STORYMIRROR

Prahallad Sahoo

Classics Fantasy Children

3  

Prahallad Sahoo

Classics Fantasy Children

ପିଲାଦିନ ଭାରି ଭଲ

ପିଲାଦିନ ଭାରି ଭଲ

1 min
202

ତଥାପି ଅମୃତମୟ ସେ ଅତୀତର ପିଲାଦିନ 

ନା କେବେ ବିଫଳତାର ଭୟରେ ଜର୍ଜରିତ 

ନା କେବେ ସଫଳତାର ଖୁସିରେ ରୋମାଞ୍ଚିତ;

ନା କେବେ ଭବିଷ୍ୟତର ବୋଝରେ ମର୍ମାହତ 

ନା ସେ ହାତ ପାହାନ୍ତାର ବର୍ତ୍ତମାନ ଅବହେଳିତ! 


ଭାରି ଭଲ ଲାଗେ ସେ ପିଲାଦିନ 

ଅଝଟ ପଣରେ ସ୍ନେହ ଆକଟ ଥାଏ

ରାଗୁଥିଲେ ମାଆ କୋଳେଇ ନିଏ;

ଅମାନିଆ ହେଲେ ବାପା ବୁଝେଇ ଦିଏ 

ସେ ମାଡ ଗାଳି ରେ ସ୍ନେହ ମମତା ଥାଏ ।


ରାଗ ରୋଷା କଲେ, ଜେଜେମା ଗପ ଶୁଣାଏ 

ଖାଉନଥିଲେ ମାଆ ଜହ୍ନକୁ ଡାକି ଗୀତ ଗାଏ ;

ରୋଷିଗଲେ ନାନୀ କୋଳେଇ କାଖେଇ ନିଏ 

ଯେତେ ହସୁଥିଲେ ଭାଇ ଗୁଦୁଗୁଦି କରୁଥାଏ ।


ଓଠ ଖୋଲୁନଥିବା କୁନି କୁନି ଦରୋଦି ଭାଷାରେ

ମୋହ ମାୟା ହୀନ ଅନାବିଳ ସ୍ନେହ ମମତାରେ

ପର ଆପଣା ଭୁଲି ସବୁକୁ ନିଜର କରିହୁଏ।


ଭାରି ଭଲ ଲାଗେ ସେହି ପିଲାଦିନ 

ଯେବେ ରାଗ, ରୋଷ, ହିଂସା, ଦ୍ବେଷ ଭୁଲି

ବାଲି ସଢେଇରେ ଭାତ, ତରକାରି ରାନ୍ଧି

ମାଟି କଣ୍ଢେଇମାନଙ୍କର କରୁଥାଉ ବିବାହ ବନ୍ଧନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics