Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ନର୍କ ରେ ଏକ ଇଂଚକୁ ଏକ କୋଟି।
ନର୍କ ରେ ଏକ ଇଂଚକୁ ଏକ କୋଟି।
★★★★★

© Pratima Das

Comedy Drama

12 Minutes   1.5K    8


Content Ranking

ପ୍ରତିମା ଦାସଙ୍କ

ବ୍ୟଂଗ ନାଟକ


କୌଣସି ବ୍ୟକ୍ତି ବିଶେଷଙ୍କ ଚରିତ୍ରକୁ ନେଇ ଏ ନାଟକ ନୁହେଁ , ଏକ ସାମାନ୍ୟ ମନୋରଂଜନଧର୍ମୀ ନାଟକ। କିଛି ନ ଭାବି ଗ୍ରହଣ କରିବେ ଏବଂ ଭୂଲ ଥିଲେ କ୍ଷମା କରିବେ। ଏକ ରାଜ୍ୟର ରାଜଧାନୀରେ ହଠାତ୍ ଭୂମିକମ୍ପ ଆସିଗଲା। ଅନେକ ଲୋକ ପ୍ରାଣ ହରାଇଲେ। ରାଜ୍ୟର ରାଜାଙ୍କଠୁ ନେଇ ମନ୍ତ୍ରୀ, ଯନ୍ତ୍ରୀ, ଅମଲା, ସେନାପତି, ସୈନ୍ୟସାମନ୍ତ, ପୂଜାରୀ, ମୁଲିଆ, ଚାଷୀ ଓ ଭିକାରୀ ଏପରିକି ସାଧାରଣ ଜନତା ପର୍ଯ୍ୟନ୍ତ ମୃତ୍ୟୁ ମୁଖରେ ପଡିଲେ। ତେଣୁ ସମସ୍ତ ଶୁଦ୍ଧ ଅଶୁଦ୍ଧ ଆତ୍ମା ମାନଙ୍କର ଏକସାଥେ ଉପରକୁ ଗମନ।

ପ୍ରଥମ ଦୃଶ୍ୟ ...

ରାଜା - ମନ୍ତ୍ରୀବର ଦେଖିଆସ ଯାଇ ସ୍ବର୍ଗର କେଉଁ ସ୍ଥାନ ଆମ୍ଭ ପାଇଁ ଉଦ୍ଦିଷ୍ଟ ।ସେଠି କି କି ସୁବିଧା ଉପଲବ୍ଧ। ବିଦେଶୀ ସାମ୍ପେନ୍, ମୋଗଲାଇ ପରାଠା,ହାଇଦ୍ରାବାଦୀ ବିରିଆନୀ, ଚିକେନ ଲଲିପପ୍, ବାଲି ପ୍ରନ ଏବଂ ଏକ ସୁସଜ୍ଜିତ ବିଶ୍ରାମ କକ୍ଷ । ଆଉ ସାକୀର ବ୍ୟବସ୍ଥା ମଧ୍ୟ, ଯଦି ନ ହୋଇପାରେ ସନି ଲିଓନିକି ଫୋନ୍ କରିଦିଅ, ଠିକ୍ ସମୟରେ ହାଜର ହେବା ପାଇଁ । ଓ କେ ।

ମନ୍ତ୍ରୀ - ଆଜ୍ଞା ରାଜ୍ୟରେ ମୁଁ ଆପଣଙ୍କ ମନ୍ତ୍ରୀ ଥିଲି ସିନା, ଏଠି ନୁହେଁ।

ରାଜା - ମନ୍ତ୍ରୀ ବର.......

ତୁମ ମାନଙ୍କର ଏଇ ଚାମଚା ସୁବିଧାବାଦୀ ଗୁଣ ରକ୍ତରେ ଗୋଳି ହୋଇ ରହିଯାଇଛି। ବର୍ଷା ଯୁଆଡେ ଛତା ସିଆଡେ।କୌଣସି ରାଜ୍ୟର ଭୋଟ ଗଣତି ସମୟରେ, ଯଦି ଦଳ ମାତ୍ର ଦୁଇଟି ସିଟରେ ଅମାନତ ହରାଇଲାଣି ,ପଛକୁ ଅନେଇଲା ବେଳକୁ ଫାଳଟାଯାକର ମେମ୍ବର ଦଳ ଛାଡ଼ି ଭୋଟ ଅଧିକ ଥିବା ଦଳକୁ ଡେଇଁ ପଡିବେଣୀ କଉମାଛ ପରି । ଏଠି ମୋର ମରିବାର କିଛି ଘଣ୍ଟା ହୋଇନି, ସାଂଗେ ସାଂଗେ ଆଦେଶ ଅମାନ୍ୟ। ଆରେ ହେ...........

ମନ୍ତ୍ରୀ -ହଉ ଆଜ୍ଞା ଏତେ ବର୍ଷ ନମକ ଖାଇଛି ଯେତେବେଳେ.... ଯାଉଛି।

୨ୟଦୃଶ୍ୟ…

ମନ୍ତ୍ରୀ - ଡିଂଗ ଡଂଗ୍... ଡିଂଗ ଡଂଗ୍.....

ସ୍ବର୍ଗ ପ୍ରହରୀ - ଏ ଅସମୟରେ କିଏରେ??

ମନ୍ତ୍ରୀ - ମହାଶୟ ମୁଁ ଅମକ ଯାଗାର ସମୁକ ମନ୍ତ୍ରୀ।

ସ୍ବଗଦୂତ-ହଁ କଣ ହେଲା ସେଇଠୁ??

ମନ୍ତ୍ରୀ - ମନେ ମନେ ଭାବିଲେ, ମୋ ରାଜ୍ୟରେ ମୋ ନାଁ ଧରିଲେ ବି କେତେ କାମ ହୋଇଯାଏ ,ଏଠି ସ୍ବୟଂ ଆମ୍ଭେ ଉପସ୍ଥିତ ଅଥଚ ଦୂତ ଚିହୁଁନି। ମୋ ରାଜ୍ୟରେ ସିନା ମୋ ରାଜୁତି ଚାଲେ ,ଯାହା ଜଣାପଡୁଛି ଏଠି ମୋ କାଟତି ଚଳିବନି । ଅବସ୍ଥା ଦେଖି ବ୍ୟବସ୍ଥା କରିବା। ଜୀବନସାରା ଏମିତି ନାଟକ କରି କରି ତ ଚଳିଛେ । ବଂଚିବା ବାହାନାରେ ମରିଯାଇଛେ ।କେଉଁ ଦୁଃଖୀ ଦରିଦ୍ର ,ମୂଲିଆ ,ମଜୁରିଆ, ଋଣ ଭାରରେ ଭାରାକ୍ରାନ୍ତ ଚାଷୀ କାହାକଥା ଶୁଣିନେ।ଏ କାନରେ ବାହାର କରି ସେ କାନରେ କାଢି ଦେବା କଳାଟି ବାପା ଅଜା ଅମଳରୁ ଏପରିକି ମା ପେଟରୁ ଶିଖିଯାଇଛେ। ହୃଦୟ ନାଁରେ ପଥର ଟିଏ ଛାତିରେ ଧରି ବୁଲିଛୁ। ଯେତେ ଯାହାର ଦୁର୍ଦ୍ଦଶା ଦେଖିଲେବି ଦୁଲ୍ ନାହିଁ କି ଦାଲ ନାହିଁ। ଘରେ,କ୍ଲବରେ,କିମ୍ବା ହୋଟେଲରେ ମଟନ ଚାମ, ରୁମାଲ ରୋଟି ଦାମୀ ମଦ ପିଇ ଶୋଇଛେ। ସ୍ବପ୍ନରେ ସୁଦ୍ଧା ସେ ଗରୀବଦୁଃଖିଙ୍କ ମୁହଁ ,କେବେବି ବିଚଳିତ କରିନି ଆମ ବଡବଡିଆଙ୍କୁ । ସକାଳୁ ଉଠି ଅଭିନୟ କୁମ୍ଭୀର କାନ୍ଦଣା...କରି ସାଧାରଣ ଜନତାଙ୍କୁ ଠକିବାଟା ପ୍ରତିଦିନ ଆମ କାମ ହୋଇଯାଇଥିଲା । ସ୍ବର୍ଗରେ ଆଜି ନାଟକ କିନ୍ତୁ ଜରୁରୀ। ମନ୍ତ୍ରୀ ନରମୀ ଯାଇ କହିଲେ ସ୍ବୟଂ ରାଜାଧିରାଜ ରାଜ୍ୟ ମୁଖ୍ୟ ଆମ୍ଭଙ୍କୁ ପଠାଇଛନ୍ତି।

ପ୍ରହରୀ - କାମକୁହ ।, ମୁଁ ରାଜା ମୁଁ ମନ୍ତ୍ରୀ ଏସବୁ ଛାଡ। ଏଠି ସମସ୍ତେ ଏକା।

ମନ୍ତ୍ରୀ - ଆଜ୍ଞା ଏତେ ବଡ଼ ଦୁର୍ଘଟଣା ହେଲା ଆମ ରାଜ୍ୟରେ ଆପଣଙ୍କୁ ଜଣା ନାହିଁ??

ପ୍ରହରୀ- ତା ପାଇଁ ଆମର ଅଲଗା ଷ୍ଟାଫ ଅଛନ୍ତି । ତୁମ କାଳାକାରନାମା ଜଣା ଆମ୍ଭକୁ। ମୋତେ ପଚାରୁଛ ଜଣାନାହିଁ ଆରେ ହେ !!ତୁମ ନାକତଳେ ପରା ତୁମରି ଲୋକଙ୍କ ଦ୍ୱାରା ଯାଗା ଜବରଦସ୍ତ ଦଖଲ ହୋଇ ଅଗଣିତ ଆକାଶ ଚୁମ୍ବି ଅଟାଳିକା ହେବା ଦ୍ବାରା ଜଳବନ୍ଦୀ ରେ ଖାଡା ଖାଡା ୫/୬ଦିନ ଓପାସ ଜନସାଧାରଣ ରହିଲେ କଣ କଲ ତାଙ୍କ ପାଇଁ ??

ମନ୍ତ୍ରୀ - ସେମିତି କହିବେନି ଆଜ୍ଞା। ଭାତ ଡାଲମା ରାନ୍ଧି ଖାଇବାକୁ ଲଗାତାର ଦେଇଛୁ, ଫଟୋ ଉଠିଥିଲା ଦେଖିଥିବେ ,ମୁଁ ନିଜେ ଆହୁରି ଅନେକ ଜଣ ଭାତ ଡାଲମା ବାଢି ତାଙ୍କ ସାଂଗେ ବସି ଖାଉଁଥିଲୁବା। ଦେଖିନା??


ପ୍ରହରୀ - ଜାଣିଛୁ ହୋ। କାହାକୁ କେମିତି ଡରାଇ ସେତକ ବ୍ୟବସ୍ଥା ହୁଏ, ପୁଣି ସେଥିରୁ ନିଜ ଘରକୁ ମଧ୍ୟ ଯାଏ, ତୁମ ଘର ସେବାକାରୀଙ୍କ ପାଇଁ ।ଆଉ ଜଳବନ୍ଦୀ ନ ହେବାର କିଛି କଲକି ??

ନା ପରମାନେଣ୍ଟ ବ୍ୟବସ୍ଥା କରିଦେଲେ ଆଉ ଦରଦ ଦେଖାଇବାକୁ କିଛି ନ ଥିବ ଭୋଟ ଆସିବ କୁଆଡୁ??

ତେଣୁ ଲୋକ ଯେତେ ସଢିବେ ହଇରାଣ ହେବେ ତାଙ୍କ ଲୁହ ମିଛି ମିଛିକା ପୋଛି ସେତେ ଭୋଟ ସାଁଉଟିବ । ୫୦/୭୦ ଲୋକ ମରିଗଲେ ବି ତୁମ ଅଂଚଳରେ କହୁଛ" ଜିରୋ"କାଜୁଆଲିଟି । ଶଳେ ତୁମକୁ ଭଗବାନ କିମିତି ସହ୍ୟ କରିଛନ୍ତି କେଜାଣି? ସିଏବି ସେଠି ଅସୁରକ୍ଷିତ ମଣିଲେ ନିଜକୁ । ତାଙ୍କ ନାଭି କମଳରୁ ତାଙ୍କ ଜାନ୍ ନା କଣ ଅନ୍ତ ବୁଜୁଳା ଭଳି ଟାଣିନେବ ବୋଲି ବାହାରିଲ ଯେ, କାଢି ନେଲନା କଣ ଯେ ସେ ବୋପାକୁ ମା ଡାକି ସିଧା କ୍ଷୀର ସମୁଦ୍ରକୁ ପଳେଇ ଆସିଛନ୍ତି ବୋଲି ଶୁଣୁଥିଲି।


ତୁମ ସହରରେ ଶହ ଶହ ଗଣ ଧର୍ଷଣ ହେଲେବି, ନ ଜାଣିଲା ଭଳି ରହୁଛ । ମି ଠୁ#ରେ ଶଳେ ଶହେରୁ ନବେ କି ପଂଚାନବେ ପଡିବ, ହେଲେ ନିଜକୁ ସତିଆ ରାମଚନ୍ଦ୍ର କହୁଛ । ହେ ଛାଡ ତୁମଗୁଡାକ ସାଂଗେ ମୁହଁ ଲାଗିବା ମାନେ ଅଯଥା । କ'ଣ କହୁଛ କୁହ??


ମନ୍ତ୍ରୀ - କାନ କୁଣ୍ଡାଇ କୁଣ୍ଡାଇ ସାମାନ୍ୟ ଲଜ୍ଜିତ ମସ୍ତକକୁ ଉପରକୁ ଉଠାଇ କହିଲେ,ଆଜ୍ଞା ଯାହା କଲୁତ କଲୁ,, ରାଜ୍ୟର ରାଜା ପଠାଇଛନ୍ତି

କି ପ୍ରକାର ବନ୍ଦବୋସ୍ତ ସ୍ବର୍ଗରେ ଆମ ପାଇଁ ହୋଇଛି ବୁଝି ଆସିବା ପାଇଁ। ଦୟା କରି କହିବା ହେବେ!

ପ୍ରହରୀ - ହା.... ହା... ହା

ସ୍ବର୍ଗରେ ବନ୍ଦୋବସ୍ତ ଆଉ ଆୟୋଜନ, ହା... ହା... ହା ….ଛି... ଛି.. ଛି, ତୁମ ଜିହ୍ବା ଲେଉଟିଲା କିପରି ଏ ସାଂଘାତିକ ପ୍ରଶ୍ନ ପଚାରିବାକୁ । ତୁମ ବିବେକ ତ ମରିଯାଇଛି ବୋଲି ଜାଣିଛି , ହେଲେ ଅକଲ କାମ କରୁନି ନା କଣ?? ତୁମ କଳା କାରନାମାର ତାଲିକା ଲମ୍ବାଇଲେ ପରା ତୁମ ସହରର ମାଟିରୁ ଆସି ଏଠି ସ୍ବରଗଦୁଆରେ ବାଜି ଫଡଫଡ ହେବ । ହେଥିରେ ସ୍ବର୍ଗର ଭୋଗ। ହା...ହା... ହା।

ମନ୍ତ୍ରୀ - ଖରାପ ସାଂଘାତିକ କାମ କଲେ କଣ ହେବ ଆଜ୍ଞା, ପାୱାର ବୋଲି କିଛି ଅଛିନା ନାହିଁ?? ଯାହାକୁ ଚାହିଁଲୁ ମାରିଲୁ ଯାହାକୁ ଚାହିଁଲୁ ରଖିଲୁ। ଆମ ପାଦ ଜୋତା ମୁଣ୍ଡରେ ଧରି ସେଠି ପରା କହିଲେ ଲୋକ ବୁଲିବେ। ଆମକୁ ପୁଣି ସ୍ବର୍ଗରେ ଯାଗା ନାହିଁ?? କି କଥା! (ମନକୁ ମନ ଗୁଣୁ ଗୁଣୁ ହେଲେ) ଶଳାକୁ ପିସ୍ତଲ ରେ ଠୁକେଇ ଦେଇ ଧସେଇ ସ୍ବର୍ଗ ଭିତରକୁ ପଶିଗଲେ ଯାଆନ୍ତା ଯେ, ସେ ରଙ୍ଗାଗୁଣ୍ଡା ଟା ଦେଖାଯାଉନି କି ନେଟ୍ଓବାର୍କ ବି ନାହିଁ ଏଠି ତାକୁ ଫୋନକରି ଡାକିବାକୁ।

ପ୍ରହରୀ- ମନେ ମନେ କଣ ବିଳି ବିଳେଉଛ?? ଶୀଘ୍ର କୁହ କଣ କହୁଛ। ଏଇ ପାବ୍ଓର ସେଠି ତୁମ ସହରରେ ଦେଖାଇବ, ଯାହା ଆଜି ଯାଏ ଦେଖାଇ ଆସିଛ।


ମନ୍ତ୍ରୀ - ଆଜ୍ଞା ମୋ କଥା ନ ହେଲା ନାହିଁ। ରାଜା ଆମର ଯେ ମୁଖିଆ,ତାଙ୍କୁ କଣ ଉତ୍ତର ଦେବି? ତାଙ୍କ ପାଇଁ ବ୍ୟବସ୍ଥା କ'ଣ କୁହନ୍ତୁ।

ପ୍ରହରୀ- କାହିଁକି ତୁମ ରାଜା କ'ଣ ଗାନ୍ଧୀ, ଗୋପବନ୍ଧୁ, ସନ୍ଥ ଭୀମଭୋଇ ନା କବୀର, ନା ଭକ୍ତ ଦାସିଆ ଵାଉରି ନା ମଦର ଟେରେସା ଯେ ସ୍ୱର୍ଗ ପ୍ରାପ୍ତି ହେବ ତାଙ୍କୁ। ତାଙ୍କ କଥା ନ କହିଲେ ଭଲ। ଯେଉଁ ମହାପୁରୁଷଙ୍କ କଥା କହିଲି ଥରେ ହେଲେ ତାଙ୍କ ପଦାଙ୍କ ଅନୁସରଣ କରିଥାନ୍ତ। ଶୁଣିଛ ନା ନାହିଁ, ଡେଙ୍ଗା ମୁଣ୍ଡରେ ଠେଙ୍ଗା।

ମନ୍ତ୍ରୀ - ହହଁ ଆଜ୍ଞା।

ପ୍ରହରୀ-ବାସ! ତୁମ ରାଜାଙ୍କ ମୁଣ୍ଡରେ ତ ସବୁ ଦୋଷ ଯିବ। ଅସାଧୁ କାର୍ଯ୍ୟ କଲ ସବୁର ଭାଗିଦାରୀ ରେ ସିଏ ଅଛନ୍ତି। ନହେଲେ ଆଖି ବୁଜି ବିଶ୍ୱାସ କରନ୍ତେ ତୁମ ମାନଙ୍କ ଉପରେ । ଶଳେ ଗରୀବ ଘର ଖଣ୍ଡିଏ ପାଉନି ରହିବାକୁ ଏ ରାଜନେତା ଆଇସଲ୍ୟାଣ୍ଡ କିଣୁଛନ୍ତି ମଜା କରିବାକୁ ।ରାଜାଙ୍କୁ ବିଲକୁଲ୍

ସ୍ବର୍ଗରେ ଯାଗା ନାହିଁ।


ମନ୍ତ୍ରୀ - ରାଜା ନହେଲେ ନାହିଁ। ତାଙ୍କ କଥା ଛାଡ। ମୋ କଥା କ'ଣ କରିବି?

ପ୍ରହରୀ-ତୁମେ ତ ମହାପାପୀ। ତୁମେ ସ୍ବର୍ଗରେ ରହିବା କଥା ଉଠାଇ ଥିବତ ଦେଖିବ। ମୋ ବ୍ରହ୍ମ ଜଳା କାମ କରନି କହୁଛି।

ମନ୍ତ୍ରୀ -ହେ ଭଗବାନ କ'ଣ ହେବ ଆଗକୁ?? ଏଇ ଅମଲା ମାନଙ୍କ ପାଖରେ ଆଡଜଷ୍ଟ କରି ହେବନି ?? ଆଜ୍ଞା ଆମ ଅମଲା ଦଳ ଯେଉଁ ଏତେ ଜ୍ଞାନୀ, ପ୍ରବଳ ପଢି ପଢି ଚାକିରି ଟି ପାଇଛନ୍ତି?? ସିଏ ବୋଧେ ସ୍ବର୍ଗରେ ଖଣ୍ଡେ ଯାଗା ନିଶ୍ଚୟ ପାଇବେ। ତାଙ୍କ ପାଖେ ଆଡଜଷ୍ଟ ହୋଇ ଯିବା । ମୋର କେତେ ଜଣଙ୍କ ସଂଗେ ଭଲ ପଡେ ଯେ ।

ପ୍ରହରୀ- ସିଏ ଆଉ କୁଆଡୁ ଆଇଲେ। ସେମାନେତ ତାଙ୍କ ପୋଷ୍ଟିଂ, ପ୍ରମୋଶନ, ବ୍ୟାଙ୍କ ବାଲାନ୍ସ, ପିଲାଛୁଆ ଥଇଥାନ ରେ ଦିନରାତି ରହିଲେ, ତାଙ୍କ ସ୍ତ୍ରୀ ମାନଙ୍କ ପାଖରେ ଭାଇ ଯେଉଁ ଗହଣା ଶାଢୀ, ଆମ ଅପସରା ମାନେ ଵେଳେ ବେଳେ ଭାବନ୍ତି ପରା ସେ ଅମଲା ମାନଙ୍କ ସ୍ତ୍ରୀ ହେବାକୁ ।ହେ.... ହେ। ସେମାନଙ୍କ ଭିତରୁ ଏକ ପ୍ରତିଶତ ଅମଲାଙ୍କର ଅସୁଲ ବୋଲେ କିଛି ଅଛି, ସେମାନଙ୍କୁ ମିଳିପାରେ ସ୍ଥାନ ଏଠି ସ୍ବର୍ଗରେ ,ବାକି ତକକୁ ନୁହେଁ । ହେଲେ ଲାଭ ନାହିଁ। ତୁମ ବେଳ ଥିଲା ବେଳେ ସେ ଭଲ ଅମଲା ମାନଙ୍କୁ ଯେଉଁ କଲବଲ କରି କଣଠେଷା ଦେଇ ରାତିଅଧିଆ ବଦଳି କରିଛ, ଅଇଖା ତମ ନାମ ଶୁଣିଲେ ତାଙ୍କ ନାହି ଡେଇଁ ବ। ତେଣୁ ତାଙ୍କ ପାଖେ ଆଡଜଷ୍ଟ ର ପ୍ରଶ୍ନ ଉଠୁନି।


ମନ୍ତ୍ରୀ - ହେଉ ହେଲା। ଆମ ରକ୍ଷକ ଭାଇ ମାନେ ଯିଏ ଅଛନ୍ତି।

ପ୍ରହରୀ - ତୁମ ସୈନ୍ୟ ମଣ୍ଡଳୀ। ସେମାନେ ପ୍ରାୟ ଭଲ। ତାଙ୍କୁ ମିଳିବ।


ମନ୍ତ୍ରୀ - ନା ନା ଆମ ପୁଲିସିଆ ଭାଇ।

ପ୍ରହରୀ-ଏ ଭାଇ କାହା ନାମ ନେଲ? କ'ଣ ନା ମାଛ ଖାଇବ ଇଲିସି, ଚାକିରି କରିବ ପୁଲିସ।

ଶଳା ଏ ଢଗ ଯିଏ କହିଛି ତା ପାଟିରେ ନହେଲେ ତା ଲେଖନୀ ମୁନରେ ପୋକ ପଡୁ। ଶଳା ଏମିତି କହି କହି ତୁମ ମଣିଷ ଗୋଷ୍ଠୀ ଅନିତୀ କୁ କେଉଁ ଦିନ ନୀତି କରିଦେଲ ଆମେ ଆଁ କରି ଅନେଇଛୁ ହେ ।

କେଜାଣି ଆମ ସଫ୍ଟୱେର୍ ଚାର୍ଜରେ ଥିବା ଚିତ୍ରଗୁପ୍ତ ଯଦି ଏ ଭୂଲଭାଲ କରୁଥିବା ମାଷ୍ଟର ମାଁଇନ୍ଡ ଗୁଡାକୁ ଧରିଥିବେ ପଚାରିଲେ ହେବ। ସେ ପୁଲିସଙ୍କ କଥା କୁହନା ଭାଇ। ଖଜୁରି ଗଛର କି ଗୁଣ ଗାଇବି ମୁଳରୁ ପାହାଚ ପାହାଚ । ଦଶମିକ ଏକ ଭାଗ ଯଦି ଭଲ ଥିବେ ବଡକଥା ।


ମନ୍ତ୍ରୀ- ଭାଇ ପୂଜାରୀ, ନନା, ବାବା ଏମାନେ, ଧର୍ମ କାର୍ଯ୍ୟ ବହୁତ କରନ୍ତି, ଏମାନଙ୍କ ପାଇଁ ସ୍ବର୍ଗରେ ବହୁତ ଜାଗା, ଏମାନଙ୍କୁ ଟିକେ କହି ଆଡଜଷ୍ଟ କରି ହେବନି??

ପ୍ରହରୀ- କଣ ନ କହିଲ ଭାଇ?? ଏବେତ ଯିବ ନର୍କ। ଯେଉଁ ଦିନ ନର୍କ ଦର୍ଶନ କରିବ, ଜାଣିବ କେତେ ଯୁଗରୁ ଏ ଦଳ ସେମିତି ସଢୁଛନ୍ତି ଏହି ନର୍କରେ ଦେଖିବ। ବିଦ୍ୟା ନ ଥାଇ ଜ୍ଞାନୀ ପୂଜାରୀ, ଭଣ୍ଡ ବାବା ଏମାନଙ୍କ କଥା ଛାଡ।


ମନ୍ତ୍ରୀ- ମନ୍ତ୍ରୀଙ୍କ ମୁଣ୍ଡ ଜାମ୍ ଧରିଲାଣି। ନାଲିପାଣି ଟିକେ ହେବକି ଭାଇ,ପ୍ରହରୀ କୁ ପଚାରିଲେ। ରାଗ ଜରଜର ପ୍ରହରୀ କୁ ଦେଖି ମନ୍ତ୍ରୀ ପୁଣି ନିଜକୁ ସଂଜତ କରାଇନେଲେ। ପୁଣି କହିଲେ ଡାକ୍ତର ବାବୁ ଦି ଚାରି ଗଣ୍ଡା ଚିନ୍ହା।

ସେଗୁଡାକ ତ ସାଧା ସିଧା ଲୋକ । ପଢି ପଢି ଦରମରା ହୋଇ ଯାନ୍ତି, ତାଙ୍କୁ ଯାଗା ମିଳିଲେ ତାଙ୍କ ପାଖେ ଆଡଜଷ୍ଟ ହେବା।


ପ୍ରହରୀ- ଡାକ୍ତରମାନେ ସାଧା ସିଧା ଥିଲେ। ଦେଖିଲେ ଆମେ ଜୀବନର ଅଧା ସମୟ ସାରି ଡାକ୍ତର ଟିଏ ହେବୁ। ଦରମା ଗଣ୍ଡିକ ଛଡା ଫିସ ,ପିସି ନ ନେଲେ ଗୋଟେ ମିନିମମ୍ ଷ୍ଟାଣ୍ଡାର୍ଡ ମେନଟେନ୍ କରି ହେଉନି ,ଅପାଠୁଆ, ଅଧାପାଠୁଆ ମନ୍ତ୍ରୀ ସମାଜର ଅନାନ୍ୟ ଲୋକ ବଡ ଥାଟରେ ରହିଲା ବେଳକୁ ଆମେ ଏତେ ପଢି ଯାହିତାହି ଭାବେ କାହିଁକି ରହିବୁ?? ତେଣୁ ସେଥି ଭିତରୁ ଥୋଡେ ଖଣ୍ଡେ ଡାକ୍ତର ପଇସା ରୋଜଗାରକୁ ଅଧିକ ଗୁରୁତ୍ବ ଦେଇ ରୋଗୀ ସେବାକୁ ଗୌଣ କରି ଦେଲେଣି। ତାଙ୍କୁ କଳିବା ଟିକେ କଷ୍ଟ। ତଥାପି ସେମାନଙ୍କ ମଧ୍ୟରୁ ଚାଳିଶି ପ୍ରତିଶତ ସ୍ବର୍ଗ ପାଇବେ ବୋଧେ। ଡାକ୍ତର ଦିତୀୟ ଭଗବାନ ବୋଲି ଯେଉଁ କୁହାଯାଉଥିଲା ସେ କଥା ଆଉ ବେଶୀ ଶୁଣା ଯାଉନି କିନ୍ତୁ ଯାହାବି ହେଉ କଷ୍ଟ ଉପଶମ କରୁଛନ୍ତି ଡାକ୍ତର ମାନେ ଆଜି ଯାଏଁ ।ସେମାନେ କିନ୍ତୁ ଭାରି କାଲକୁଲେଟିଭ ଜମା ତୁମକୁ ପଶାଇବେନି।


ମନ୍ତ୍ରୀ - ଭାଇ ଯନ୍ତ୍ରୀଯାକ ସମସ୍ତେ ଚିନ୍ହା ତାଙ୍କ ଭିତରୁ ଦେଖ ଦେଖ କାହାକୁ କାଳେ ସ୍ବର୍ଗରେ ଯାଗାଟିକିଏ ମିଳିଯିବ ସେଇଠି ହେଲେ ଆଡଜଷ୍ଟ ହୋଇଯିବା। , କାରଣ ଦେବା ନେବା ଦୁଇଟା ଯାକ ଉତ୍ତମ ରୂପେ ତାଙ୍କୁ ଜଣା।


ପ୍ରହରୀ- ଗୋଟିଏ ସାଧାରଣ କଥା କହୁଛି ଶୁଣ, ରାସ୍ତା ରେ ତୁମ ସଂଗେ ସେ ବି ଯିବେକି ନାହିଁ, କିନ୍ତୁ ଆଜି କରିବେ ରାସ୍ତା ଆର ମାସକୁ ଚେକେଡା ଉଠିବ। ଦୋଷ ପେଲାପେଲି ହେବେ, ଇନକ୍ୟୁଆରୀ ହେବ,ଇନକ୍ୟୁଆରୀ ସରିଲେ ସିନା ମର୍ତ୍ତ୍ୟରେ ଦଣ୍ଡପାନ୍ତେ, କିନ୍ତୁ ତୁମ ଆଇନ ଯେମିତି ଦଣ୍ଡ ସେମିତି। ଆମେ ଉପରୁ ଥାଇ ସବୁ ଦେଖୁଜେ। କାଇଁ ସେଠି କାହାକୁ ଦଣ୍ଡ ମିଳୁନି। ଦୋଷୀ କୁ ଦଣ୍ଡ ଦେବା ଲୋକ ଦୋଷୀ ପକେଟରେ। ଆଉ ସରକାରୀ ଚାକିରିଆ

ମାନେ ଭଲା କେତେ ଦିନ ଅନାଅନି ହେବେ, ସେ ଲାଂଚ ଖାଇ ଲାଲେ ଲାଲ। ଗୋଟିଏ ଗୁଳାରେ

ସବୁ ଚାଲିଛ। ସବୁତକ ଏଇନା ଦୁର୍ନୀତି ଯୁକ୍ତ। ସେଥିପାଇଁ ତ ଆମର ଏଠି ଆମେ ସବୁ ଜାଗ୍ରତ। ଏଠୁ କିଏ ଖସିବ ଦେଖି।


ମନ୍ତ୍ରୀ - ଛାଡ ସେ କଥା। ମୋର ପଂଝାଏ ଓକିଲ ଭାଇ ଚିନ୍ହା। ତାଙ୍କ ଭିତରୁ କିଏ ଏଠି ପ୍ରବେଶ କରି ପାରିବ କି?? ଦେଖିଲେ ଦେଖିଲେ.....


ପ୍ରହରୀ- ଭାଇ କଣ ନ କହିଲ। ଏଇନା ମୋ ପେଟ ବଥା ହେବ ହସି ହସି। ଉଷୁନା ଧାନ ଗଜା ହେବା ଯେତିକି ସତ , ଓକିଲ ଧାର୍ମିକ ହେବାଟା ସେତିକି ସତ୍ୟ। କଳି ନ ଥିଲେ ପରା କଳି ପୁରାଇ କେଶ୍ ବାସ୍ ବାହାର କରିବେ ହୋ ଏଇ ଓକିଲଗୁଡା । ଜଜ୍ ତ ଏଠି ବିକ୍ରି ହେଇ ଯାଉଛନ୍ତି, ଓକିଲଙ୍କ କଥା ଆଉ କୁହନି। କେଜାଣି କେଉଁଠି ନ୍ୟାୟ ପାଇଁ ଦଶ ପ୍ରତିଶତ ଯଦି ଲଢୁଥିବେ, ସେମାନଙ୍କ ଚାନ୍ସ ଅଛି ସ୍ବର୍ଗ ରେ ପ୍ରବେଶ ପାଇଁ ।


ମନ୍ତ୍ରୀ- ଲେଖକ ଲେଖିକା ଏମାନେତ ଜନସାଧାରଣଙ୍କ ସ୍ବର।

ସମାଜରେ ପରିବର୍ତ୍ତନର ଆବାହକ। ଅନ୍ୟାୟର ପ୍ରତିରୋଧ କରନ୍ତି। ଏମାନେ ସବୁଯାକ ଗୋଟା ତୁଳସୀ। ଏମାନଙ୍କ ପାଖେ ଆଡଜଷ୍ଟ କରିବା।

ପ୍ରହରୀ-ମର୍ତ୍ତ୍ୟରେ ରହି ଏ ଲେଖକ ଲେଖିକାଙ୍କ ବିଷୟରେ ଜାଣିନ ?? ହଁ ତୁମ ଦଳ କେତେ ଜଣ ଲେଖକଙ୍କୁ ଧରିଥିଲ ଖାଲି ତୁମ ବିଷୟରେ ଭଲ ଭଲ ଲେଖିବେ ବୋଲି । ତୁମେ ପରା ସେ କାରବାରଟା ଭଲ ଭାବେ ନେଇ ଆଣି ଥୋଇ ପାରିଲ ବୋଲି ମନ୍ତ୍ରୀ ପଦଟା ପାଇଥିଲ। ମୁହଁ ଲୁଚାନି ଲୁଚାନି, ସବୁ ଦେଖିଛି। ତୁମ ଛତ୍ର ଛାୟାରେ ମନି ପ୍ଲାଣ୍ଟ ବଢିଲା ପରି ବଢିଥିଲେ ସେଇ ଲେଖକ ଗଣ୍ଡାଙ୍କ । ସବୁ ଆବ୍ଓଡ ତକ ତାଙ୍କର ହୋଇ ଯାଇଥିଲା ବିନା ପାରିଶ୍ରମିକରେ । ଅନ୍ୟ ମାନଙ୍କୁ ଜାଣିବ ବା କିପରି। ହଇଓ ତୁମ ମାନବ ସମାଜ ଟା କିମିତିଆ କିଏ? ଔଷଧ କମ୍ପାନୀ କିନ୍ତୁ ତାର ପ୍ରଚାରକ ଥିବେ ଫିଲିମ୍ ଷ୍ଟାର। ମଦ ନିଷେଧ ଆନ୍ଦୋଳନ ତାକୁ ବି ଫିଲିମ୍ ଷ୍ଟାର ପ୍ରଚାର କରୁଥିବେ ପୁଣି ଯେ ଘୋଡା ମଦୁଆ।

ଖେଳ ଆନୁସଙ୍ଗିକ କିଛି ପ୍ରଚାରରେ ବି ହାତୀ ଭଳି ପେଟ ଦେଖାଇ କେଉଁ ନେତା ଥିବେ ନଚେତ୍ ୩୪"୨୪"୩୪"ଫିଗର ଥିବା କେଉଁ ତନୁପାତଳୀ ମଡେଲ୍ ଖେଳାଳି ମିଳନ୍ତିନି ତୁମକୁ । ଠିକ୍ ସେମିତି ଲେଖକ ସମାଜ କଥା,କଣକହିବି। ସାହିତ୍ୟିକଙ୍କର ଚୟନ ଥିବ କିନ୍ତୁ ଜଜ୍ ହୋଇଥିବେ ଅଗାବଘା। ଜ୍ଞାନ -ପୀଠ ,କି ସାହିତ୍ୟ ଏକାଡେମୀ ବିଜେତାଙ୍କୁ ସିନା ଜଜ୍ କଲେ ହୁଅନ୍ତା କିନ୍ତୁ ସେଠି ଅନୁଭୂତି ନଥିବା କାହାକୁ କାହାକୁ ଯେ ରଖାଯାଉଛି, ନ କହିଲେ ଭଲ। ସହଜେ ଲେଖକ ଲେଖିକାଙ୍କ ଭିତରେ ଗୋଡ଼ ଟଣାଟଣି ଅଧିକ। ଈର୍ଷାରେ କେହି କାହାକୁ ଭଲ ପାନ୍ତି ନାହିଁ। ପୁରୁଣା ନୁଆ ଲେଖକ ଭିତରେ ଶାଶୁ ବୋହୂ ଖେଳଟା ଅଧିକ। ଜେନେରେସନ୍ ଗ୍ୟାପ। ତେଣୁ ପଚାଶ କି ଷାଠିଏ ପ୍ରତିଶତ ଖଣ୍ଡେ ତା ଭିତରୁ ପାଇବେ ଯେ ସ୍ବର୍ଗରେ ଜାଗା କିନ୍ତୁ ତୁମ ଛତ୍ରଛାୟାରେ ଥିବା ଭିତରୁ କେହି ନୁହେଁ।

ମନ୍ତ୍ରୀ - ଓ ହୋ କହିଲ ସେ ଆଡେ ରାଜା ବ୍ୟସ୍ତ ହେବେଣି, ଆମେ କେଉଁଠି ଟିକେ ସ୍ଥାନ ପାଇବୁ।

ପ୍ରହରୀ- ଦେଖ ଏଇ ଏ ସର୍ବ ସାଧାରଣ, ଖଟିଖିଆ ମୁଲିଆ ,ଚାଷୀ ମୂଲିଆ ଯା ପେଟ ଯାଇ ଲାଗି ଯାଉଛି ପିଠିରେ, ଶାଗ ପେଜ ଖାଇଲେବି ବାପା ମା କୁ ସାଂଗରେ ରଖି ରହିଛନ୍ତି । ତୁମ ବଡ ବଡିଆଙ୍କ ଭଳି ମା ବାପାଙ୍କୁ ଭାଗ ବାଣ୍ଟୁ ନାହାନ୍ତି କି ବୃଦ୍ଧାଶ୍ରମରେ ଛାଡୁନାହାନ୍ତି । ଧର୍ମ ନାମରେ ଅଯଥା ପୁଜା ପାଠ ନ କରି କାମରେ ଦିନ ରାତି ଲାଗିଛନ୍ତି। କଳକାରଖାନା ରେ କାମ କରୁଥିବା ଅନେକ ଶ୍ରମିକ ଭାଇ ,ତୁମ ନାଳନର୍ଦମା ସଫା କରୁଥିବା ସଫେଇ ଭାଇ, କୁଢ କୁଢ ମଇଳା ଉଠାଉଥିବା କର୍ମଚାରୀ ଏମାନେ ସମସ୍ତେ ଏଠି ସ୍ବର୍ଗରେ ମଜାରେ ରହିବେ। ଟିକେ ହେଲେ ଭଲକାମ କରିଥାନ୍ତ ଗେଟ ଡିଆଁଇ ଭିତରଟା ଖାଲି ଦେଖେଇ ଆଣିଥାନ୍ତି। ଭୀମଙ୍କୁ ଶିକ୍ଷା ଦେବା ଛଳରେ ଭଗବାନ ଶିବ କଣ କହିଥିଲେ, ଲକ୍ଷେ ସ୍ବର୍ଣ୍ଣ ଚମ୍ପା ର ଆବଶ୍ୟକତା ମୋ ପାଇଁ ନାହିଁ ।

ସବୁତ ଇଶ୍ବର ଦତ ପୁଣି ଇଶ୍ବରଙ୍କୁ ଚଢାବ୍ଓ କଣ?? ଶ୍ରେଷ୍ଠ ଭକ୍ତ ସେ ଯେଉଁ କୃଷକଟି ହାତ ଟେକି ଦେଇ ମୋ ନାମରେ ଦିନ ସାରା କାମ କଲା ଆଉ" ଆଉଟ୍ ପୁଟ୍ " ଅଧିକ ଦେଖାଇଲା ତାର । ତୁମେ ଅଯଥା ପ୍ରକୃତି ମା ଠାରୁ ଛଡାଇ ଆଣି ମୋ ମୁଣ୍ଡରେ ଲକ୍ଷେ ସ୍ଵର୍ଣ ଚମ୍ପା ଚଢାଇଲ ସେ ଦିନର ‘ଆଉଟ୍ ପୁଟ୍’ ତୁମର ଜିରୋ । ଇନ୍ଦ୍ର ପୂଜା ନ କରି ଗିରି ଗୋବର୍ଦ୍ଧନ ପୂଜା କରିବା ଦରକାର ବୋଲି କଥା ଛଳରେ ଭଗବାନ ଶ୍ରୀକୃଷ୍ଣ ମା ଯଶୋଦାଙ୍କୁ ବୁଝାଇ ଥିଲେ।।

ମନ୍ତ୍ରୀ -ମନ୍ତ୍ରୀ ମନେ ମନେ କହୁଥିଲେ ଯେଉଁ ମୂଲିଆ ମଜୁରିଆଙ୍କୁ ନାକ ଟେକୁଥିଲେ ତାଙ୍କୁ ପୁଣି ଯାଗା ମାଗିବା। ହେଉ ଦେଖିବା । ପ୍ରହରୀ ଭାଇ ଟିକେ ସାହାଯ୍ୟ କର କଣ କରିବି??

ପ୍ରହରୀ- ଏତେ ସମୟ କଥା ପରେ ଟିକେ ମାୟା ଆସିଲାଣି

ତୁମପ୍ରତି ତୁମ ଧୈର୍ଯ୍ୟକୁ ମାନିବାକୁ ପଡିବ। ଭଲ ବି ଲାଗିଲା ତୁମ ସାଙ୍ଗେ କଥା ହୋଇ। ଭାରୀ ବୋର୍ ଲାଗୁଥିଲାମ। ଆମର ଏଇ ସ୍ବର୍ଗରେ କାମ କିଛି ନାହିଁ କାରଣ ସବୁ ସୁଧାରିଆ ,ନୀତିବାଦୀ ତକ ଆସି ଏଇଠି । ସେମାନଙ୍କ ଖୁଡ ଖାଡ କିଛି ନାହିଁ। ତେଣୁ କାମ କମ। ଦେଖେଇ ହୁଅନ୍ତାକି ତୁମକୁ । ଅବି ବି ମହାତ୍ମା ଗାନ୍ଧୀ ‘କୁଟି ଖାଅ କାଟି ପିନ୍ଧ’ ନୀତିରେ ଚାଲୁଛନ୍ତି। ସ୍ବର୍ଗ ସୁଖ ମିଳିଲେବି ନିଜ କାମ ନିଜ ହାତରେ କରୁଛନ୍ତି। ଖାଇବା ସରିବଣି ଆମର ସିଆଡେ, ଗାନ୍ଧୀ ବାପୁଡା ବାସନ ଧୋଉଥିବେ ନିଜର। ତୁମେ ଗୁଡା ସିନା ତାଙ୍କ ମୁଣ୍ଡକୁ ତମ ଟଙ୍କାରୁ ଉଠାଇ ଦେବ ବୋଲି ମସୁଧା କଲଣି। ଆମେ ପରା ସତ୍ୟର ପ୍ରୟୋଗ ପଢିଲୁ ଟାଣ ହେବା ପାଇଁ ତାଙ୍କ ଭଳି ,ଆମ ମୁଖିଆଙ୍କ ନିର୍ଦ୍ଦେଶରେ। ବିଖ୍ୟାତ ବୈଜ୍ଞାନିକ ଆଇନଷ୍ଟାଇନ ପରା କହିଥିଲେ ଆଉ କିଛି ଦିନ ପରେ ଆଗାମୀ ପିଢି ବୋଧେ ଗାନ୍ଧୀଙ୍କ ସୁପର ନୀତି ଦେଖି ତାଙ୍କୁ ଭଗବାନ କହିବ। ତୁମେ ସବୁ ଭଷ୍ମାସୁର ଶଳେ। ଯିଏ ସ୍ବରାଜ ସ୍ବାଧୀନତା ଦେଲା ତାକୁ ଆଗ ସ୍ମୃତିରୁ ମାରିଦିଅ। ଏଠି କାମ ନାହିଁ ଏ ମହାପୁରୁଷ ମାନଙ୍କ ଯୋଗୁ । ଆଉ ବି ସ୍ଵର୍ଗକୁ କେହି ଆସିବାକୁ ସକ୍ଷମ ହୋଇପାରୁ ନାହାଁନ୍ତି ତୁମ ପୃଥିବୀରୁ। ତୁମର ମର୍ତ୍ତ୍ୟରେ ଯେପରି ଛାତ୍ର ଛାତ୍ରୀ ଅଭାବରୁ କଲେଜ,ବିଦ୍ୟାର ଆଗ୍ରହ ଅଭାବରୁ ବିଭାଗ, ବିଶ୍ବ ବିଦ୍ୟାଳୟ ସବୁ ବନ୍ଦ ହୋଇ ଚାଲିଛି ଆମର ସ୍ବର୍ଗ ବନ୍ଦ ହୋଇଯିବ ବୋଧେ ଆଉ କିଛି ଦିନ ଗଲେ । ଯାହା ଏଇ ପୁରୁଣା ମହାପୁରୁଷ ମାନେ ଅଛନ୍ତି ବୋଲି ସ୍ଵର୍ଗ ଖୋଲାଅଛି । ସେମାନେ ବି ମର୍ତ୍ତ୍ୟ ନୀତି ଦେଖି ସେଠାକୁ ଯିବାକୁ ଆଗ୍ରହ ଦେଖାଉ ନାହାନ୍ତି ଯେଉଁ ଦିନ ଆଗ୍ରହ ଦେଖାଇ ପଳେଇବେ ସ୍ବର୍ଗ ଖାଲି ହୋଇଯିବ । ହେଉ କାମକୁ ଆସିବା । ଆମର ସ୍ବର୍ଗ ସିନା ଫାଙ୍କା ପଡିଛି ଏଠି କିନ୍ତୁ ନର୍କ ପାଖେ କୁମ୍ଭ ମେଳା ପରି ଭିଡ। ଜଲ୍ଦି ଯାଅ ସେଠି ଲାଇନ୍ ଲଗାଇବ । ନମସ୍କାର। ବାଏ।


୩ୟ ଦୃଶ୍ୟ

ପ୍ରହରୀ ତର ତର ହୋଇ ରାଜାଙ୍କ ପାଖକୁ ଆସିଲେ।

ରାଜା - ମନ୍ତ୍ରୀ ବର ଆଣିଛି କି ଖବର, ଜଲ୍ଦି ପେଶକର ଆମ୍ଭ ସମ୍ମୁଖର।।

ମନ୍ତ୍ରୀ - ମହାରାଜ ସ୍ବର୍ଗ ଆମ ପାଇଁ ନିଷିଦ୍ଧାଚଂଳ।

ରାଜା - ମାନେ??

ମନ୍ତ୍ରୀ - ମହାରାଜ ସ୍ବର୍ଗ ଆମ ପାଇଁ ମନା ଯେହେତୁ ଆମେ ପାପୀ। ଏ ସବୁ କଥା ପରେ ବୁଝାଇବି। ଆଗ ଚାଲନ୍ତୁ ନର୍କରେ ତୁରନ୍ତ ଏକ ସ୍ଥାନ ସଂରକ୍ଷଣ କରିବା। ନହେଲେ ଏମିତି ଅଶରୀର ହୋଇ ଖଣ୍ଡିଆ ଭୂତ ପରି ବୁଲୁଥିବା।

ନା ସ୍ବର୍ଗରେ ଯାଗା ମିଳିବ ନା ପୃଥିବୀ କୁ ଫେରି ପାରିବା, ମଝିରେ ଲଟକୁଥିବା।

ରାଜା - ତିଳେମାତ୍ର ମୁଁ ଘୁଚିଂବିନି ଏ ସ୍ଥାନରୁ।

ମନ୍ତ୍ରୀ - ଲଟକିବାକୁ ଇଛା ଯଦି ଆପଣ ଥାନ୍ତୁ, ମୁଁ ଚାଲିଲି।

ରାଜା - ଆରେ ମନ୍ତ୍ରୀ ବର ରୁହ ରୁହ, ମୁଁ ଆସୁଛି।


୪ର୍ଥ ଦୃଶ୍ୟ

ନର୍କର ଦ୍ବାରଦେଶରେ ନାହିଁ ନ ଥିବା ଭିଡ। ଠେଲି ଠାଲି ସମସ୍ତଙ୍କୁ ମନ୍ତ୍ରୀ ନର୍କର ପ୍ରହରୀ ପାଖେ ପଂହଚି ଗଲେ।

ନର୍କ ପ୍ରହରୀ -ଛିଡା ହୁଅ ମାନବ ମୁଁ ଦେଖିଲିଣି, ତୁମେ ଧାଡିର ଆଗକୁ କିପରି ଆସିଲ। ମର୍ତ୍ତ୍ୟରେ ତ ଲାଂଚ,ଖଚ,ଚୋରି,ଦାରି ,ଘୁସରେ ସଢି ସଢି ଅଭ୍ୟାସ ଟା ଅସ୍ଥି ମଜ୍ଜାଗତ ହୋଇ ଯାଇଛି ବଦଳିବ କୁଆଡ଼େ? ଯାଅ ପଛକୁ ଫେର, ଯେଉଁଠି ଛିଡ଼ା ହୋଇଥିଲ ।

ମନ୍ତ୍ରୀ -ଲଜ୍ଜାନତ ହୋଇ ମନ୍ତ୍ରୀ ପଛକୁ ଫେରି ଆସିଲେ।

ରାଜା -ରାଜା ଧଇସଁଇ ହୋଇ ଆସି ବଡ କଷ୍ଟରେ ପଂହଚିଲେ। ଚାରିଚକିଆ ଓ ହେଲିକପ୍ଟର ଛଡା କେବେ କେଉଁଠି ନ ଚାଲିବା ଲୋକ ସ୍ବର୍ଗ ଦ୍ବାରରୁ ସିଧା ଆସି ନର୍କ ଯାଏଁ ଚାଲି ଚାଲି ଆସିଛନ୍ତି।

ଓଃ କି କଷ୍ଟ! ମନ୍ତ୍ରୀ ବର କୁହ କଣ ଯାଗା ଫାଗା ପାଇଲନି ନା ନାହିଁ??


ମନ୍ତ୍ରୀ -ମହାରାଜ ଆମ ପାଳି ପଡିନି। ପାଳି ପଡୁ ଯାହା କରିବା।

ନର୍କ ପ୍ରହରୀ -ଅମୁକ ଦେଶରେ ସମକ ରାଜା ହାଜର ହୋ......

ରାଜା -ହଁ ହଁ ମୁଁ

ପ୍ରହରୀ - ଜଗାର୍ ଅଛି ଯାଗା କଣିବା ପାଇଁ?? ତୁମ ଦଣ୍ଡ ହିସାବ ହୋଇ ଯାଇଛି ହେଲେ ପାଳି ପଡିବାକୁ ସମୟ ଲାଗିବ।

ଏମିତି ଏଇଠି ମଝିରେ ଝୁଲି ପଡିରହିଥିବ ନା ଭିତରେ ରହିବାକୁ ଜାଗା ନେବ?

ରାଜା -ଯାଗା କିଣିବି କାହିଁକି? ମୁଁ ରାଜା। ରାଜ୍ୟଟା ସାରା ମୋର। ହଜାର ହଜାର ଏକର ଜମି, ପାହଡ, ଦିପ, ନଦୀ, ନାଳ, ଟାପୁ ସବୁଠି ମୋ ଅଧିକାର ଥିଲା। ମୁଁ ପୁଣି ନର୍କରେ ଯାଗା କିଣିବି? ମନ୍ତ୍ରୀ ତ ସ୍ବର୍ଗର ପ୍ରହରୀ ପାଖେ କ୍ଲାସ ନେଇ ଅଳ୍ପ ବହୁତ ଆଭାସ୍ ପାଇଛନ୍ତି। ତେଣୁ ପଛରେ ଥାଇ ରାଜାଙ୍କ ହାତକୁ ଟାଣିଦେଲେ।

ମନ୍ତ୍ରୀ -ମହାରାଜ!ଏଠି ଆମର କିଛି ଚଳୁନି। ତେଣୁ ଚୁପ୍ ରୁହନ୍ତୁ। ଯାଗା ଅଛି ବୋଲି କହୁଛି ବଡ଼ କଥା। ସଜ୍ଜା ମିଳିବା ଯାଏ ଖଣ୍ଡେ ଖଣ୍ଡେ ଯାଗା ନେଇ ଯିବା। ନ ହେଲେ କୁଆଡ଼େ ଅଶରୀର ହୋଇ ବୁଲିବା । ଯେଉଁ ଘରେ ରହିବା ଗୁଣିଆ ଆଦି ଆଣି ଘର କିଳେଇ ଦେବେ ଯେ ଆଉ ସେ ଘରେ ପଶି ପାରିବାନି। ସ୍ବର୍ଗ ଭଳି ଯାହା ପବିତ୍ର ଯାଗା ଅଛି ଆମକୁ ସେଠିବି ମନା ।ଯେଉଁ ଗଛ ବୃକ୍ଷରେ ବସିବା ସେବି ଭାଂଗିଯାଏ ଶୁଣିଛି। ବରଂ ଶୀଘ୍ର ଯାଗା ରେଟ୍ ବୁଝନ୍ତୁ।

ରାଜା -କୁହ ନର୍କ ପ୍ରହରୀ, ଏଠି ଯାଗା ପାଇଁ କ'ଣ ଦବାକୁ ପଡିବା?? ଆଉ ଜଗାର୍ କ'ଣ କହୁଥିଲ।ସେଟା ପୁଣି କଣ??


ପ୍ରହରୀ-ଯେମିତି ତୁମର ଟଙ୍କା, ଆମେରିକାର ଡଲାର, ଲଂଡନର ପାଉଣ୍ଡ, ଆଉ କେଉଁଠି ୟୁରୋ ପୁଣି ଦୀନାର ସେମିତି ଆମର ଜଗାର୍।

ରାଜା -*ହେଉ ମୋତେ ବଡ଼ ଜାଗା ଗୋଟେ ଦିଅ।

ପ୍ରହରୀ -ବଡ ଜାଗା! ଏକ ଇଂଚକୁ ଏକ କୋଟି ଜଗାର୍।

ରାଜା -ହଁ ହେଲା, କେତେ ଥର କହୁଛ। ଡଲାର ୟୁରୋ ଠୁ କ'ଣ ଅଧିକ?? ଭରି ଭରି ଡଲାର ରଖିଛି। ସୁଇସ୍ ବ୍ୟାଙ୍କରେ ତ ଅକଳନା ଅଛି। କ'ଣ ମନ୍ତ୍ରୀ କହୁଛ?? ତୁମ ପାଖେ କେତେ ଅଛି, ସେଥିରୁ ତ ବଳିବ। ମୋ ପଇସା କଥା ଛାଡ଼।

ମନ୍ତ୍ରୀ -ଆଜ୍ଞା ମୋର ଦି ଆଇରନ୍ ଚେଷ୍ଟ ଡଲାର ଭରି ହୋଇ ଅଛି।

ରାଜା -ଦିଅ ମୋ ପାଇଁ ବଡ଼ ସାଇଜିଆ ଜାଗାଟେ, ମାଣେ ଦି ମାଣ।

ପ୍ରହରୀ -ଏକ ଇଂଚକୁ ଏକ କୋଟି ଜଗାର।

ରାଜା -ଏକ ଇଂଚକୁ ଏକ କୋଟି ନର୍କରେ, ତାହେଲେ ସ୍ବର୍ଗ ରେ କ'ଣ ଏକ ଇଂଚକୁ ଶହେ କୋଟି??

ପ୍ରହରୀ -ନା ନା ସେଠି ଫ୍ରି, ପୁରା ଫ୍ରି।

ରାଜା -ଏଁ..... ପୁରା ଫ୍ରି???

ପ୍ରହରୀ -କେବଳ ପରମାତ୍ମାଙ୍କ ଏକ ଅନୁମତି ପତ୍ର ଦରକାର ପ୍ରବେଶ ପାଇଁ। ସେତ ସାତ ଜନ୍ମରେ ତୁମ ଦ୍ବାରା ହେଲା ଭଳି ଲାଗୁନି। ଛାଡ ସେ କଥା। କେତେ ଇଂଚ ଦରକାର କୁହ।


ରାଜା -ମୁଁ, ମୋ ମହାରାଣୀ, ଅନାନ୍ୟ ରାଣୀ ଦଶ, ପୁଅଝିଅ ପନ୍ଦର, ଆଉ ଦି ଜଣ ନାରୀ ଯାହାଙ୍କ ସାନ୍ନିଧ୍ୟ ବିନା ମୋତେ କିଛି ଭଲ ଲାଗେନା। ହିସାବ କର କେତେ ଜାଗା ନେଲେ ହେବ।

ପ୍ରହରୀ -ଜଣକୁ ଯଦି ନିହାତି ଷାଠିଏ ଇଂଚ ଦରକାର, ଖାଲି ସିଧା ହୋଇ ଶୋଇବାକୁ, ତାହେଲେ ଅଣତିରିଶ ଜଣଙ୍କୁ କେତେ ହେଲା ମନ୍ତ୍ରୀ।??


ମନ୍ତ୍ରୀ -ସେ ଅର୍ଥ ମନ୍ତ୍ରୀଟା ଦୂରରେ ରହିଲା। କଣ କରିବା??

ମୋତେ ଯଦି ଏତେ ହିସାବ ଆସୁଥାନ୍ତା ସେ ଅମଲାଟା କ'ଣ ଆମକୁ ଏମିତି ଦୂରେଇ ଦିଅନ୍ତା, ଖାତିରି କରନ୍ତାନି ଆଉ କୁହନ୍ତା First deserve then desire. ଶଳାଟା ଏଇ ଭୂମିକମ୍ପ ବେଳେ ରାଜ୍ୟରେ ନଥିଲା, ଭଲ ହୋଇଛି । ନହେଲେ ଏଠି ବି ରାଜାଙ୍କ କତିକି ଆସିବାକୁ ଦିଅନ୍ତା ନାହିଁ। ପ୍ରହରୀ ଆପଣ କୁହନ୍ତୁ ।


ପ୍ରହରୀ --ଏକ ଇଂଚକୁ ଏକ କୋଟି ଜଗାର୍।

ରାଜାଜୀ ଆପଣ ଜଷ୍ଟ ଶୋଇ କଡ ଲେଉଟାଈବାକୁ ଷାଠିଏ ଇଂଚ ଜଣେକା ହେଲେ, ଆପଣଙ୍କର ପୁରା ପରିବାର ଅଣତିରିଶ ଜଣଙ୍କ ପାଇଁ ୧୭୪୦ ଇଂଚ ଜାଗା ଦରକାର। ଓକେ ।

ଏକ ଜଗାର୍ =୧୦,୦୦୦କୋଟି

ଓକେ

୧୭୪୦ଇଂଚ ଗୁଣନ ୧୦,୦୦୦କୋଟି=ରହ ମୁଁ କାଲକୁଲେଟର ବାହାର କରି ଆଣେ। କାଲକୁଲେଟର ଆଣି ବୁଲି ଚାହିଁବା ବେଳକୁ ରାଜା ତାଙ୍କ

ପଛକୁ ପଛ ସବୁ ଆତ୍ମା ବେହୋସ୍ ହୋଇ ପଡିଛନ୍ତି।

......

ଭୂମିକମ୍ପ ନାଟକ ପ୍ରହରୀ

Rate the content


Originality
Flow
Language
Cover design

Comments

Post

Some text some message..