Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବଳରାମ ବାରିକ

Comedy

3.4  

ବଳରାମ ବାରିକ

Comedy

ଡାଇପର

ଡାଇପର

3 mins
586



ଆଜିକାଲି ଏହି ଅମୂଲ୍ୟ ଦ୍ରବ୍ୟ ସହିତ ପ୍ରାୟ ସମସ୍ତେ ଅଳ୍ପେ ବହୁତେ ପରିଚିତ । ଖାସ୍ କରି ଯେଉଁମାନେ ପିତୃତ୍ୱ କିମ୍ବା ମାତୃତ୍ୱ ଲାଭ କରିଛନ୍ତି,ସେମାନେ ବେଶୀ ଅଙ୍ଗେ ନିଭାଇ ଥିବେ । ନାଁ ଟା ସିନା ତାର ଡାଇପର କିନ୍ତୁ ସେ ଭାରି ନିଜର । ପ୍ରାୟତଃ ଏହା ସାପ୍ତାହିକ ସଉଦା ପରି ହୋଇଗଲାଣି । କିରାନା ଦୋକାନ ଠାରୁ ଆରମ୍ଭ କରି ଔଷଧ ଦୋକାନ ସବୁଠାରେ ଦୁର୍ଲଭ ମୂଲ୍ୟରେ ମିଳେ ।

ବିଭିନ୍ନ ରଙ୍ଗ ,ବିଭିନ୍ନ ଆକୃତି ଓ ଭିନ୍ନ ଭିନ୍ନ ଦାମ୍ ର ମୋହର ଲଗାଇ କମ୍ପାନୀ ମାନେ ବଜାରକୁ ଛାଡ଼ନ୍ତି । ଉତ୍ପାଦଟିର ଗୁଣବତ୍ତାକୁ ଏପରି ବଜାରିକରଣ କରାଯାଇଥାଏ ଯେ ଗ୍ରାହକ ସେଠି କିଛି କ୍ଷଣ ନଅଟକି ନିଜ ମନକୁ ବୁଝାଇ ପାରେ ନାହିଁ । ଟିଭି ,ରେଡ଼ିଓ, ଖବର କାଗଜ ଓ ସୋସିଆଲ ମିଡ଼ିଆ ସବୁଠି ଏହାର ରାଜକୀୟ ବିଜ୍ଞାପନ ।


ପ୍ୟାକେଟ୍ ଉପରେ ବିଶିଷ୍ଟତା ଓ ବ୍ୟବହାର ବହୁତ ସୁନ୍ଦର ଭାବରେ ଲେଖା ଯାଇଥାଏ । ପ୍ରତି ଚାରି ଘଣ୍ଟାରେ ଥରେ ଡାଇପର ବଦଳାନ୍ତୁ ,ନହେଲେ ପିଲା ଖରାପ ପ୍ରଭାବ ପଡିବ । ଅମୁକ ଦେଶରେ ବିଜ୍ଞାନଗାର ରେ ପରୀକ୍ଷଣ ହୋଇଛି । ସମୁକ ଡାକ୍ତର ୟା ବାବଦକୁ ଏମିତି ଉପଦେଶ ଦେଇଛନ୍ତି,ଏମିତି ଅନେକ ତଥ୍ୟ ଯାହା ଆପଣଙ୍କ ସ୍ଥିର ମନକୁ କ୍ରିୟାନ୍ବିତ କରିଦେବ ।


   ଡାଇପର୍ ର ବ୍ୟବହାର ଅତି ସଚେତନ ଓ ଧନୀକ ଶ୍ରେଣୀ ବ୍ୟବହାର କରନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ଗୋଟିଏ ଡାଇପର ପ୍ୟାଣ୍ଟର ମୁଲ୍ୟ ରିହାତି ଯାଇ ହାରାହାରି ୧୫ ଟଙ୍କା । ଯଦି ଅତି ସଚେତନ ହୋଇ ବ୍ୟବହାର କରିବେ ତାହାଲେ ରାତିଦିନ ୨୪ ଘଣ୍ଟାରେ ୬ ଟି ବ୍ୟବହାର କରିବେ । ଯାହାର ଦାମ୍ ୯୦ ଟଙ୍କା ।

୩୦ ଦିନରେ ପ୍ରାୟ ୩୦୦୦ ଟଙ୍କା । ବର୍ଷକୁ ୩୬୦୦୦ ଟଙ୍କା । ବ୍ୟାଙ୍କରେ ରେକରିଙ୍ଗ ଡିପୋଜିଟ୍ ଟା ଶୁଶୁରେ ଶୁଶୁରେ ଗଲା । ଘରର ଅଳିଆ ଦାନିରେ ଯେତେବେଳେ ନଜର ପଡେ ଲାଗେ ଯେମିତି ୯୦ ଟଙ୍କା ନୋଟ ଉପରେ କିଏ ଶୁଶୁ କରି ପୁରା ଓଦା କରିଦେଇଛି । । ଆପଣଙ୍କ ଉପରେ ନିର୍ଭର ଆପଣ ଛୁଆକୁ କେତେ ବର୍ଷ ପର୍ଯ୍ୟନ୍ତ ପିନ୍ଧାଇବେ । ଯାହା କୁହନ୍ତୁ ପଛେ ଏହାର ଉଦ୍ଭାବକ ,ନିର୍ମତା ବୁଦ୍ଧିକୁ ଶହେ ସଲାମ୍ ।


ଭାବି ଭାବି ଏମିତି ଉତ୍ପାଦଟିଏ ବାହାର କଲା ଯାହା ମାସ ଶେଷରେ କନ୍ଦାଇ ଦେବ । ଆଜିକାଲି ଏହାର ବ୍ୟବହାର ଅନେକ ବଢି ଯାଇଛି । ଆଉ ହେଁସରେ ଛୁଆ ଶୁଶୁ କରୁ ନାହାଁନ୍ତି, ନହେଲେ ଆମେ ଛୋଟ ଛୁଆ ଥିବା ବେଳେ "ତୁ ତ ମୁତୁରୀ ,ମୁଁ ତ ମୁତୁରୀ ହେଁସ କାଇଁ ପାଇଁ ଧୋଇବା " ଢଗଟା ବଢ଼ିଆ ଚାଲିଥିଲା । ହେଁସରେ ଶୁଶୁ କରିବା ଶୈଶବର ଏକ ବଢିଆ ଅନୁଭୂତି ଥିଲା । ଡାଇପର ଯେ ଆମ ପାଇଁ ସ୍ୱପ୍ନ ପରିଥିଲା । ୯୦ ଟଙ୍କିଆ ୨/୩ ଟା ପ୍ୟାଣ୍ଟରେ ବାଲ୍ୟ କାଳ କଟି ଯାଉଥିଲା । ଏବେ ଯଦି ବଜାରରୁ ପିଲାଙ୍କ ପାଇଁ ଡାଇପର ନନେଇ ଆସିଛ ତାହାଲେ ଘରଣୀ ପୁରା ଖପ୍ପା । ବାରମ୍ବାର ଚେତାଇ ମଧ୍ୟ ଦିଅନ୍ତି,ହେଇଟି ଶୁଣୁଛ ଡାଇପର୍ ସରିଗଲା । ନଭୁଲ ଯେମିତି ।

  

       ଯାହାର ଯାଅଁଳା ଛୁଆ ତାର କେତେ ଦୁଃଖ, ଅନୁଭବ କରି ପାରୁଥିବେ । ଡାଇପର ବଦଳାଇ ବଦଳାଇ ଦିନ ସରିଯାଉଥିବ । ତା ପରେ ପୁଣି ଦୁଇ ଗୁଣା ଖର୍ଚ୍ଚ । ଡାଇପର ଉତ୍ପାଦନ କରୁଥିବା ବହୁରାଷ୍ଟ୍ରୀୟ କମ୍ପାନୀ ଗୁଡିକର ଅଦୃଶ୍ୟ ଆକର୍ଷଣ ଆମକୁ କିମିଆ କରି ରଖିଛି । ଡାଇପର ବିନା ଶୈଶବ ଅସମ୍ଭବ ଏହି ଚିନ୍ତାରେ ଆମେ ଆଗେଇ ଚାଲିଛନ୍ତି । କେବଳ ସ୍ୱଚ୍ଛଳ ନୁହଁନ୍ତି । ମଧ୍ୟବିତ୍ତ ମଧ୍ୟ ଏହାକୁ ଆପଣେଇ ଅର୍ଥ ଶ୍ରାଧ୍ୟ କରି ଗୋଟେ ବିଶ୍ୱାସରେ ବାନ୍ଧି ହୋଇଛନ୍ତି ଯେ ତାଙ୍କ ଛୁଆ ନିରୋଗ ରହିବ । ଯଦି ଏହି ପଦାର୍ଥଟିର ବଜାର ଚାହିଦା ଏତେ ଅଧିକ ଓ ସ୍ୱାସ୍ଥ୍ୟଗତ କାରଣରୁ ଏତେ ଆବଶ୍ୟକ ତାହେଲେ ସବୁ ବର୍ଗର ଲୋକ ବ୍ୟବହାର କରିବା ଉଚିତ୍ । ଏ ଦେଶର ସରକାର ଭାରତୀୟ କମ୍ପାନୀକୁ ଏଥିପାଇଁ ପ୍ରୋତ୍ସାହନ ଦେବା ଆବଶ୍ୟକ । ଉତ୍ତମ ମାନ ଓ ଗୁଣବତ୍ତା ଥିବା ଡାଇପର ଶସ୍ତାରେ ମିଳିବା

 ଆବଶ୍ୟକ । ତାହାଲେ ଯାଇ ସବୁ ବର୍ଗଙ୍କ ମୁହଁରେ ହସ ଫୁଟିବ ।


Rate this content
Log in

Similar oriya story from Comedy