ମନ
ମନ
ମନ ଯଦି କୋଉଠି ବିକ୍ରି ହଉଥାନ୍ତା,ତାହେଲେ
ତାକୁ ଅମାପ ଧନଦେଇ କିଣି ହୁଅନ୍ତା ।
ମନ କଦାପି ବିକ୍ରୟ ଯୋଗ୍ୟ ନୁହଁ,ତେଣୁ
ମନ କିଣିବା ଏତେ ସହଜ ନୁହଁ ।
କେବେ କେବେ ମନ ବେକାବୁ ହୁଏ,ପୁଣି
ଅମାପ ବେତୁକ ସ୍ବପ୍ନ ଦେଖୁ ଥାଏ ।
ଜଣେ ଯଦି ଟିକିଏ ଆଙ୍ଗୁଳି ଦେଖାଏ,ମନ
ହାତ ଧରିବା ପାଇଁ ବିଚଳିତ ହୁଏ ।
ସମ୍ପର୍କ ସମର୍ପଣ ସମ୍ଭାବନ ସମୟ ସବୁ,କେବଳ
ମନ ହିଁ କରେ ଏସବୁକୁ କାବୁ ।
ମୁକ୍ତ ଆକାଶ ଛୁଇଁବାର ଅସୁମାରୀ ସପନ,ଅବା
ତାରାଫୁଲ ତୋଳିବା ନିର୍ଣ୍ଣୟ ନିଏ ମନ ।
ମନ ଉପରେ ନାହିଁ କାହା ନିୟନ୍ତ୍ରଣ,ତେଣୁ
ସବୁବେଳେ ଅଦ୍ଭୁତ ବିଚିତ୍ର ଏ ମନ ।
