ହେ ଜଗତର ନାଥ
ହେ ଜଗତର ନାଥ
ଜୀବନର ଶେଷ ଆଶା
ତୁମେ ଜଗନ୍ନାଥ, ହେ,
ଦୁଃଖୀର ସଙ୍ଗାତ;
ଜୀବନର ଶେଷ ଭାଷା
କାଳିଆ ସାଆନ୍ତ, ହେ,
ନୀଳଗିରି ନାଥ;
ତବ ପଦାମ୍ଵୁଜ ତଳେ,
କିଙ୍କର ମୁଁ ମାତ୍ର, ହେ, ପ୍ରଭୁ ରମାକାନ୍ତ ।
ଜୀବନର ଶେଷେ ନେତ୍ର
ଦେଖି ତବ ଚିତ୍ର, ହେ,
ଛାଡିବ ଏ ମର୍ତ୍ତ୍ୟ;
ତୁମ ନାମ ଶେଷେ ମୁଖୁ,
ହେଉ ଉଚ୍ଚାରିତ, ହେ,
ତୁମ ନାମ ସତ୍ୟ;
ହେ ମଙ୍ଗଳ ମୟ ହରି
ଅନାଦି, ଅଚ୍ୟୁତ, ହେ, ପ୍ରଭୁ ଜଗନ୍ନା
ଥ ।
ଜୀବନର ସୁଖ ଦୁଃଖ
ତୁମରି ପ୍ରଦତ୍ତ, ହେ,
(ମୋ)ଜୀବନ ସଂଗୀତ;
ଗାଇବି ଯାଇ ମୁଁ ପ୍ରଭୁ
ତୁମରି ସମିପ, ହେ,
ଅନାଥର ନାଥ;
ଗାଉ ଗାଉ ଏ ଜୀବନ,
ଛାଡି ଦେଉ ଘଟ, ହେ, ଜଗତର ନାଥ ।
ଏ ଜୀବନ ତୁମ ପାଇଁ
ତୁମେ ମୋର ନାଥ, ହେ
ହେଲି ସମର୍ପିତ;
ଆଶା ଭରଷା ତୁମେତ
ତୁମେ ଜଗନ୍ନାଥ, ହେ
ନୀଳାଦ୍ରି ସାଆନ୍ତ;
ଏଭବ ସାଗରୁ ମୋତେ
ଉଦ୍ଧାର କରତ, ହେ, ଲକ୍ଷ୍ମୀ ପ୍ରାଣନାଥ ।