STORYMIRROR

Chittaranjan Nanda

Abstract Action Others

3  

Chittaranjan Nanda

Abstract Action Others

ସାବିତ୍ରୀ ବ୍ରତ

ସାବିତ୍ରୀ ବ୍ରତ

1 min
126


ଆର୍ଯ୍ୟବଧୂ ଅଶ୍ଵପତି କନ୍ୟା 

ମହାସତୀ ,

ସାବିତ୍ରୀ ନାମ, ପତି ଥିଲେ ତା 

ଗତି ମୁକ୍ତି  ।


ପତି ପ୍ରାଣ ଗଲା ଜଂଗଲରେ 

ସର୍ପ ଦଂଶନରେ

ରକ୍ଷା କଲେ ସ୍ବାମୀଙ୍କୁ ତୋଷି 

ଯମଙ୍କୁ ତା ଭକ୍ତିରେ ।


ସେହି ଦିନୁ କଥା ଅଛି ଜ୍ୟେଷ୍ଠ କୃଷ୍ଣ 

ପକ୍ଷ ଅମାବାସ୍ୟାରେ 

ଧନଜନ ଲଭଇ ସଧବା ରମଣୀ 

ସାବିତ୍ରୀ ବ୍ରତ ପାଳନରେ ।


ବ୍ରତର ଆଦର୍ଶ ଆଜି ତ ପୁରା ପୁରି

ବଦଳି ଗଲାଣି 

ଆଡମ୍ବର ବେଶୀ, ସାବିତ୍ରୀ ବ୍ରତର

ମହତ୍ତ୍ୱ ଭୁଲିଲେଣି ।


ମୁଣ୍ଡ ବୁଲାଏ ଆଜି ଗରିବ ଗୁରୁବା

ପିତା ମାତାଂକର ,

ଶୁଣି ବଜାର ଦର, ଫଳମୂଳ ସହ 

ପୂଜା ସାମଗ୍ରୀର ।


ଯେତେ ଭୋଗ ଶାଢ଼ୀ ଓ ଚୁଡି ବାପା 

ମା ଅବା ଭାଇ ଆଣିଲେ 

ସନ୍ତୁଷ୍ଟ ହୁଅନ୍ତିନି ଶାଶୁ ନଣନ୍ଦ ସ୍ୱାମୀ, 

ଯେତେ ଦେଲେ ।


ଆଶଙ୍କାରେ ଅଛି ନାରୀର ମନ 

ହୃଦୟ ସ୍ପନ୍ଦନରେ

କମ୍ପଇ ଶରୀର ଏବେ ଅଜଣା 

ପରାଭବ ଭୟରେ ।


ସାବିତ୍ରୀ ଵ୍ରତଟା ଆସୁଅଛି ଵୋଲି

ସ୍ତ୍ରୀର ମନ ହୁଅଇ ଉଚ୍ଛନ୍ନ

ସ୍ୱାମୀ ତାର ଦାଦାନ ଶ୍ରମିକ, ନାହାଁନ୍ତି 

ପାଖରେ ତାର ସତ୍ୟବାନ ।


ଯମର ପାଖେ କରିବ ଗୁହାରି ସ୍ୱାମୀ

ସ୍ୱାଭିମାନେ ଵଞ୍ଚିବା ପାଇଁ

ଦାଦାନ ଶ୍ରମିକରୁ ହେଲେ ମୁକ୍ତ, ବ୍ରତର

ମହତ୍ତ୍ୱ ରହିବ, ତା ପ୍ରେମ ହାରିଵ ନାହିଁ ।



Rate this content
Log in

Similar oriya poem from Abstract