ଚିଠି -ସ୍ମୃତିର
ଚିଠି -ସ୍ମୃତିର
ପୁରୁଣା ଜିନ ପେଣ୍ଟ,
ଅଧାଚିରା କତରା ସାଇତା
ଚିଠି,
ପନ୍ଦର ପଇସା ପୋଷ୍ଟ କାର୍ଡ,
ପଇଁତିରିଶି ପଇସା
ନୀଳ ଅନ୍ତର୍ଦେଶୀୟ ପତ୍ର,
ପଚାଶ ପଇସା ପୋଷ୍ଟ କଭର,
ବାଦାମୀ, ସବୁଜ, କଳା ଇଙ୍କରେ ଲେଖା,
କିଛି ଅତୀତର ପରିଚିତାଙ୍କ ଅକ୍ଷର ,
ଭିଜା କାନ୍ଥ,
ପୁରୁଣା ବହିରେ ଥିବା ଶୁଖିଲା ଗୋଲାପ,
ଶୁଖିଲା ଲୁହ
ମିଛ ମିଛିକା ଓଠର ହସ,
ଭଙ୍ଗା ହୃଦୟ,
ହଜିଲା ଅତୀତର ସ୍ମୃତିର କତାରର
ତଳ ଧାଡି,
ସାଇକେଲ ଫୋକ୍ସ ଖାଡିରେ ଗୁନ୍ଥା ହୋଇ,
ପୁରୁଣା କାଗଜ ଡବା ଭିତରେ ଲୁଚା ହୋଇ ପଡ଼ିଥିବା
ପ୍ରେମିକାର ହାତ ଲେଖା କିଛି ,
ଚିଠି--------------------!
©®କାଶ୍ୟପ,ରାୟଗଡା ।