STORYMIRROR

Keshab Chandra Dash

Abstract Classics Fantasy

3  

Keshab Chandra Dash

Abstract Classics Fantasy

ଆଏଜ୍ ଆମର ନୂଆଁଖାଇ

ଆଏଜ୍ ଆମର ନୂଆଁଖାଇ

1 min
180

ଆସିଛେ କୋଶଲ୍ ତିହାର୍ 

ଆଏଜ୍ ଆମର ନୂଆଁଖାଇ

ଫେର ଗୁଟେ ଦିନ ସଭେ ମିଶି ନ ଯିମା

ଆମେ ସଭେ କକା, ବବା, ଭାଇ ଭାଇ।


ଗୁଟେ ଠାନେ ଆମେ ନୂଆଁ ଖାଏମା

ଆମେ ସଭେ ମିଶିକରି

ଯେତେ ରାଗ ରିଶ୍ମି, ହିଁସା ଅହଙ୍କାର

ସବୁ ଦେମାନଗା ପାଶ୍ରି।


ସାହା ଅଛନ୍ ଆମର ମାଁ ସମଲେଇ

ରହିଛନ ଆମର ପାଖେ ଥାଇକରି 

ନୂଆଁ ଚାଉଳର ଭାତ୍କେ ତାକେ ଭୋଗ୍ ଲଗାମା

ତାର ସାଂଗେ ମଡ଼ା, ଖିରି, ପୁରି।


ଆମର ପରିଶ୍ରମର ନୂଆଁ ଫଲ୍ ଆଏ

ଆମର ଏ ନୂଆଁ ଧାନ୍

ମାଁକେ ଖୁଏଇକରି ପଛେ ଖାଏମା

ରଖମା ତାର ମାନ୍ ।


ମାଁର ମନ୍ଦିର ଭୋଗ ଲାଗସି 

ନୂଆଁଖାଇ ଶୁଭ୍ ଘଡିବେଲା ବେଲେ

ଘନ୍ଟି, ଘଣ୍ଟା, ନିଶାନ ବାଜାନୁଁ ଦୂଲ୍କୁଥିଶି

ମାଁ ପୁଜା ପାଏସି ମନ୍ଦାର ମାଲେ ।


ଆଜିର ଦିନେ ଚାଷୀ କ୍ଷେତକେ ଯିବା

ନେଇ ଧୁପ୍, ଦୀପ,ଚାଉଳ, ଫୁଲ୍ ଧରି

ମାଟି ମାଁ କେ ସେନ ପୂଜାଟେ ଦେବା

ଭଲେ ଭଲେ ଶୁଭ ମନାସି କରି।


ମାଁକେ ଦେଇକରି ଆମେ ଖାଏମା

ସଭେ ଆମେ ମିଲି ମିଶିକରି

ଘରର ପୂର୍ଖାନୁଁ ନୂଆଁ ଚାଉଳ ହାତେ ନେଇ

ଖାଏମା ଏକା ସାଂଗେ ବସିକରି।


ଭାତ୍ ସାଂଗେ କେତେ ପର୍କାର ତୁନ ଶାଗ

କେତେ ମିଠାସିଠା,ଖିରି,ପୁରି

ଲାଗସି ସଥେ ବଛର ଯାକର ଖାନାପିନା

ଆଜିର ଦିନେ ଦେମାଁ ସାରି।


ନୂଆଁଖିଆ ସର୍ଲେ ଆମର ନୂଆଁଖାଇ

ଭେଟଘାଟ ପରମ୍ପରା

ସାନମାନେ ବଡ଼ ମାନକୁ ମାରବେ ମୁଡ଼ିଆ

ଯାଇ କରି ପରା ପରା।


କକା, ଦାଦା, ଖୁଡି, ଅଜା, ଆଈ ସାଂଗେ

ସବୁଠାନେ ଚାଲବା ଭେଟଘାଟ୍

କେତେ ନାଚଗୀତ, କେତେ ନାଟ ପାଲା

ଦୂଲ୍କୁଥିବା ପରାପାଟ୍।


ଆଜିର ଦିନେ ଆସ ନାଚମା ଗାଏମା

ରାଗ ରିଶ୍ମୀ ଛାଡ଼ିକରି

ନାଇଁ ରଖୁଁ ଆମେ ଛନ୍ଦ କପଟ ଭେଦଭାବ

ଆମେ ନୂଆଁ ଖାଇକରି।


ନୂଆଁଖାଇ ଆନୁ ପ୍ରେମ ଭାବନାର ବାର୍ତ୍ତା

କୋଶଲାଞ୍ଚଳର ଇଟା ଆମର ବଡ଼ ତିହାର

ସଭେ ରହିଥାଉନ୍ ବନେ ବନେ କରି

ଆଜିର ଦିନେ ମୋର ନୂଆଁଖାଇ ଜୁହାର ।


ସରନ ଗଲି ମାଁ ତୋର ପାଦ୍ ତଲେ

ଜୟ ଜୟ ମାଁ ସମଲେଇ

ଆସିଛେ କୋଶଲ୍ ତିହାର

ଆଏଜ୍ ଆମର ନୂଆଁଖାଇ ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract