ବିରହ ବେଦନା
ବିରହ ବେଦନା
ବିରହ ବେଦନା
ଯେଉଁ ପ୍ରେମ ଦିନେ ଫୁଲ ସାଜିଥିଲା ପାଲଟିଲା ଆଜି କଣ୍ଟା, ପ୍ରୀତି ଡାଳେ ପତ୍ର କଅଁଳିଲା ପରେ ପଡିଗଲା ଆଜି ଥୁଣ୍ଟା । କିଏ ଜାଣିଥିଲା ପ୍ରେମଟା ଏମିତି ମନକୁ ଛୁଇଁଲା ପରେ ଜାଳିଦେଵ ପୁଣି ସେହି ମନଟା କୁ ବିରହର ଦହନରେ । ତୁମ ମିଠା ହସ ଦେଲା ମୋତେ ବିଷ ଉଜାଗର ପାହେ ରାତି , ଜଳୁଛି ଆଜି ମୁଁ ଯାତନା ଜୁଇରେ ଜାଳୁଛି ପୁରୁଣା ସ୍ମୃତି । ହସ ସବୁ ଆଜି ଲୁହ ରୂପ ନେଇ ଅକାଳେ ଯାଉଛି ବହି, ଦୁଃଖ ଦେଇଗଲା ସେହି ପ୍ରେମ ମୋତେ ପ୍ରୀତିର ପରଶ ଦେଇ ।
ପ୍ରଶାନ୍ତ କୁମାର ନାଥ