ମଦିରା ଉପହାର
ମଦିରା ଉପହାର
ନିଶା ଖାଇଦିଏ ମଣିଷ ଖୁସିରେ
ରହେ କିଛି କ୍ଷଣ ଖୁସି
ଧୀରେ ଧୀରେ ନିଶା ମଣିଷକୁ ଖାଏ
ଦିଏ ତ ଜୀବନ୍ତ ଫାଶୀ ।
ପାନ ବିଡି ମଦ ଯମା ନୁହଁଇ
କେବେ ଛୋଟିଆ ନିଶା
ଜଣା ପଡେ ନାହିଁ ଆମକୁ ସେ
ଟାଣେ ସୁଅ ପରି ପଇସା ।
କେତେ ସଧବାର ମଥାରୁ ମଦ
ପୋଛି ଦିଏ ସୁହାଗ
କେତେ ମାଆ କୋଳକୁ ଦିଏ
ଶୂନ୍ୟ କ୍ଷତାକ୍ତ ଦାଗ ।
ଉପବାସ ଆଉ ଶ୍ରୀହୀନ ହୁଏ
ସୁଖ ବୈକୁଣ୍ଠପୁର
ଦିନୁଦିନ ବଢିଚାଲଇ ମୃତ୍ୟୁ
ମଦିରାର ଉପହାର ।
ମଦ ଆନାକୋଣ୍ଡା ବିରାଟ ପାଟି
ଖୋଲି ଗିଳଇ ବିଶ୍ଵ
ଥରେ ଯିଏ ଧରାଦେଇଛି ତାକୁ
ହୋଇଯାଇଛି ନିସ୍ଵ ।
ସକାଳଠୁ ରାତି, ରାତିରୁ ସକାଳ
ସେ କୋଳାଗ୍ରତ କରେ
ତା କୋଳରେ ଥିଲେ ବୁଦ୍ଧି ବିବେକ
ବିଚାର ହଜେ ମହାଶୂନ୍ୟରେ ।
ଖିନଭିନ କରି ଖାଏ ସେ
ସବୁ ଅଙ୍ଗ ମଣିଷର
ସିଧା ସିଧା ଯମାଳୟକୁ ଟିକେଟ
କଟାଯାଏ ଜୀବର ।
ଖୁଲମଖୁଲା ଯେ ଚାଲିଛି ଏହି
ଅବକାରୀ ଦ୍ରବ୍ୟ ବ୍ୟାପାର
ସରକାରୀ ରାଜକୋଷ ବି ନିଏ
ଟିକସ ଯେ ଏହାର ।
ଯେତ ହଲାପଟା ଭଙ୍ଗାରୁଜାର
ହୁଏ ନାହିଁ ସୁଫଳ
ଯେମିତି ଚାଲିଛି ଚାଲିବ ଶୀଘ୍ର
ଆସିଯିବ ମହାକାଳ ।