STORYMIRROR

Kabiratna Nutan Kumar Behera

Action Classics Inspirational

3  

Kabiratna Nutan Kumar Behera

Action Classics Inspirational

ପଥ

ପଥ

1 min
208


ଚଳେଇ ନେବାକୁ ସୁରୁଖୁରୁରେ

ଲକ୍ଷ୍ୟସ୍ଥଳ ଯାଏଁ ଜୀବନ ରଥ

ଲୋଡା ଏକ ସୁନ୍ଦର ନିଷ୍କଣ୍ଟକ ପଥ

ନିଜକୁ ରଖି ସଜାଗ ସତର୍କ

ଆଗକୁ ଆଗକୁ ଆଗେଇବାକୁ

ମନେ ପ୍ରାଣେ କରି ସପଥ।


ପାଦ ବଢାଇଲେ ବାଧା ବିପତ୍ତି

କେତେ କଣ କାହାକୁ କରିବ ଆପତ୍ତି

ଜୀବନଠାରୁ ଅଛି କି ବଡ଼ ସମ୍ପତ୍ତି ?

ଗତି ବିନା ନାହିଁ ତ ଶାନ୍ତି ମୁକ୍ତି।


ପାର୍ଥିବ ଜୀବନେ ଅସରନ୍ତି କାମନା

ବ୍ୟତିବ୍ୟସ୍ତ କରେ ସବୁ ଭାବନା

ଇଚ୍ଛା ସବୁକୁ କରି ହୁଏନା ମନା,

ଶଙ୍କା ସନ୍ଦେହ ଅବିଶ୍ଵାସ ଦୁର୍ଭାବନା

ଚାଲିବାକୁ ବହୁ ସମୟେ କରେ ବଣା

ମାନିବାକୁ ହୁଏ ଯେତେ କଟକଣା।


ଆଶା ଆଶାରେ ରହିଲେ ବସି ଏକାଠି

ଇପ୍ସିତ କିଛି ମିଳେନା କେଉଁଠି,

ଉଦ୍ୟମ ଅଧ୍ୟବସାୟର ଫଳ ସାଉଁଟି

ପହଞ୍ଚିବାକୁ ହୁଏ ଲକ୍ଷ୍ୟଥାଏ ଯେଉଁଠି।


ପଥ ସୁପଥ ବିପଥ ଲମ୍ବିଛି ଲମ୍ବିଥିବ

ବାଛିବାକୁ ହୁଏ ସୁପଥ ଏକ,

ସେ ପଥେ ଚାଲିଲେ ହୋଇ ପଥିକ

ଆଶା ପୂର୍ଣ୍ଣ ହୋଇ ଜୀବନ ହୁଏ ସାର୍ଥକ।


ବୁଦ୍ଧି ବିବେକ ଜ୍ଞାନ ଅଭିଜ୍ଞତା ଅନୁଭୂତି

ସଭିଙ୍କୁ କରିବାକୁ ହୁଏ ପାଥେୟ

ଶାନ୍ତ ନମ୍ର ପବିତ୍ର ରହେ ଯେବେ ହୃଦୟ,

ଜୀବନର ପଥେ ଆସେ ସଫଳତା

ଶୀର୍ଷରୁ ଶୀର୍ଷତମ ସ୍ଥାନକୁ ପହଞ୍ଚି ପଥିକ

ସନ୍ତୋଷରେ ତୃପ୍ତି ପାଏ ହୋଇ ବିଜୟ।

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action