Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Action Inspirational Others

3  

Chittaranjan Nanda

Action Inspirational Others

ଆଦର୍ଶକୁ ଉତ୍ତରପିଢ଼ିକୁ ପହଞ୍ଚାଇବା

ଆଦର୍ଶକୁ ଉତ୍ତରପିଢ଼ିକୁ ପହଞ୍ଚାଇବା

1 min
177



ସାମାଜିକ ଗଣ ମାଧ୍ୟମ ହେଉଛି ୟୁଟ୍ଯୁବ,

ଗୁଗୁଲ , କ୍ରୋମ୍, ଟୁଇଟର,

ଇଣ୍ଟରନେଟ ବ୍ୟବହାର କରି ଫେସବୁକ,

ଇନଷ୍ଟାଗ୍ରାମ ହ୍ବାଟସଆପ୍ ଓ ମେସେଞ୍ଜର ।


ମୋବାଇଲ ଓ କମ୍ପ୍ୟୁଟରରେ ବିଭିନ୍ନ

ଆପ୍ଲିକେସନ ବ୍ୟବହାର କରି

ନିଜର ବିଭିନ୍ନ ସମସ୍ଯାର ସମାଧାନ କରୁ

ଅଛନ୍ତି ତଥ୍ଯ ଆଦାନ ପ୍ରଦାନ କରି ।


ଅନ୍ଯ ସମସ୍ତ ଗଣମାଧ୍ୟମକୁ ସାମାଜିକ

ଗଣ ମାଧ୍ୟମ ପକାଇଛି ପଛରେ 

ସମୟ ଅନୁଯାୟୀ ତା'ର କାୟା ବିସ୍ତାର

କରି ଚାଲିଛି ସାରା ବିଶ୍ୱରେ ।


ସାମାଜିକ ଗଣ ମାଧ୍ୟମର ଅଦ୍ଭୁତ ଶକ୍ତି ଅଛି

ପ୍ରତ୍ୟେକ ମଣିଷ ଚରିତ୍ର ଗଠନରେ

ଯୁବପିଢି ଅସମ୍ଭବ ସହାୟତା ହାସଲ କରିବେ

ବିଶେଷ କରି ଅଧ୍ୟୟନ କ୍ଷେତ୍ରରେ ।


ସମାଜରେ ଘଟୁଥିବା ବିଭିନ୍ନ ପ୍ରକାର ସମସ୍ୟା

ପାଇଁ ହେଲେ ଯୁବକ/ଯୁବତୀ ସଚେତନ

ସ୍ବର ଶାଣିତ କରି ପାରିବେ ଲୋପ କରିବାକୁ

ଦୁଷ୍କର୍ମ,ଅନ୍ଯାୟ, ଅନୀତି, ଦୁର୍ନୀତି, ଶୋଷଣ, ।


ଉଠିବା ପଡିବା ଦେଇପାରେ ବହୁ ସଫଳତାର

କାହାଣୀ ସମସ୍ତ ମଣିଷକୁ

ଅନେକ ଯନ୍ତ୍ରଣା ଅଛି ସଫଳତା ଦେବା ପଛରେ

ଆମ ବରପୁତ୍ର ମାନଙ୍କୁ ।


ଆମ ଦେଶର ମାଟିରେ ଅଗଣିତ ବର

ପୁତ୍ର ମାନଙ୍କ ତ୍ୟାଗ ଓ ଆଦର୍ଶକୁ

ଉତ୍ତର ପିଢ଼ି ପାଖେ ପହଞ୍ଚାଇବାକୁ ଦରକାର

ସେମାନଙ୍କ ତ୍ୟାଗ ଓ ତିତିକ୍ଷାକୁ ।



Rate this content
Log in

Similar oriya poem from Action