ୍ଧାର ରାତିରେ ଆସିଲୁ । "ସେମିତି, ଆସିଗଲି" । ଟିକି ମା କୁ ବିବେକ କଥା କହିବା ଉଚିତ୍ ମନେ କଲା ନାହିଁ । କଣ ଦୁଇଟା ଖାଇଦେଇ ଶୋଇଗଲା । ବହୁତ ଦିନପରେ ସେ ଶାନ୍ତିରେ ଦୁଇ ଘଡି ଶୋଇ ପଡିଲା ।


      ସକାଳ ସୁରଜ ଟା ନବ ବୋଧୂ ଭେଷରେ ସଜଇ ହେଇ ଟିକିକୁ ସୁପ୍ରଭାତ କହିବାକୁ ଆସିଲା । ମା ଚା'କପ ସହିତ ଖବର କାଗଜ ଟେ ଥରି ପହଞ୍ଚି ଗଲେ ।

ମା:-" ଜାଣିଛୁ ଟିକି, ସେ ମହାନ୍ତି ଘରର ପୁଅ ,କଣ ଯେ ତା ନା ଟା !!! ।

ଟିକି :- ବିବେକ , କଣ ହେଲା କି ମା ???

ମା:- କିଚ୍ଥି ନାହିଁ । କାଲି ସକାଳେ ଗୋଟିଏ ବାଇକ୍ ଲଗେଇଦେଲା । ସେଠାରେ ହିଁ ତା ଜୀବନଟା ଚାଲିଗଲା ।


ଟିକି କଣ କହିବ ବୁଝିପାରିଲା ନାହିଁ ??  ସେ ଅନ୍ଧାର ରାତିରେ ସେ ନୁହେଁ ବରଂ ବିବେକ ହଜିଗଲା ସବୁଦିନ ପାଇଁ ... ।

ବିବେକ ଟିକି ଅନ୍ଧାର ରାତି

Rate the content


Originality
Flow
Language
Cover design

Comments

Post

Some text some message..