STORYMIRROR

Keshab Chandra Dash

Classics Fantasy Others

3  

Keshab Chandra Dash

Classics Fantasy Others

ଜି -୨୦ ୨୦୨୩

ଜି -୨୦ ୨୦୨୩

1 min
169

ଜି -୨୦ ଆଜି ଦେଖାଇ ତ ଦେଲା

ଭାରତୀୟ କଳା ସଂସ୍କୃତିର ଝଲକ

ସମଗ୍ର ବିଶ୍ବ ଯେ ବିସ୍ମିତ ଦେଖି ହେଲା

ଆଖିରେ ପଡିଲାନି ପଲକ।


ଗୁଲାମିର ନାମକୁ ରଖିଣ ପଛରେ

ବିଖ୍ୟାତ ହେଲା ଦେଶ ନାମ ଭାରତ

କୋଣାର୍କ ଚକ୍ର ଯେ ଚିହ୍ନାଇ ଦେଲା ଯେ

କେତେ ଉନ୍ନତ ଆମ କଳା ଜଗତ।


ନଟରାଜ ମୂର୍ତ୍ତି, ଯୋଗକଳା ସଙ୍ଗେ

ସବୁ ରାଜ୍ୟ କଳା ସଂସ୍କୃତିର ଛାପ

ଭାରତ ମଣ୍ଡପମ ହେଲା କଳାକ୍ଷେତ୍ର

ବିଶ୍ବ ଦେଖିଲା ଦିଲ୍ଲୀର ନବୀନ ରୂପ ।

 

ବିଶ୍ବ ନେତାଙ୍କୁ ଆମ ଦେଶ ଶିଖାଇଲା

ହାତ ଯୋଡ଼ି ନମସ୍କାର ମହତ୍ତ୍ଵ

ପ୍ରାଚୀନ ଶିକ୍ଷାକେନ୍ଦ୍ର ନାଳନ୍ଦା ବିଶ୍ବ ବିଦ୍ୟାଳୟ

ବଢ଼ାଇଲା ଭାରତର ଗୁରୁତ୍ଵ ।


ସମ୍ବଲପୁରୀ ନାଚ ସଙ୍ଗେ ଶାଢ଼ୀର ପିନ୍ଧଣା

ରାତ୍ରୀ ଭୋଜନରେ ଶାକାହାରୀ ଦେଶୀୟ ବ୍ୟଞ୍ଜନ

ସବୁ ରାଷ୍ଟ୍ର ନେତାଙ୍କ ମନ ମୋହିନେଲା

ଫୁଲ ,ଚନ୍ଦନରେ ଅତିଥି ଅଭିବାଦନ।


ସାରା ବିଶ୍ବ ଆଜି ଏକ ପରିବାର

ଆମ ଦେଶ ସିଖାଇଛି

ଦେଶ ପରମ୍ପରା, କଳା ସଂସ୍କୃତି ପ୍ରଚାର 

ବିଶ୍ବ ଦରବାରେ ଦେଶର ମର୍ଯ୍ୟାଦା ଯେ ବଢାଇଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics