Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Action Others

3  

ବି. ନିରୁପମା

Action Others

ଦିବ୍ୟାନନ୍ଦେ ମାତି ଯାଅ

ଦିବ୍ୟାନନ୍ଦେ ମାତି ଯାଅ

1 min
6.9K



ରାମ ଆସିଛନ୍ତି ରାଇଜକୁ ଫେରି
ଧାଡ଼ି ଧାଡ଼ି ଦୀପ ଜାଳ ,
ପ୍ରତି ଅଗଣାରେ ପୂର୍ଣ୍ଣକୁମ୍ଭ ରଖି
ଉତ୍ସବଟି ଆଜି ପାଳ ।

ଚଉଦ ବରଷ ବନେ ଯାଇଥିଲେ
ଧର୍ମ ସଂସ୍ଥାପନ ପାଇଁ ,
ସଙ୍ଗେ ଥିଲେ ତାଙ୍କ ସତୀ-ସୀତା ଆଉ
ଲକ୍ଷ୍ମଣ କୁମାର ଭାଇ ।

ବନୁ ବନ ଭ୍ରମି, କେତେ ଋଷି ମୁନି
କଲେ ,ଦେବ ଦରଶନ ,
ଆଶିଷ ତ ନେଲେ,କଲ୍ୟାଣ ବି କଲେ
ହୋଇ ସେ ଯେ ସୁ-ପ୍ରସନ୍ନ ।

ଦୁଷ୍ଟ ଦଳନର ଆଳେ,ସୀତା ସତୀ
ଅପହୃତା ହେଲେ ଛଳେ ,
ଠାବ କରି ହନୁ,ଲଙ୍କା ଦାହ କଲେ
ପରା ଅତି କଉଶଳେ ।

ସେତୁବନ୍ଧ ବାନ୍ଧି,ଶ୍ରୀ ପୁରୁଷୋତ୍ତମ
ନାଶିଲେ ଦଇତ କୁଳ ,
ଉଦ୍ଧରିଲେ ତହୁଁ ମହାସତୀଙ୍କୁ ସେ
କରି,କପି-ସେନା ଠୁଳ ।

ମହୀ ଭାରା ନାଶି,ସାଧୁ ଜନେ ତୋଷି
ବିଭୀଷଣେ ଦେଇ ରାଜ୍ୟ ,
ଭାଇ,ଭାର୍ଯ୍ୟା ଘେନି ଅଯୋଧ୍ୟାକୁ ପରା
ଫେରୁଛନ୍ତି ପ୍ରଭୁ ଆଜ ।

ସାରା ନଗରକୁ ସଜାଇ ଦିଅ ଲୋ,
ମଙ୍ଗଳ ସଙ୍ଗୀତ ଗାଅ ,
ରାମଙ୍କ ସ୍ୱାଗତ କରିବା ସକଳେ
ଦିବ୍ୟାନନ୍ଦେ ମାତି ଯାଅ ।


ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in

Similar oriya poem from Action