STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ଆମ ବାଡି ଆମ ଅଗଣା

ଆମ ବାଡି ଆମ ଅଗଣା

1 min
176


ନିତି ସକାଳରୁ    ବାଡି ଅଗଣାକୁ

        ରଖୁଥିବା ପରିଷ୍କାର

ଅନାବନା ଘାସ    ଆବର୍ଜନା ଆଦି

        ପ୍ରସ୍ତୁତି କରିବା ସାର।


ନାଳ ନର୍ଦ୍ଦମାକୁ     ସଫା କରି ଦେଇ

        କୀଟ ନାଶକ ପକାଇ

ମଶା ମାଛି ଆଉ    ହୋଇବେନି ଜମା

        ରୋଗ ତ ଯିବ ପଳାଇ।


ଆମ ବାଡି ପଟେ    ଆମ ଅଗଣାରେ

         ଯେତିକି ଗଛ ଯେ ଅଛି

ଟିକି ନିଖି କରି      ଯତ୍ନ ନେବା ସଦା

         ସୁନ୍ଦର ଅଭ୍ୟାସ ବାଛି।


ଶାରୀରିକ କର୍ମ      ସଫଳ ହୋଇବ

          ଶାଗ ଅବା ଫଳ ପାଇ

ନିଜେ ଖାଇ ପୁଣି    ଆନେ ଦେଇ କିଛି

          ସାଇ ପଡ଼ିଶାର ଭାଇ।


ସ୍ଵଚ୍ଛତାର ବାର୍ତ୍ତା     ଆରମ୍ଭ ଏଇଠୁ

          ବ୍ୟାପିବ ସାରା ସମାଜ

ଆମ ପରିବେଶ    ସବୁଜ ଦିଶିବ

          ଆସ ହେବା ସଜବାଜ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action