ଚିତ୍ତ ଜେନା ସ୍ମୃତି
ଚିତ୍ତ ଜେନା ସ୍ମୃତି
ମୋ ପ୍ରିୟା ଠାରୁ କେ ଅଧିକ ସୁନ୍ଦର
ଚିତ୍ତ ଭାଇ ସ୍ଵର କହେ
ମାଣିକ ଗୀତରେ ମନ କିଣିନେଲେ
ତାଙ୍କ ସମ କିଏ ଗାଏ
ଖୋଲା ହୃଦୟରେ କୋକିଳ କଣ୍ଠରେ
ଗାଉଥିଲେ କେତେ ଗାନ
ରୋଗ ଉପଶମ ହେଲା କି ବିଷମ
କାଳ କିବା ହେଲା ପାନ
କେତେ ଯତନରେ ଗାଉଥିଲ ଗୀତ
ଶୁଣିଦେଲେ ମନ ମୋହେ
ଖୋକାଭାଇ ପରେ ତୁମେ ହିଁ ତ ଥିଲ
ତୁମ ସରି ଆଉ କିଏ।
ତୁମ ମଧୁ ସ୍ଵର କଳ କଣ୍ଠେ ଡର
ରହିଯାଏ ଦଣ୍ଡେ ଚାହିଁ
ସତେକି କଣ୍ଠରେ ବିରାଜି ଅଛନ୍ତି
ବୀଣାଦେବୀ ବରଦେଇ
ପ୍ରଶାନ୍ତ କୁମାର ହୋତା