Sunanda Mohanty

Tragedy Fantasy Others

3  

Sunanda Mohanty

Tragedy Fantasy Others

ମୁଁ ମଣିଷ

ମୁଁ ମଣିଷ

1 min
119



ପିଉଛି ନିତି ବିଷ କି ପିୟୁଷ

ପିଉଛି ନିତି ରାଗ କି ରୋଷ

ମଣିଷ ମୁଁ ପିଉଛି ସଂସାରର ବିଷ

ଜାଣେନା ଦେବ କି କିଏ ଟୁକୁଡାଏ

ନିର୍ମାଲ୍ୟ ବିଶେଷ?

ତଥାପି କ୍ଷୋଭ ନାହିଁ ନିର୍ଦୋଷ 

ସୁଖ ଥାଉ କି ନଥାଉ ଅଶେଷ

ଛାଡ଼ିନି ଅଭିମାନ ରାଗ ଦ୍ୱେଷ ରୋଷ

ଜାଣିନି କାଣିଚାଏ କୈବଲ୍ୟ

ପରାଗ ଅବା ଗ୍ରହଣ ହେବ ଜୀବନ ଶେଷ

ଅବଶୋଷ ଅଟହାସ୍ୟ ନାଟକର ଆୟୁଷ

ସରିଯିବ କେତେବେଳେ ଭାଗ୍ୟ ହାତେ କୁଶ

ନିର୍ମାଲ୍ୟ ଓ କୈବଲ୍ୟ ବିଦ୍ବେଷ

ଜଗନ୍ନାଥଙ୍କ ଆଶିଶେ ବରଷ ବରଷ

ନିର୍ମାଲ୍ୟ ସେଵା କରି ପାଇଛି ଯଶ

କୈବଲ୍ୟ ପସରାର ଭଗ୍ନ କଣିକା ବିଶେଷ୍ୟ

ସେଇତ ତୁଳସୀ କସ୍ତୁରୀ ଚନ୍ଦନ ପରେ

ଭାଜ୍ୟ ଭାଜକ ଭାଗଫଳ ଓ ଭାଗଶେଷ

ଅଙ୍କ ଶେଷ ଯବନିକା ପତନ ଉନ୍ମେଷ

ସେଇ ଏକକଥା କୈବଲ୍ୟ ଓ ନିର୍ମାଲ୍ୟ

ଶେଷ ପରଶର ଅନ୍ତିମ ନିର୍ଯ୍ୟାସ

କାରଣ ମୁଁ ନିଶ୍ଚୟ ମଣିଷ

ପାପ ଓ ପୁଣ୍ୟର ଅନ୍ତିମ ସ୍ପର୍ଶ

ଆଣିଦେବ କୈବଲ୍ୟର ସୁଖା ସୁଖା

 ନିର୍ମାଲ୍ୟ ବିଶେଷ ଭାଗଶେଷ ।


Rate this content
Log in