ଆକାଶରୁ ଖସିବା ସମୟରେ
ଆକାଶରୁ ଖସିବା ସମୟରେ
ଆଖି ପାଉ ନଥିବା ସୁନୀଳ ଆକାଶ
ମନରେ ଅସୁମାରୀ ଭାବାନ୍ତର
କବିର କବିତାରେ ଆକାଶରୁ
ଝରିପଡେ ଯେପରି ହୀରାମୋତି
ହୃଦୟର କେଉଁ ଏକ ନିଭୃତ କୋଣରୁ
ସ୍ମୃତିର ଦରଜା ଖୋଲି,
ଠିକ୍ ଉଲ୍କା ପିଣ୍ଡପରି ମନେ ଭରି
ଅସୀମ ଭ୍ରମର ପଶାପାଲି ଠିକ୍ ଭୁଲ୍
ର ବିଚାରଧାରା ରେ ସେହି ନିର୍ମଳ
ଭାବଧାରାର ଗୁମୁଟ ଖୋଲି,
ଅତୀତର କାନ୍ଥରେ ଅଙ୍କିତ କରି
ଅସମାହିତ ପ୍ରଶ୍ନର ଉତ୍ତର
ଖୋଜି ଖୋଜି ନିର୍ଣ୍ଣୟ କରିବା
ପାଇଁ ନୁଆ ନୁଆ ଚମକର ପ୍ରତିଧ୍ୱନୀ,
ସେହି ନୀଳ ଆକାଶରୁ ଯେମିତି ଚାଲିଆସେ
ବର୍ଣ୍ଣମାଳାର ଭାସମାନ ଶବ୍ଦଗୁଛ
ପୁଣି ଛପିଯାଏ କେଉଁ ଏକ ବାଦଲର
ଆଢ଼ୁଆଳରେ ନୀରବ ଦ୍ରଷ୍ଟା ସାଜି
ଦୃଶ୍ୟମାନ ହୁଏ ବିଷାଦର ଛାୟା
ହେଲେ ବାଦଲରୁ ଝରି ପଡୁଥିବା
ବରଷାର ଧାରାରେ ସବୁ
ସତେଜ ହୋଇଉଠେ
ଆକାଶରୁ ଖସିବା ସମୟରେ।
