ଏକାନ୍ତ ଭାବନା
ଏକାନ୍ତ ଭାବନା
ନୀରବତା ମତେ କହୁଛି ଆଜି
ସମୟ କିଛି ଜାଣିନି,
କାନ୍ଦୁଛି ହୃଦୟ ଏବେ ମୋର
କାହିଁକି କା ପାଇଁ ଜଣା ନାହିଁ |
ପାଇଥିଲି ଭଲ ହୃଦୟରୁ ତାକୁ
ତାକୁ ବି ତା ଥିଲା ଜଣା,
ମୋ ସାଥେ କାହିଁ ସବେ ଏମିତି କରନ୍ତି
ଏସବୁରୁ ମୁଁ ଅଛି ଅଜଣା |
ଏବେ ଏବେ ସବୁ ଯନ୍ତ୍ରଣା ଦାୟକ
ସେ ଗଲା ପରେ,
ଯନ୍ତ୍ରଣାରେ ଛଟ ପଟ ଏ ଭିଜା ସ୍ମୃତି
ସେ ଆଉ ଫେରିବନି ଜାଣିଲା ପରେ |
ପ୍ରତିଶ୍ରୁତି ଦେଇ ଭୁଲନ୍ତି କେମିତି
ଅନ୍ୟକୁ ଦେଖିଲା ପରେ,
ଅନ୍ୟକୁ ପାଇ ଖୁସିରେ ରହିବ
ଜଣକୁ କନ୍ଦେଇଲା ପରେ |
ସେ ବି କାନ୍ଦିବ ମତେ ଝୁରି ଝୁରି
ବିକଳେ ହୋଇବ ପ୍ରାଣ ,
ଆଜି ସାଜୁଛି ଅନ୍ୟ ପ୍ରେମିକା ସେ
ଭାଙ୍ଗିବ ତାର ଭି ମନ |
ସେଥିପାଇଁ କହେ...
ନରକୁ ନୁହେଁ କି ନାରୀକୁ ନୁହେଁ
କାହା ଉପରେ କରନି ବିଶ୍ୱାସ,
ଆଜି ଅଛି ସାଥେ କାଲି ଚାଲିଯିବ
ବିଶ୍ୱାସରେ ଦେଇ ବିଷ |
