STORYMIRROR

Kalpana Satpathy

Classics Fantasy Inspirational

3  

Kalpana Satpathy

Classics Fantasy Inspirational

କାକର ବୁନ୍ଦାର ସ୍ପର୍ଶ

କାକର ବୁନ୍ଦାର ସ୍ପର୍ଶ

1 min
193

ଭୋଦୁଅ ମାସର କାକର ବୁନ୍ଦାର

ପ୍ରତିଟି ସ୍ପର୍ଶରେ ଫୁଲ ସବୁ ଫୁଟିଯାଏ

କାଶତଣ୍ଡୀ ଫୁଲ ଝୁଲି ଝୁଲି କହେ

ମୁଁ ବରଫ କୁଇନ୍ ଟିଏ।

କେତେ ମଜା ଲାଗେ ଶିଶିର ବିନ୍ଦୁରେ

ଧଳା ଧଳା ଫୁଲ ସବୁ ହସୁଥାନ୍ତି

ପ୍ରୀତିର ପୀୟୂଷ ନେଇ

ଭୋଦେଇ ଖରା ବର୍ଷା ଛାଇର

ଆଲୋକର ରୋଷଣୀ ଛୁଟିଥାଇ।

ଅଙ୍ଗ ବସନ ପ୍ରସାରି ତୃଣ କାଶତଣ୍ଡୀ

ମୁରୁକି ହସା ଦିଅଇ, ସ୍ପର୍ଶ ଅନୁଭବରେ

ଶିହରିତ ତନୁମନ ସୌନ୍ଦର୍ଯ୍ୟ ର ପସରା

ମେଲି ଥିରି ଥିରି ମୁରୁକି ହସା ଦିଅଇ।

ଭୋଦେଇ ର ଖରା ବର୍ଷାର

ଲୁଚକାଳି ଖେଳ ଖେଳିବାର ସବୁ

ପ୍ରୟାସ ଜାରି ରଖି ସିଏ 

ଖରା ଛାଇର ସେ ବୋଧଗମ୍ୟ ପଥେ

ଦିବା ନିଶି ଚାଲୁଥାଇ।

ସମୟ ଚକର ପ୍ରତିଟି ଅର

ଘୂର୍ଣ୍ଣନରେ ସୂନା ଫୁଲ ସବୁ

ପ୍ରତିଛବି ଆଙ୍କି ଦେହ ମନ

ଶିହରିତ ହୋଇ ଵରଫ କୁଇନକୁ

ସ୍ବାଗତ ଜଣାଇ ଭାବ ବିହ୍ୱଳ ହୁଅଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics