ତୁମ ପାଇଁ ପଦେ
ତୁମ ପାଇଁ ପଦେ
(0)
ତୁମ ନରମ ହାତର ଉଷ୍ମ ପରଶ
ତନୁ ମନ ଶିହରାଇ ଦିଏ
ତୁମ ନାଲି ଅଧରରେ ମୁରୁକି ହସଟି
କୃଷ୍ଣଚୂଡାର ରୂପ ନିଏ II
(1)
ତୁମ ଚୂର୍ଣ୍ଣ କୁନ୍ତଳର କାଳିମାରେ
ଅମା ଅନ୍ଧାର ଯାଏ ଲାଜେଇ I
ତୁମ ନୀଳ ବୟନର ନୀଳିମାରେ
ନୀଳ ଆକାଶ ହୁଅଇ ସଜେଇ I
ତୁମ ଚୋରା ଚାହାଣିରେ ମନ ମୋ ଚହଲେ
ସପନର ଜାଲ ବୁଣିଯାଏ I
ତୁମ ନରମ ହାତର ଉଷ୍ମ ପରଶ
ତନୁ ମନ ଶିହରାଇ ଦିଏ II
(2)
ତୁମ କଣ୍ଠେ କୋଇଲିର କୁହୁତାନ
ତୁମ କଥାରେ ଝରଇ ମଧୁ I
ତୁମେ ଚାଲିଲେ ଚପଳଛନ୍ଦା ଗୋ
ତୁମେ ହୋଇବ କାହାର ବଧୂ I
କେତେ ଯତନରେ ଗଢିଅଛି ବିହି
ଦେଖି ସବୁ ଆଖି ଲାଖିଯାଏ I
ତୁମ ନରମ ହାତର ଉଷ୍ମ ପରଶ
ତନୁ ମନ ଶିହରାଇ ଦିଏ II
(3)
ଚାନ୍ଦ ନୁହେଁ ତୁମେ ଚାନ୍ଦଠୁ ଅଧିକ
ଚାନ୍ଦରେ ଲାଗିଛି କଳଙ୍କ I
ସୂର୍ଯ୍ୟମୁଖୀ ବୋଲି କହିବି କିପରି
ତହିରେ ଭରିଛି ଡହକ I
କହି ନଥିଲି ଯା ଆଜି ମୁଁ କହୁଛି
ତୁମକୁ ମୁଁ ଭାରି ଭଲ ପାଏ I
ତୁମ ନରମ ହାତର ଉଷ୍ମ ପରଶ
ତନୁ ମନ ଶହରାଇ ଦିଏ II
*******