Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lunar Das

Tragedy Others

3  

Lunar Das

Tragedy Others

କିଛି ଫୁଲ ଝଡ଼ି ଯିବା ପରେ

କିଛି ଫୁଲ ଝଡ଼ି ଯିବା ପରେ

1 min
171



ସେଇ କୁହୁଡ଼ି ର ଶେଷ ଶବ୍ଦ ସବୁ

ଆଉଟୁ ପାଉଟୁ ହୋଇ ଫୁଟୁଥିଲା

ଖୁବ ଅବେଳରେ ,

ଆଉ ମୁଁ ପୁଣିଥରେ ଲେଖି ଚାଲିଲି କବିତା

କେଉଁ ଫାଲ୍ଗୁନର ଅବଶେଷ ପରେ ।


ବର୍ଷା ଭିଜା ଆଖିର ଭାଷା କୁ

ଯଦିବା ଜୀବନ ତନ୍ନ ତନ୍ନ କରି ପଢ଼େ

ନିଷ୍ପାପି ମନର ଅଙ୍କୁରିତ ଶବ୍ଦ କୁ

କିଏ ବା ନ୍ୟାୟ ଦେଇ ପାରେ

ଝରି ପଡ଼ି ଥିବା ଗଙ୍ଗଶିଉଳି କୁ ଉଠାଇ

କିଏ ବା ଦେବତାଙ୍କୁ ଅର୍ପଣ କରିପାରେ ।


ନିର୍ବାଣ ର ଅର୍ଥ ଯେ ଆଲୋକ ର ଧାମ

ସମର୍ପଣ ମାର୍ଗ ରେ ପ୍ରସ୍ଫୁଟିତ ପଦ୍ମ

ସଦ୍ ଗତି ଯାହାର ଶେଷ ଭିକ୍ଷା

ଆଞ୍ଜୁଳାଏ ପ୍ରେମରେ ଲିଭିଯାଏ କ୍ଷଭୋ ।


ନିଦ ହଜିଲା ଆଖିରେ

କିଛି ଅଫୁନ୍ତର ଭାଷା 

ବାର୍ତ୍ତା ହୋଇ ଲେଖିଯାଏ

ଅଦୃଶ୍ୟ ର ଚିଠି,

କିଛି ଅଭିମାନ ରେ,

କିଛି ଲବ୍ଧ ଜ୍ଞାନ ରେ 

ଆଉ କିଛି ଅଭିପ୍ସା ମାନଙ୍କୁ

ମୋକ୍ଷ ଦେଲା ପରେ।





Rate this content
Log in

Similar oriya poem from Tragedy