STORYMIRROR

Satyanarayan Sahoo

Action Classics Others

3  

Satyanarayan Sahoo

Action Classics Others

ସାବିତ୍ରୀ  ମହିମା

ସାବିତ୍ରୀ  ମହିମା

1 min
134

କହୁଛି ଶୁଣ ହେ ଜନେ ମନ କର୍ଣ୍ଣ ଦେଇ

ସାବିତ୍ରୀ ମହିମା ମାନ କେସନ ଅଟଇ ।


ପୂଣ୍ଯ ମୟ ସୁଗୀତରେ ଦାନ କର ମତି

ଶ୍ରବଣେ ପଠନେ କ୍ଷୟ ଅଶେଷ ଦୁର୍ଗତି ।


ପାପ ତାପ ପୀଡା ଭୟ ନାସନ ଚରିତ

ସାବିତ୍ରୀ ମହିମା ମାନ କରୁଛି ବର୍ଣ୍ଣିତ ।


କରିଲେ ଯେବଣ ବ୍ରତ ଐଶ୍ବର୍ଯ୍ଯ ପ୍ରାପତ

ଧନ ଜନ ଗୋପ ଲକ୍ଷ୍ମୀ ବଢେ ଅପ୍ରମିତ ।


ରୋଗ , ଶୋକ ,ଭୟ ,ଭ୍ରମ ଯାଏ ଦୂର ହୋଇ

ଦେବୀ ଙ୍କ କୃପାରେ ସର୍ବ କାର୍ଯ୍ଯ ସିଦ୍ଧ ହୋଇ ।


ଆୟୁ ବିଦ୍ଯା ପରାକ୍ରମ ଯଶ, ଗୁଣ, ଖ୍ଯାତି

ବୂଦ୍ଧି ପାଏ ସେ ସର୍ବଦା ଲଭେ ଚିର ଶାନ୍ତି  ।


ଯମ ଭୟ ଦୂର ହୁଏ , ହୁଏ ବହୁ ପୂଣ୍ଯ

ଯେଉଁ ମାନେ ଉପାସନ୍ତି ବ୍ରତ ଏହି ଦିନ ।


ଯେଉଁ ମାନେ ଏହି ଦିନେ ଭକ୍ତିରେ ନମନ୍ତି  

ଦେବୀ ଙ୍କ ପ୍ରସାଦେ ବହୁ ପୂଣ୍ଯ ଅରଜନ୍ତି  ।


ପାଟଶାଢୀ ଏହି ଦିନେ ପିନ୍ଧନ୍ତି ଯେମାନେ

ଚିର ସଉଭାଗ୍ଯବତୀ ହୁଅନ୍ତି ସେମାନେ  ।


ସ୍ବାମୀର ଶୁଭ ମନାସି କଲେ ଏହିବ୍ରତ

ଦୀର୍ଘାୟୁ ହୁଅନ୍ତି ସ୍ବାମୀ ବଢଇ ଆୟୁଷ ।


ନାରୀଏ ହୁଅନ୍ତି ଚିର ସଉଭାଗ୍ଯବତୀ

ନୀତି ନିୟମକୁ ମାନି ଯେମାନେ ପୂଜନ୍ତି  ।


Rate this content
Log in

Similar oriya poem from Action