ସମର୍ପଣର ସୀମା
ସମର୍ପଣର ସୀମା
ଉଦାର ମନଟିଏ ନିଷ୍ପାପ ହୃଦୟଟିଏ
ଯେବେ ରୁଦ୍ଧ ଦ୍ୱାରର ଦୁଃଖ ଅପମାନ ତ୍ୟାଗ
ରୁଦ୍ଧ ମନର ଯନ୍ତ୍ରଣା ଛାତିରେ ଲୁଚିଥିବା କୋହ
ଆପଣାଇ ନିଏ ସହି ନିଏ କହେନି କାହାକୁ
ଆଶା ଥାଏ ଜିତିବ ସେ ପୁଣି ହସିବ ସେ
ଆଜି ନ ହେଲେ ନାହିଁ ହୁଏତ ଆସନ୍ତା କାଲି
ସେ ତା'ର ପ୍ରିୟ ମଣିଷକୁ କେବେ ବି
ଆଶଙ୍କାରେ କିଛି ପ୍ରଶ୍ନ ଅବା ସନ୍ଦେହ କରେନି ଜମା
ତାକୁ ମନେରଖିବାକୁ ହେବ ଆଜି ଦୁନିଆରେ
ଏଠି ପ୍ରେମରେ ସମର୍ପଣରେ ବି ଲୋଡ଼ା ସୀମା
କୋମଳ ମନଟି ବୁଝିପାରେ ନାହିଁ କାହିଁ
ତା' ମନରେ ସେ କେବେ ସନ୍ଦେହ ଆଣେନାହିଁ
ଦୃଢ଼ ବିଶ୍ୱାସେ ସମର୍ପିଦିଏ ନିଜକୁ ମୁକ୍ତ ହୋଇ
ଅଜଣା ସେ ତା'ର ସମ୍ମୁଖ ମଣିଷଟା ଗୁପ୍ତରେ ଗୁପ୍ତରେ
ରଙ୍ଗବୋଳି କରୁଥାଏ ଅଭିନୟ ସ୍ୱାର୍ଥ ହାସଲ ପାଇଁ
ଇଏ ଉଗ୍ର ଆଧୁନିକ ଯୁଗ ବିଶ୍ୱାସଘାତର ବେଳ
ସେ ରଖେନାହିଁ ଭଲପାଇବାର ପ୍ରେମର ସୀମା
ତା' ମନରେ ନା ଥାଏ ଛଳନା ନା ଥାଏ ଅବିଶ୍ୱାସ
ସେ କିନ୍ତୁ ଭୁଲିଯାଏ ଏଠି ସମର୍ପଣରେ ବି ଲୋଡ଼ା ସୀମା
ଯୁଗଯୁଗ ଧରି ଶାସ୍ତ୍ର କହିଛି ଅତିରୁ ହୁଅଇ ଇତି
ଭୁଲ୍ ନକରି ବି ଭଲ ମଣିଷଟେ ପାଉଥାଏ ଶାସ୍ତି
ଯୁଗ ବଦଳୁଛି ଭାଇ ଓ ଭଉଣୀ ମାନେ ଜାଣ
ଏଠି ମିଛ କରଇ ରାଜୁତି ଆଉ ସତ ଖୋଜୁଥାଏ ମୁକ୍ତି
ହାତ ମାପି ଚାଖଣ୍ଡେ ଚାଲିବୁ ଲୋ ଭଉଣୀ ଝିଅ
ଘିଅ ଖୋଇଦେଇ କିଣିନେଇଯିବେ ତୋର ଦେହ
ତୁ ମୋହରେ ପାଦ ଦେଲେ ମାୟାରେ ଯିବୁ ବୁଡ଼ି
ଦୂରେଇ ଯିବେ ଲୋ ତୋ' ଠାରୁ ଆପଣା କରୁଥିବୁ ତୁ ରଡ଼ି
ସତର୍କ ରହିବା ଶିଖିବାକୁ ହେବ ତୋତେ
ଅତି ବିଶ୍ୱାସ ବିଷ ହୋଇଯିବ ନେଇଯିବ ପ୍ରାଣ ଭିଡ଼ି
ସମାଜର ଯେତେ ଯୁବପିଢୀଙ୍କୁ ଏ ବାରତା
କାହାକୁ ଅତି ଭରସା ଅତି ବିଶ୍ୱାସ କରିବନି ଜମା
ଭୁଲିବନି କେବେ ଆଜିକାଲି ସମର୍ପଣରେ ବି ଲୋଡ଼ା ସୀମା।