STORYMIRROR

Sitansu Jena

Fantasy

3  

Sitansu Jena

Fantasy

ସ୍ମୃତି ଭିଜା ପିଲାଦିନ

ସ୍ମୃତି ଭିଜା ପିଲାଦିନ

1 min
151


 ତୁଠ ପଥରରେ ପାଦ ଘଷୁଘଷୁ ଧୋବୀ ଅପା ର ପାଟିରୁ ବୋହିପଡୁଥାଏ ଗୁଡ଼ାଖୁ ଛାପ ଆଉ ତା ଦେହରେ ଯୋଗୋନିଖିଆ ବାଡ଼ିପସା ଛୁଆ ପୋଖରୀ ହୁଡ଼ାରୁ ଡିଆଁ ମାରି ପାଣିକୁ ଡେଇଁ ଦି ଭାଗ କରିଦେବାର ଯୋଉ ମଜା ପାଣିରୁ ପଙ୍କ ଉଥିଯାଏ।


   ପଞ୍ଝେ ମାଇପେ ବସି ୟା ଘର କଥା ତା ଘର କଥା କେବେ କେଉଁ ଓଷାବାର ଆଉ କାହାର ଝିଅ ପୁଅଙ୍କ ରାଜି ରୁଜା କଥାରେ ଚାଲେ ଗାଧୁଆ ପାଧୁଆ କିଏ ହଳଦୀ କାଠୁଆ ଧରି ଦେହରେ ମାଖୁଥାଏ ତ ଆଉ କିଏ ତେଲ ଗିନା ଆଉ କିଏ ପାଣି ଗରାଏ କାଖରେ ଧରି ପାହୁଣ୍ଡ ପକେଇ ଘରକୁ ଯିବାକୁ ବାହାରୁ ଥାଏ।


 ରାତି ଅଧରୁ ଉଠି ଭୋଦୁଆ ମାସର ଖୁଦୁରୁକୁଣୀ ପୂଜିବା ପାଇଁ କେତେକ ଫୁଲ ଚୋରଣି ରୁଣ୍ଡ ହେଇ ୟା ବାଡି ତା ହତା ମଠ ମନ୍ଦିର କୋଉ ଜାଗା ରୁ ଛଦନ୍ତିନି ଆଉ। ସକାଳୁ ଟୋକା ମାନେ ଉଠି ବାଲୁକା ପୂଜା ବେଳେ ବିରଦର୍ପରେ ପୁରୁସେ ପାଣିରେ ପଶି କଇଁ ପଦୁଆଁ ତୋଲିଦେଇ ପୁରା ଅଣ୍ଡିରି ପୁଅ ର କରାମତି। ଆମ ଭାଲୁକୁଣୀ ହାତରେ ଗୁଣ୍ଡି ତୁମ ଭାଲୁକୁଣୀ ଉଙ୍କୁଣୀ ମୁଣ୍ଡି।


  ଏମିତି ନଈ ପଠାରେ ମୁଣ୍ଡ ହଲେଇ ନାଚେ କାଶତଣ୍ଡି ଘଣ୍ଟ ଘଣ୍ଟା ଦାଉଣ୍ଡି ଆଉ ମର୍ଦଳ ର ସ୍ୱନ ଗାଆଁ ରାସ୍ତା ସଫା ଚାଲେ ପିଠ ମାନଙ୍କରେ ଆରମ୍ଭ ହୋଇଯାଏ ଷୋଡଶ ଦିନାତ୍ମକ ପୂଜା । ତପ ଷଷ୍ଠୀ ଠୁ ଦଶହରା ପର୍ଯ୍ୟନ୍ତ ଆହୁରି ଚଳ ଚଞ୍ଚଳ ହୋଇଉଠେ ମେଢ଼ ମଣ୍ଡପ ମେଲା ଆଉ ଅଟାଳି ଜଗତି।


   ସବୁଠୁ ବେଶୀ ନବମୀ ରାତୀ ଆଉ କାଳୀକା ନାଚ ର ନଗର ପରିକ୍ରମା ନାଚି ନାଚି ରାତି ପାହେ 

ଦଶହରା ପଡ଼ିଆରୁ ଘରକୁ ଫେରୁଥିବା ବେଳେ ମୂରବୀ ମାନେ କହୁଥାନ୍ତି ମାଲୋ ବଞ୍ଚି ଜିଁ ଥିଲେ ପୁଣି ଆରବର୍ଶକୁ।


Rate this content
Log in

Similar oriya poem from Fantasy