Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Tragedy

5.0  

ବି. ନିରୁପମା

Tragedy

ଯାଇଅଛି ସରି

ଯାଇଅଛି ସରି

1 min
380



ଆଜି କିଆଁ ତୁମକଥା
ମନେପଡେ ଏତେ ,
କା' ଆଗେ କହିଲେ କିଏ
ଯିବ ଗୋ ପରତେ ।

କହିବି କେମିତି ତୁମେ
କେତେ ମୋ ନିଜର ,
ଜାଣିଶୁଣି ଚାଲିଗଲ
କରି ମୋତେ ପର ।

ମୁଁ ଏଠି ହେଉଛି ଝୁରି
ତୁମ ବିରହରେ ,
କେଜାଣି କେଯାଏଁ ଦଗ୍ଧ
ହେବି ଏ ଜୁଇରେ ।

ତୁମେ ଗଲାଦିନୁ ମୁହିଁ
ସାରିଛି ତ ମରି ,
ସବୁ ଆଶା,ଭରସା ମୋ
ଯାଇଅଛି ସରି ।।

ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in

Similar oriya poem from Tragedy