ଆଶା
ଆଶା
ଝଡ, ବର୍ଷା, ଘନ ଅନ୍ଧକାରରେ
ଧରି ଛତା ନିଜ ମୁଣ୍ଡ ଉପରେ
ଛିଡା ହୋଇ ଭୟଭୀତ ମନ ସହ
ଘଡ଼ିସନ୍ଧି ମୁହୂର୍ତ୍ତରେ ଖୋଜେ ସନ୍ଧାନର ବାଟ ।
ଧଳା ଆକାଶର କଳା ବାଦଲକୁ ଚାହିଁ
ଥର ଥର ମନରେ ସେ ଭାବୁଥାଏ କେତେ କାହିଁ
ଅଜଣା ପଥରେ ଏକୁଟିଆ ହୋଇ
ଛନ୍ଦି ରହେ ଅନ୍ଧାରରେ ବାଟବଣା ହୋଇ ।
ମନରେ ଜାତହୁଏ ଉଦାସିନତାର ଭାବ
ତଥାପି ଆଶା କରେ ସାହାଯ୍ୟର ହାତ
ଆଲୋକକୁ ଖୋଜି ସେ ଅନ୍ଧାରରେ ବୁଡେ
ଆଲୋକର ଆଗମନ ପାଇଁ ସେ ବ୍ୟାକୁଳ ହୁଏ ।
ସମୟ କ୍ରମେ ଆସିଥାଏ ସମୟରେ ପରିବର୍ତ୍ତନ
ଅତିବାହିତ ହୁଏ ସେହି ଘଡି ସନ୍ଧି ମୁହୂର୍ତ୍ତ
ଆଗମନ ହୁଏ ସୂର୍ଯ୍ୟଙ୍କ ତୀର୍ଯ୍ୟକ କିରଣ
ପ୍ରସ୍ଥାନ ହୁଏ ଘନ ଅନ୍ଧକାରର ।
ଏବେ ନୀଳ ଆକାଶରେ ଦେଖାଯାଏ ଧଳା ବାଦଲ
ତା' ମଧ୍ଯେ ଶୋଭାପାଏ କିରଣର ପ୍ରତିଫଳନ
ସଫା ଗଗନରେ ଫୁଟେ ଏକ ସୁନେଲୀ ହସ
ଦେଖି ଏହା ଲିଭିଯାଏ ବିଗତ କଷ୍ଟ ।
