STORYMIRROR

Smrutiprajna Kanungo

Abstract Fantasy

3  

Smrutiprajna Kanungo

Abstract Fantasy

ଅଦୃଶ୍ୟ ସ୍ପର୍ଶ

ଅଦୃଶ୍ୟ ସ୍ପର୍ଶ

1 min
134


ହଜି ଯାଏ ସେ ଡାକି ଦେଇ

କେଉଁ ପାହାଡ଼ ଉହାଡରେ

କେଉଁ ଘଞ୍ଚ ଅରଣ୍ୟ ରେ

ସାତ ତଳ ପାଣି ଭିତରେ,

ଲୁଚି ରହି ସେ ଦେଖୁଥାଏ

ମୋ ବିବଶତା,ମୋ କରୁଣ୍ୟତା,

ମୋ ଅଗୋଚର ରେ ସେ ନିର୍ଲିପ୍ତ ଅନ୍ୟ ଏକ ଦୁନିଆ ରେ

ମୋ ଆଖିର ଲୁହ ତାକୁ ଝାଳ ପରି ଲାଗୁଛି ବୋଧ ହୁଏ

ସେଥିପାଇଁ ସେ ଲୁଚକାଳି ଖେଳୁଛି,

କେତେ ଥର ଧାଇଁଛି ତା ପଛରେ

ତପ୍ତ ମରୁ ଭୂଇଁ ରେ

ବର୍ଷା ରେ ଖସଡ଼ିଆ କାଦୁଆ ରାସ୍ତାରେ,

ହେଲେ ସବୁଥର ପରି ମୁଁ ହାର ମାନି ଯାଏ

ସବୁ ଆଶା ମୋର ମରିଯାଏ ସେଇ ମୁହୂର୍ତ୍ତ ରେ

ଗ୍ଲାନି ରେ ଅନ୍ତରାତ୍ମା ରୁନ୍ଧି ହୋଇ ପଡ଼େ,

କେବେ କେବେ ସେ ଉଡ଼ି ଯାଏ ଡେଣା ଲଗେଇ

ମୁଁ ଚାହିଁ ରହିଥାଏ କେବଳ,

ମୋ ପଲକ ପଡ଼ିବା ଭିତରେ ହିଁ ସେ ହଜି ଯାଏ ବାଦଲ ଭିତରେ

ମୁଁ କେବଳ ଦେଖେ ଧୂଆଁ ମୟ ଆକାଶ

ସେ ଧୂଆଁ ଅଣନିଃଶ୍ବାସୀ ଲାଗେ ନାହିଁ

ମନ୍ଦ ମନ୍ଦ କର୍ପୁର ଗନ୍ଧ ଭାସି ଆସେ

 ଏକ ଅଦୃଶ୍ୟ ସ୍ପର୍ଶ ମୋତେ ଛୁଇଁ ଯାଏ,

ଏତେ ସବୁ କ୍ଳାନ୍ତି ଭିତରେ ଥକା ଲାଗେ ନାହିଁ

ମରୀଚିକା ପଛରେ ଧାଇଁ ବି ଶେଷରେ ଆତ୍ମ ସନ୍ତୋଷ ମିଳେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract