ଆଲୋକ ଓ ଉତ୍ତାପ
ଆଲୋକ ଓ ଉତ୍ତାପ
ଆଶ୍ଚର୍ଯ୍ଯ ଚକିତ କରେ ଦେଖି ବିଶ୍ବଲୀଳା
ବିଶ୍ବନିୟନ୍ତାଙ୍କ ବିଧି କଳା ସୁ‐ବିପୁଳା ।
ରହସ୍ଯମୟୀ ପ୍ରକୁତି ଗୋପନ ଭଣ୍ତାରେ
ସଯତନେ ଭରା ବହୁ ବିଭା ନିରନ୍ତରେ ।
ବୈଜ୍ଞାନିକେ ଖୋଜି ତାହା କରି ଆବିଷ୍କାର
ଅର୍ପନ୍ତି ଜୀବନେ ବହୁ ବିଭବ ସମ୍ଭାର ।
ମାୟା ମୟୀ ପ୍ରକୁତିର ରହସ୍ଯ ଗାରିମା
ଅନାଦି ଅନନ୍ତ ଯାର ନାହିଁ ପରିସୀମା ।
ଅକଳନ କଳା ବିଦ୍ଯା ଜ୍ଞାନ ଓ ବିଜ୍ଞାନ
ଅନାୟାସେ ସାଧେ ନର ସବୁଠି ଧୂରୀଣ ।
ଗବେଷଣା କରି କାଢେ ବହୁ ତଥ୍ଯ ରାଶି
ଆପଣା ଜୀବନ ଭରେ ନିତ୍ଯ ସେହୁ ଖୁସି ।
ହରଷ ମୁଖର କରେ ଭାବର ପ୍ରାବଲ୍ଯେ
ଦୁର୍ମୂଲ୍ଯ ବିଭା ‐ବିଭବେ ଲଗାଏ ସେ କାର୍ଯ୍ଯେ ।
ସୂର୍ଯ୍ଯ ହିଁ ସକଳ ଶକ୍ତି ଆଧାର ଅଟନ୍ତି
ତାଙ୍କ ଠାରୁ ସର୍ବେ ତାପ ଆଲୋକ ଲଭନ୍ତି ।
ହେଲେବି ମଣିଷ ନିଜ ସାଧନା ପ୍ରକାଶି
ଆଲୋକ ଉତ୍ତାପଦାୟୀ ଦ୍ରବ୍ଯ ନିର୍ମାଣିଛି ।
ଅନେକ ପ୍ରକାର ଉତ୍ସ ତାପ ଆଲୋକର
ରହି ମଣିଷ ସାହାର୍ଯ୍ଯ କରି ନିରନ୍ତର ।
କାଳକ୍ରମେ ସେ ସକଳ ହୋଇଯାଏ ଶେଷ
ପୁଣି ଉଦ୍ଭାବିତ ହୋଇ ଥାଏ ଆନ ଉତ୍ସ ।
ଅନାଦି କାଳରୁ ଏହି ଧାରା ଅବିଛିନ୍ନ
ଚଳି ଆସିଛି ଚଳିବ ନିତ୍ଯ ଚିରନ୍ତନ ।
ବିଦ୍ଯୁତର ଆବିଷ୍କାର କରି ନର ଆଜି
ଅଶେଷ ପ୍ରକାର କାର୍ଯ୍ଯ ସୁସହଜେ ସାଧି ।
ପାରୁଅଛି ସୁ‐କୌଶଳେ ସବୁ ଅନାୟାସେ
ସବୁବେଳେ ଆନନ୍ଦରେ ତା'ର ବେଳା ବିତେ ।
ବିଦ୍ଯୁତ ଶକ୍ତିର ହୋଇ ନାନା ରୂପାନ୍ତର
ଆଲୋକ ଉତ୍ତାପ ଦାନେ ଥାଏ ନିରନ୍ତର ।