STORYMIRROR

Kalpana Satpathy

Classics Fantasy Inspirational

3  

Kalpana Satpathy

Classics Fantasy Inspirational

ଆକାଶରୁ ଖସିବା ସମୟରେ

ଆକାଶରୁ ଖସିବା ସମୟରେ

1 min
168

ଆଖି ପାଉ ନଥିବା ସୁନୀଳ ଆକାଶ

ମନରେ ଅସୁମାରୀ ଭାବାନ୍ତର

କବିର କବିତାରେ ଆକାଶରୁ

ଝରିପଡେ ଯେପରି ହୀରାମୋତି

ହୃଦୟର କେଉଁ ଏକ ନିଭୃତ କୋଣରୁ

ସ୍ମୃତିର ଦରଜା ଖୋଲି,

ଠିକ୍ ଉଲ୍କା ପିଣ୍ଡପରି ମନେ ଭରି

ଅସୀମ ଭ୍ରମର ପଶାପାଲି ଠିକ୍ ଭୁଲ୍

ର ବିଚାରଧାରା ରେ ସେହି ନିର୍ମଳ

ଭାବଧାରାର ଗୁମୁଟ ଖୋଲି,

ଅତୀତର କାନ୍ଥରେ ଅଙ୍କିତ କରି

ଅସମାହିତ ପ୍ରଶ୍ନର ଉତ୍ତର

ଖୋଜି ଖୋଜି ନିର୍ଣ୍ଣୟ କରିବା

ପାଇଁ ନୁଆ ନୁଆ ଚମକର ପ୍ରତିଧ୍ୱନୀ,

ସେହି ନୀଳ ଆକାଶରୁ ଯେମିତି ଚାଲିଆସେ

ବର୍ଣ୍ଣମାଳାର ଭାସମାନ ଶବ୍ଦଗୁଛ

ପୁଣି ଛପିଯାଏ କେଉଁ ଏକ ବାଦଲର

ଆଢ଼ୁଆଳରେ ନୀରବ ଦ୍ରଷ୍ଟା ସାଜି

ଦୃଶ୍ୟମାନ ହୁଏ ବିଷାଦର ଛାୟା

ହେଲେ ବାଦଲରୁ ଝରି ପଡୁଥିବା

ବରଷାର ଧାରାରେ ସବୁ

ସତେଜ ହୋଇଉଠେ

ଆକାଶରୁ ଖସିବା ସମୟରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics